ଉତ୍କଳିକା, ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର ବିପଣନ କାର୍ଯ୍ୟାଳୟ ।[୧][୨] ଏହା ଓସିଏସ ଅଧିନିୟମ, ୧୯୬୨ (OCS ACT 1962) ଅନୁଯାୟୀ ସ୍ଥାପନା କରା ଯାଇଥିଲା ।[୩] ଓଡ଼ିଶାର ପ୍ରସ୍ତୁତ ସମସ୍ତ ହସ୍ତଶିଳ୍ପ ଉତ୍ପାଦର ବିପଣନ କରିବା ଉତ୍କଳିକାର ମୁଖ୍ୟ ଉଦ୍ଦେଶ୍ୟ ।

ଉତ୍କଳିକା
ପ୍ରକାରସମବାୟ ସମିତି
ଶିଳ୍ପଓଡ଼ିଶାର ହସ୍ତଶିଳ୍ପ ବିପଣନ କେନ୍ଦ୍ର
ପ୍ରତିଷ୍ଠିତ ସ୍ଥାନ1962; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1962)
ପ୍ରତିଷ୍ଠାତାମାନେଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ
ମୁଖ୍ୟ କାର୍ଯ୍ୟାଳୟଭୁବନେଶ୍ୱର
Area served
ବିଶ୍ୱବ୍ୟାପି
ୱେବ୍‌ସାଇଟ୍ଉତ୍କଳିକାର ୱେବସାଇଟ
କଲିକତାର ଢାକୁରିଆଠାରେ ଥିବା ଉତ୍କଳିକାର ବିପଣନ କାର୍ଯାଳୟ

ଉତ୍କଳିକା, ଓଡ଼ିଶାର କାରିଗରମାନଙ୍କୁ ବଜାର ଚାହିଦା ଓ ଗ୍ରାହକମାନଙ୍କର ଆଗ୍ରହ ବାବଦରେ ଅବଗତ କରାଇଥାଏ । ଏତଦ୍ୱାରା କାରିଗରମାନେ ବଜାର ଚାହିଦାକୁ ଦେଖି, ନିଜର ଉତ୍ପାଦ ପ୍ରସ୍ତୁତ କରି ପାରିଥାନ୍ତି । ସେମାନେ ଓଡ଼ିଶାର ଏହି ସବୁ ଉତ୍ପାଦକୁ ବାହାର ଦେଶକୁ ରପ୍ତାନୀ ମଧ୍ୟ କରିଥାନ୍ତି । ନିଜର ବିପଣନ କାର୍ଯ୍ୟ ଓ ଉତ୍ପାଦ ପ୍ରଚାର ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରିଥାନ୍ତି ।[୪] ଓଡ଼ିଶାର ବିଭିନ୍ନ ସହର, ଦିଲ୍ଲୀ, ମୁମ୍ବାଇ, କଲିକତା, ଚେନ୍ନାଇ, ହାଇଦରାବାଦ, ବେଙ୍ଗାଳୁରୁ ଆଦି ସହରରେ ଓ ଭାରତ ବାହାରେ ମଧ୍ୟ ଉତ୍କଳିକାର ବିପଣନ କେନ୍ଦ୍ର ରହିଛି ।[୫] ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏହି ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।[୬]

୨୦୨୧ ଜୁନ ମାସରେ ଅନ-ଲାଇନରେ ବିପଣନ ପାଇଁ ଉତ୍କଳିକ ନିଜର ଇକମର୍ସ ୱେବସାଇଟ www.utkalikaodisha.in ଆରମ୍ଭ କରିଥିଲା ।[୭]


ଆଧାର ସମ୍ପାଦନା

  1. "HANDLOOMS,TEXTILES AND HANDICRAFTS DEPARTMENT" (PDF). gaodisha.gov.in. ସାଧାରଣ ପ୍ରଶାସନ ବିଭାଗ ଓଡ଼ିଶା ସରକାର. Archived from the original (PDF) on 28 May 2022. Retrieved 18 April 2020.
  2. "Press Information Bureau Government of India Ministry of Textiles". pib.gov.in. ଭାରତ ସରକାର. Archived from the original on 18 April 2020. Retrieved 18 April 2020.
  3. "Marketing". handloom.odisha.gov.in. Archived from the original on 18 August 2019. Retrieved 18 April 2020.
  4. "Performance of Orissa State Co-operative Handicrafts Corporation Ltd". dhorissa.nic.in. Directorate of Handicraft and Cottage Industries Odisha. Archived from the original on 18 April 2020. Retrieved 18 April 2020.
  5. Sugato Tripathy. "Utkalika". timesofindia.indiatimes.com. Times of India. Archived from the original on 18 April 2020. Retrieved 18 April 2020.
  6. "State Corporation". www.handicrafts.nic.in/. ବୟନ ମନ୍ତ୍ରାଳୟ, ଭାରତ ସରକାର. Archived from the original on 18 April 2020. Retrieved 18 April 2020.
  7. "Minister Padmini launches Utkalika e-commerce site". www.dailypioneer.com. www.dailypioneer.com/. Archived from the original on 6 June 2021. Retrieved 6 June 2021.