ଉଇଲିୟମ୍ ହେନେରୀ ପର୍କିନ

ଉଇଲିୟମ୍ ହେନେରି ପର୍କିନ୍ (୧୮୩୮- ୧୯୦୭) ୧୮୩୮ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଲଣ୍ଡନଠାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତା 'ଜର୍ଜ ପର୍କିନ୍' ଜଣେ ବଢେ଼ଇଥିଲେ । ସାତ ଭାଇଭଉଣୀ ମଧ୍ୟରେ ଉଇଲିୟମ ପର୍କିନ୍ କନିଷ୍ଠ ଥିଲେ ।

ସାର୍ ଉଇଲିୟମ୍ ହେନେରୀ ପର୍କିନ୍
ଉଇଲିୟମ୍ ପର୍କିନ୍ (୧୭୩୮-୧୯୦୭)
ଜନ୍ମ(1838-03-12)୧୨ ମାର୍ଚ୍ଚ ୧୮୩୮
ମୃତ୍ୟୁ୧୪ ଜୁଲାଇ ୧୯୦୭(୧୯୦୭-୦୭-୧୪)
ପ୍ରସିଦ୍ଧିAniline dye, mauveine,
Perkin triangle
ପୁରସ୍କାରRoyal Medal, Davy Medal,
Perkin Medal
ବିଜ୍ଞାନୀ ଜୀବନ
କ୍ଷେତ୍ରରସାୟନ ବିଜ୍ଞାନ
ପ୍ରଭାବିତ କରିଥିଲେଅଗଷ୍ଟ ଉଇଲ୍‌ହେଲ୍‌ମ୍ ଭୋନ୍ ହଫ୍‌ମ୍ୟାନ୍‌
(August Wilhelm von Hofmann)

ଗବେଷଣା ସମ୍ପାଦନା

୧୫ ବର୍ଷ ବୟସରେ ୧୮୫୩ ମସିହାରେ ସେ ଲଣ୍ଡନର ଇମ୍ପେରିଆଲ କଲେଜରେ ପ୍ରବେଶକଲେ ଏବଂ ସେଠାରେ ବିଶିଷ୍ଟ ରସାୟନ ବିଜ୍ଞାନୀ 'ଅଗଷ୍ଟ ଉଇଲ୍‌ହେଲ୍‌ମ୍ ହଫ୍‌ମ୍ୟାନ୍‌'ଙ୍କ ଅଧୀନରେ ଶିକ୍ଷା ଲାଭ କଲେ । ସେତେବେଳକୁ ରସାୟନ ବିଜ୍ଞାନ ଏତେ ଉନ୍ନତି କରିନଥିଲା । ମ୍ୟାଲେରିଆ ରୋଗର ପ୍ରାକୃତିକ ଔଷଧ କୁଇନାଇନ୍‌ର ମୂଲ୍ୟ ଅଧିକ ହେବା ସଙ୍ଗେ ସଙ୍ଗେ ଏହା ଦୁର୍ଲଭ ଥିଲା । ଏହାକୁ କୃତ୍ରିମ ଉପାୟରେ ସଂଶ୍ଳେଷଣ କରିବା ପାଇଁ ହଫ୍‌ମ୍ୟାନ ଏକ ପରିକଳ୍ପନା (Hypothesis) ପ୍ରକାଶ କରିଥିଲେ । ତାଙ୍କୁ ଗବେଷଣାରେ ପର୍କିନ୍ ସାହାଯ୍ୟ କରୁଥିଲେ । ଇଷ୍ଟର ଛୁଟି ପାଇଁ ହଫ୍‌ମ୍ୟାନ୍ ନିଜ ଦେଶ ଜର୍ମାନୀ ଯାଇଥିବାବେଳେ ପର୍କିନ୍ ନିଜ ଘରେ ଗୋଟିଏ ପରୀକ୍ଷାଗାର ସ୍ଥାପନ କରି କୁଇନାଇନ୍ ଉପରେ ପରୀକ୍ଷା କରୁଥିବାବେଳେ ଆକସ୍ମିକଭାବେ କୃତ୍ରିମ ରଙ୍ଗ ଉଦ୍ଭାବନ କରିଥିଲେ । କୃତ୍ରିମ ରଙ୍ଗ ଉଦ୍ଭାବନ କରି ଖ୍ୟାତି ଓ ଧନ ଲାଭ ପରେ ମଧ୍ୟ ପର୍କିନ୍ ଗବେଷଣାରୁ ଓହରି ଯାଇ ନ ଥିଲେ । ସେ ଜୈବିକ ରସାୟନ ବିଜ୍ଞାନ ଉପରେ ଗବେଷଣା କରି ଅନ୍ୟ କୃତ୍ରିମ ରଙ୍ଗ , କୃତ୍ରିମ ଅତର ଓ ସିନାମିକ୍ ଅମ୍ଳ (Cinnamic acid) ଆବିଷ୍କାର କରିଥିଲେ ।

ପାରିବାରିକ ଜୀବନ ସମ୍ପାଦନା

ପର୍କିନ୍ ଦୁଇଥର ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କ ଦୁଇଟି ପୁତ୍ର ଏବଂ ଦ୍ୱିତୀୟ ସ୍ତ୍ରୀଙ୍କର ଗୋଟିଏ ପୁତ୍ର ଓ ଚାରିଟି କନ୍ୟା ଥିଲେ । ତାଙ୍କର ତିନିଜଣ ଯାକ ପୁତ୍ର ରସାୟନ ବିଜ୍ଞାନୀ ଥିଲେ ।

ଖ୍ୟାତି ଓ ପୁରସ୍କାର ସମ୍ପାଦନା

ପର୍କିନ୍‌ଙ୍କ କୃତିତ୍ତ୍ୱ ପାଇଁ ସେ ୧୮୬୬ ମସିହାରେ ଲଣ୍ଡନ୍‌ର 'ରୟାଲ ସୋସାଇଟି'କୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ୧୮୭୯ ମସିହାରେ 'ରୟାଲ ପଦକ' ଓ ୧୮୮୯ ମସିହାରେ 'ଡେଭି ପଦକ' ପ୍ରଦାନ କରାଯାଇଥିଲା । ୧୯୦୬ ମସିହାରେ ସେ 'ନାଇଟ ଉପାଧି'ରେ ସମ୍ମାନିତ ହୋଇଥିଲେ ଏବଂ ସେହିବର୍ଷ ମଧ୍ୟ ସେ "ପର୍କିନ୍ ପଦକ' ଲାଭ କରିଥିଲେ । ୧୯୦୭ ମସିହା ଜୁଲାଇ ମାସ ୧୪ ତାରିଖରେ ସେ ମୃତ୍ୟୁବରଣ କଲେ ।

ଟୀକା ସମ୍ପାଦନା

ଆଧାର ସମ୍ପାଦନା

  • ସ୍ୱାଇଁ, ମାୟାଧର (୨୦୧୩). "ଉଇଲିୟମ୍ ହେନେରୀ ପର୍କିନ" (PDF). ବିଜ୍ଞାନ ଦିଗନ୍ତ. ୨ୟ ସଙ୍ଖ୍ୟା (୨୦ଶ ବର୍ଷ): ପୃ-୧୩. {{cite journal}}: Unknown parameter |month= ignored (help)[permanent dead link]

ବାହାର ଲିଙ୍କ ସମ୍ପାଦନା