ଉଇକିପିଡ଼ିଆ:ପାଞ୍ଚଟି ସ୍ତମ୍ଭ

(ଉଇକିପିଡ଼ିଆ:FIVEPILLARSରୁ ଲେଉଟି ଆସିଛି)

ଉଇକିପିଡ଼ିଆ ଯେଉଁ କେତୋଟି ମୂଳ ନିୟମକୁ ନେଇ କାମକରେ ତାହା ଏଠାରେ ପାଞ୍ଚଟି "ସ୍ତମ୍ଭ" ନାଆଁରେ ବୁଝାଇ ଲେଖାଗଲା:

Blue pillar (1: Encyclopedia) ଉଇକିପିଡ଼ିଆ ଗୋଟିଏ ଅନଲାଇନ ଜ୍ଞାନକୋଷ ଏହା ସାଧାରଣ ଓ ବିଶେଷ ଜ୍ଞାନକୋଷ, ପଞ୍ଜିକା, ଖବରଗୁଡ଼ିକର ବୈଶିଷ୍ଟ୍ୟକୁ ନେଇ ତିଆରି । ଉଇକିପିଡ଼ିଆ ଗୋଟିଏ ପରଖ କରିବା ଜାଗା, ଗୋଟିଏ ପ୍ରଚାର କରିବା ଜାଗା, ଗୋଟିଏ ଭାନିଟି ପ୍ରେସ, ଏକଛତ୍ରବାଦ ବା ଗଣତନ୍ତ୍ରର ସପକ୍ଷରେ କିଛି ପ୍ରଚାର, ଗୋଟିଏ ବାଛବିଚାର କରାହେଉନଥିବା ଜାଗା, କିମ୍ବା ଶବ୍ଦକୋଷ ନୁହେଁ । ଏହା ଗୋଟିଏ ଶବ୍ଦକୋଷ, ଖବରକାଗଜ ନୁହେଁ, ଏଥିରେ ମୂଳ ଲେଖାର ନକଲ ରଖନ୍ତୁ ନାହିଁ; ସେମିତି ବିଷୟବସ୍ତୁ ଉଇକିମିଡ଼ିଆର ବାକି ପ୍ରକଳ୍ପ ଭିତରେ ରଖାଯାଇପାରିବ ।
 
Green pillar (2: NPOV) ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ଦୃଷ୍ଟିକୋଣରୁ ଲେଖାଯାଏ । ଆମେ ସେହିସବୁ ଲେଖାକୁ ଅଧିକ ଗୁରୁତ୍ତ୍ଵ ଦେଉ ଯାହାସବୁ ଗୋଟିଏ ମାତ୍ର ମତ ନେଇ ତିଆରି ହୋଇନଥାଏ । ବେଳେବେଳେ ଏହା ବହୁ ମତ ଦେବା ଦରକାର କରିଥାଏ , ସବୁ ମତ ଠିକଭାବରେ ଓ ଉପଯୋଗୀ ହେବା ଜରୁରୀ, ଆହୁରି ମଧ୍ୟ କେବଳ ଗୋଟିଏ ମତକୁ "ସବୁଠୁ ଭଲ" ବା "ପୁରା ଠିକ" ବୋଲି ଦାବୀ ନକରି ମତ ଦେବା ଦରକାର । ସବୁ ଜ୍ଞାନକୋଷ ଯୋଗ୍ୟ ଲେଖା ଠିକ ବୋଲି ପ୍ରମାଣ କରାଯାଇପାରୁଥିବା: ଆଧାର ଦିଆଯାଇନଥିବା ଲେଖା ହୁଏତ ଲିଭାଇ ଦିଆଯାଇପାରେ, ତେଣୁ ଦୟାକରି ଆଧାର ଦିଅନ୍ତୁ । ସମ୍ପାଦକଙ୍କ' ବ୍ୟକ୍ତିଗତ ଅନୁଭୁତି, ବଖାଣ ଓ ମତାମତ ଏଠାରେ ରଖନ୍ତୁ ନାହିଁ, ସେହିସବୁ, ଯାହା ଠିକ କି ନାହିଁ ପରଖାଯାଇପାରିବ, ଭରସାଯୋଗ୍ୟ ନୁହେଁ, ବିଶେଷତ ବାଦବିବାଦ ଥିବା ଘଟଣା ଓ ଯେତେବେଳେ ଜଣେଜୀବନ୍ତ ଲୋକ ବିଷୟରେ ଲେଖାଟିଏ ଲେଖାଯାଇଥାଏ । ଯେତେବେଳେ ଲେଖାର ସମଭାବକୁ ନେଇ ଅସୁବିଧା ଛିଡ଼ାହୁଏ, ସେତେବେଳେ ଏହିସବୁ ଆଲୋଚନା ପୃଷ୍ଠାରେ ଆଲୋଚନା କରନ୍ତୁ, ଆଉ ବିବାଦର ସମାଧାନର ସାହାଯ୍ୟ ନିଅନ୍ତୁ ।
 
Yellow pillar (3: Free) ଉଇକିପିଡ଼ିଆ ଏକ ଖୋଲା ଓ ମାଗଣା ଜ୍ଞାନର ଭଣ୍ଡାର ଯାହାକୁ କେହିବି ବଦଳାଇପାରେ ଓ ବାଣ୍ଟିପାରେ । ଉଇକିପିଡ଼ିଆର କପିରାଇଟ ନିୟମକୁ ସମ୍ମାନ ଦିଅନ୍ତୁ, ଆଉ ଲେଖା ଚୋରିକରିବା ଠାରୁ ଦୂରରେ ରହନ୍ତୁ ଅଣ-ମାଗଣା ଲେଖା (Non-free content) ସବୁର ଲାଭହୀନ ବ୍ୟବହାର କରାଯାଇପାରିବ, କିନ୍ତୁ ଦୟାକରି ମାଗଣା ବିକଳ୍ପ ବାହାର କରନ୍ତୁ, ଯେହେତୁ ଆପଣଙ୍କ ସବୁ ଅବଦାନ ମାଗଣାରେ ଜନସାଧାରଣଙ୍କ ପାଇଁ ଲାଇସେନସ କରାଯାଇଅଛି, କେହି ବି ଲେଖକ ଲେଖାର ମାଲିକ ନୁହେଁ; ଆପଣଙ୍କ ସବୁ ଲେଖା ବଦଳାଯାଇପାରିବ ଓ ଆଉଥରେ ବଣ୍ଟାଯାଇପାରିବ ।
 
Orange pillar (4: Code of conduct and etiquette) ଉଇକିପିଡ଼ିଆ ବ୍ୟବହାରକାରୀ ମାନେ ପରସ୍ପର ସହ ସମ୍ମାନପୂର୍ଣ୍ଣ ଓ ସାମାଜିକ ବ୍ୟବହାର ଦ୍ଵାରା କଥାବାର୍ତ୍ତା କରିବା ଉଚିତ । ସମ୍ମାନ ଦିଅନ୍ତୁ ଓ ଆପଣଙ୍କ ମତ ଅମେଳ ହେଲେ ବି ବାକି ଉଇକିପିଡ଼ିଆ ବ୍ୟବହାରକାରୀଙ୍କ ସହ ଭଦ୍ର ବ୍ୟବହାର କରନ୍ତୁ । ଉଇକିପିଡ଼ିଆ ଭଦ୍ରତା ବ୍ୟବହାର କରନ୍ତୁ ଓ ବ୍ୟକ୍ତିଗତ ଆକ୍ରମଣ କରନ୍ତୁ ନାହିଁ । ଉଇକିପିଡ଼ିଆ ବହୁମତର ସାହାଯ୍ୟ ନିଅନ୍ତୁ, ଉଇକିପିଡ଼ିଆରେ ବଦଳାଇବାକୁ ନେଇ ଯୁଦ୍ଧରୁ ବିରତ ହୁଅନ୍ତୁ, ଆଉ ମନେ ରଖନ୍ତୁ ଓଡ଼ିଆ ଉଇକିପିଡ଼ିଆରେ ୧୭,୮୬୬ଟି ଲେଖା ଅଛି ଯାହା ଉପରେ କାମ କରାଯାଇପାରିବ ଓ ଆଲୋଚନା କରାଯାଇପାରିବ । ଭଲ ବିଶ୍ଵାସର ସହ ବ୍ୟବହାର କରନ୍ତୁ, ଉଇକିପିଡ଼ିଆକୁ ଗୋଟିଏ ଯୁକ୍ତିର ଅତିରଞ୍ଜନରେ ବ୍ୟବହାର କରନ୍ତୁ ନାହିଁ, ଆହୁରି ମଧ୍ୟ ଅନ୍ୟମାନଙ୍କ ସହ ଭଲ ବୁଝାମଣା ରଖନ୍ତୁ । ଖୋଲା ରହନ୍ତୁ ଓ ନୂଆ ମାନଙ୍କୁ ଆଘାତ ଦିଅନ୍ତୁ ନାହିଁ ।
 
Red pillar (5: Ignore all rules) ଉଇକିପିଡ଼ିଆର କିଛି କଡା ନୀତିନିୟମ ନାହିଁ. ଉଇକିପିଡ଼ିଆର ନୀତିନିୟମ ସବୁ କଡା ନୁହେଁ ଓ ଘଟଣାକ୍ରମରେ ବଦଳିଥାଏ । ଲେଖିଲାବେଳେ ଶକ୍ତ ହୁଅନ୍ତୁ (କିନ୍ତୁ ବେପରୁଆ ନୁହେଁ), ଆଉ ମଧ୍ୟ ଭୁଲ କରିବାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ଚେଷ୍ଟା ପୁରାପୁରି ଠିକ ହେବା ଦରକାର ନାହିଁ; ପୁରୁଣା ସଙ୍କଳନ ସବୁ ସାଇତା ହୋଇ ରହିଥାଏ, ତେଣୁ ସବୁ ଭୁଲକୁ ସୁଧରାଯାଇପାରିବ ।