ଓଡ଼ିଆ ଉଇକିପିଡ଼ିଆ କିଟରେ କିଛି ସ‌ଫ୍ଟ୍ୱାର, ମୁକ୍ତ ଓଡ଼ିଆ ଫଣ୍ଟ, ଓଡ଼ିଆରେ ଟାଇପ କରିବା ନିମନ୍ତେ ଟୁଲ, ଏକ ଲିନ‌କ୍ସ ଅପରେଟିଂ ସିଷ୍ଟମ ଯାହା ଉଇଣ୍ଡୋଜଠାରୁ ଅଧିକ ସୁବିଧାଜନ‌କ ହେବ ଏସବୁକୁ ଏକ ସାଥିରେ ମିଶାଇ ତିଆରି କରା‌ଯାଇଛି । ଏଥିରେ ଥିବା ସମସ୍ତ ସ‌ଫ୍ଟ୍ୱାର ମୁକ୍ତ ଲାଇସେନ୍ସରେ ବିତରିତ ହେବ । ମୁକ୍ତ ଲାଇସେନ୍ସରେ ବିତରିତ ହେଉଥିବା ସମସ୍ତ ସ‌ଫ୍ଟ୍ୱାରକୁ ଆପଣ ବିନା ମୂଲ୍ୟରେ ବ୍ୟବ‌ହାର କରିପାରିବେ, ବିତରଣ କରିପାରିବେ ଓ ବଦଳାଇ ମଧ୍ୟ ପାରିବେ ।

ଏଥିରେ ଥିବା

  • ଓଡ଼ିଆ ଫଣ୍ଟ: ଓଡ଼ିଆ ଜଗନ୍ନାଥ
  • ଓଡ଼ିଆ ଟାଇପ କରିବା ଟୁଲ: ଓଡ଼ିଆ ଟାଇପିଂ
  • ଅପରେଟିଂ ସିଷ୍ଟମ: ଉବଣ୍ଟୁ
  • ଅନ୍ୟାନ୍ୟ ସ‌ଫ୍ଟୱାର:
    • VLC ପ୍ଲେଅର: ଭିଡ଼ିଓ, ଅଡ଼ିଓ ଆଦି ପାଇଁ
    • GIMP ଫଟୋ ଏଡ଼ିଟିଂ ପାଇଁ
    • InkScape ଭେକ୍ଟର ଫଟୋ ଏଡ଼ିଟିଂ (ଲୋଗୋ ଆଦି) ପାଇଁ
    • LibreOffice ପ୍ରେଜେଣ୍ଟେସନ, ଡକୁମେଣ୍ଟ, ହିସାବଫର୍ଦ ଆଦି ତିଆରି କରିବା ପାଇଁ
    • Mozilla Firefox ବ୍ରାଉଜର

BulbB ଜାଣନ୍ତି କି?: ଯଦି ଆପଣ ଦାବୀ କରନ୍ତି ତାହେଲେ ନୂଆ କମ୍ପ୍ୟୁଟର କିଣିଲା ବେଳେ ବିନା ଉଇଣ୍ଡୋଜରେ କିଣିଲେ ପାଖାପାଖି ୪୦୦୦ ଟଙ୍କା କମ ମୂଲ୍ୟରେ ପାଇପାରିବେ!