ଉଇକିପିଡ଼ିଆ:ମାସର ବଛା ଲେଖା/ଜୁନ ୨୦୨୦

ଏଡା ଲଭ୍‌ଲେସ୍‌

ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍‌ ଅଫ୍‌ ଲଭ୍‌ଲେସ୍‌ (୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍‌) ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍‌ଲେସ୍‌ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍‌ ବ୍ୟାବେଜ୍‌ଙ୍କଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍‌ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ନୋଟ୍‌ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍‌ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଇଥାଏ ।

ଏଡା ଲଭ୍‌ଲେସ୍‌ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ପ୍ରସିଦ୍ଧ ଇଂରାଜୀ କବି ଲର୍ଡ ବାଇରନ୍‌ ଓ ଆନେ ଇଜାବେଲା ବାଇରନ୍‌ଙ୍କ ଔରସରୁ ହୋଇଥିଲା । ଏଡାଙ୍କ ଜନ୍ମର ଏକମାସ ପରେ ତାଙ୍କ ବାପା, ମାଆଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଚାରିମାସ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ; ଏବଂ ଶେଷରେ "ଗ୍ରୀକ୍‌ ସ୍ୱାଧୀନତା ସଂଗ୍ରାମ" ସମୟରେ ରୋଗରେ ପୀଡ଼ିତ ହୋଇ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଏଡାଙ୍କ ମାଆ ଲର୍ଡ ବାଇରନ୍‌ଙ୍କ ପ୍ରତି ତିକ୍ତତା ହେତୁ ଏଡାଙ୍କୁ ତାଙ୍କଠାରୁ ଦୂରେଇ ରଖିବାକୁ, ଏଡାଙ୍କୁ ଗଣିତ ଓ ତର୍କ ପଢ଼ିବାକୁ ଅଧିକା ଉତ୍ସାହିତ କରିଥିଲେ । ଏହା ସତ୍ତ୍ୱେ ଏଡା ନିଜ ବାପାଙ୍କ ପ୍ରତି ଆଗ୍ରହ ରଖିଥିଲେ (ଏବଂ ନିଜର ଶେଷ ଇଚ୍ଛା ଅନୁସାରେ, ନିଜ ବାପାଙ୍କ ସମାଧି କଡ଼ରେ ସମାଧି ନେବାର ଅଭିଳାଷ ପୂରଣ କରିଥିଲେ ।)

ପୁରା ପଢନ୍ତୁ...