ଉଇକିପିଡ଼ିଆ:ମାସର ବଛା ଲେଖା/ଅକ୍ଟୋବର ୨୦୨୪

ମାମୋଗ୍ରାମରେ ବାମ ସ୍ତନ ସଠିକ ଓ ଡାହାଣ ସ୍ତନରେ କର୍କଟ ଦେଖାଯାଉଛି ।

ସ୍ତନ କର୍କଟ (ଇଂରାଜୀ: Breast cancer) ରୋଗ ସ୍ତନ ତନ୍ତୁରୁ ବାହାରୁଥିବା ଏକ କର୍କଟ ରୋଗର ନାମ । ସ୍ତନ ଭିତରେ ଗୋଟଳି ବାହାରିବା, ସ୍ତନ ଆକାର ବଦଳିବା ଓ କ୍ଷୁଦ୍ର ଗାତ ଦେଖାଯିବା, ସ୍ତନାଗ୍ରରୁ ତରଳ ପଦାର୍ଥ ବାହାରିବା ଓ ଚମରେ ଲାଲ କାତି ଚକଡ଼ା ଦେଖାଯିବା ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । ରୋଗ ଦୂରକୁ ବ୍ୟାପିଲେ ହାଡ଼ ଯନ୍ତ୍ରଣା, ଲସିକା ଗ୍ରନ୍ଥି ଫୁଲା, ଛୋଟ ଶ୍ୱାସ କ୍ରିୟା କିମ୍ବା ହଳଦିଆ ଚମ ଆଦି ଲକ୍ଷଣମାନ ଦେଖାଯାଏ । ପୃଥିବୀରେ ମହିଳାମାନଙ୍କଠାରେ ହେଉଥିବା ସମୁଦାୟ କର୍କଟ ମଧ୍ୟରେ ସ୍ତନ କର୍କଟ ହାର ସର୍ବାଧିକ, ପ୍ରାୟ ୨୫% ଓ ପୁରୁଷମାନଙ୍କ ରୋଗ ଅପେକ୍ଷା ଏହା ୧୦୦ ଗୁଣ ଅଧିକ ।

ପୂରା ପଢନ୍ତୁ...