ଉଇକିପିଡ଼ିଆ:ଭିଡିଓୱିକି/ସେଲ୍ୟୁଲାଇଟିସ
ଭିଡିଓୱିକି/ସେଲ୍ୟୁଲାଇଟିସ (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
ସମ୍ପାଦନାଚର୍ମର ଭିତର ସ୍ତର ବା ଡର୍ମିସ ରେ ଜୀବାଣୁ ଜନିତ ପ୍ରଦାହ ହେଲେ ତାହାକୁ ସେଲ୍ୟୁଲାଇଟିସ କୁହାଯାଏ ।[୧]
ପ୍ରଭାବିତ ତନ୍ତୁ
ସମ୍ପାଦନାନିର୍ଦ୍ଦିଷ୍ଟ ଭାବରେ ଡର୍ମିସ ଓ ଚର୍ମତଳ ଚର୍ବିକୁ ଏହା ପ୍ରଭାବିତ କରେ ।[୧] ଅଳ୍ପ ଦିନ ମଧ୍ୟରେ ସେହି ସ୍ଥାନ ଲାଲ ଦେଖାଯାଏ ଓ ଫୁଲିଯାଏ ।[୧]
ଲକ୍ଷଣ
ସମ୍ପାଦନାଲାଲ ଦାଗର ଧାର ତୀକ୍ଷ୍ଣ ନୁହେଁ ଓ ଚର୍ମ ଫୁଲି ଯାଇପାରେ ।[୧] ଲାଲ ଦାଗକୁ ଆଙ୍ଗୁଠିରେ ଚିପିଲେ ଧଳା ହୋଇଯାଏ, କିନ୍ତୁ ସର୍ବଦା ହୁଏନି ।[୧]
ଯନ୍ତ୍ରଣା
ସମ୍ପାଦନାସଂକ୍ରମିତ ସ୍ଥାନରେ ବହୁତ କଷ୍ଟ ହୁଏ । [୧] ଲସିକା ନଳୀ (Lymphatic vessels) ବେଳେବେଳେ ପ୍ରଭାବିତ ହୁଏ[୧][୨] ଓ ରୋଗୀର ଜ୍ୱର ଓ ଥକ୍କା ଅନୁଭବ ହୋଇପାରେ ।[୩]
କାରଣ
ସମ୍ପାଦନାଶରୀରର ଯେ କୌଣସି ସ୍ଥାନରେ ଏହି ରୋଗ ହୋଇପାରେ କିନ୍ତୁ ଗୋଡ଼ ଓ ମୁହଁରେ ଅଧିକ ହୁଏ ।[୧]
ଗୋଡ଼
ସମ୍ପାଦନାଚର୍ମ ଖଣ୍ଡିଆ ହୋଇଥଲେ ସ୍ଵାଭାବିକ ଭାବରେ ଏହି ରୋଗ ହୁଏ ।[୧] ବାର୍ଦ୍ଧକ୍ୟ, ମୋଟାପା ଓ ପାଦ ଇଡିମା ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ ।[୧]
ମୁହଁ
ସମ୍ପାଦନାଦାନ୍ତ ସଂକ୍ରମଣ ଯୋଗୁ ମୁହଁ ସଂକ୍ରମଣ ହୋଇପାରେ ।[୧] ସାଧାରଣତଃ ଷ୍ଟାଫିଲୋକୋକସ ଅରିଅସ ଓ ଷ୍ଟ୍ରେପ୍ଟୋକୋକାଇ ଜୀବାଣୁ ଯୋଗୁ ସଂକ୍ରମଣ ହୁଏ ।[୧]
ବାହ୍ୟ ସଂକ୍ରମଣ
ସମ୍ପାଦନାଅନ୍ୟ ପକ୍ଷରେ ଚର୍ମର ବାହ୍ୟ ସ୍ତରରେ ଜୀବାଣୁ ଆକ୍ରମଣ ଯୋଗୁ ଏରିସିପେଲାସ (erysipelas) ରୋଗ ହୁଏ ଓ ତା' ଫଳରେ ପ୍ରଭାବିତ ଚମ ଲାଲ ଦେଖାଯାଏ କିନ୍ତୁ ସେହି ଲାଲ ଦାଗର ଧାର ସ୍ପଷ୍ଟ ଥାଏ ଓ ଜ୍ୱର ହୋଇପାରେ ।[୧]
ରୋଗ ନିର୍ଣ୍ଣୟ
ସମ୍ପାଦନାଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଜୀବକୋଷ କଲ୍ଚର କ୍ଵଚିତ ସମ୍ଭବ ହୁଏ ।[୧]
ଗଭୀର ସଂକ୍ରମଣ
ସମ୍ପାଦନାସେଲ୍ୟୁଲାଇଟିସ ରୋଗ ନିର୍ଣ୍ଣୟ ପୂର୍ବରୁ ଓଷ୍ଟିଓମାୟେଲାଇଟିସ ଓ ନେକ୍ରୋଟାଇଜିଙ୍ଗ ଫାସାଇଟିସ (necrotizing fasciitis) ଭଳି ସଙ୍ଗୀନ ରୋଗ ଅଛି କି ନାହିଁ, ବିଚାରକୁ ନିଆଯାଏ ।[୨]
ଚିକିତ୍ସା
ସମ୍ପାଦନାପାଟିରେ ସେଫାଲେକ୍ସିନ୍, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ ଭଳି ଆଣ୍ଟିବାୟୋଟିକ ଦିଆଯାଇପାରେ ।[୧][୪]
ପେନିସିଲିନ ଆଲର୍ଜୀ
ସମ୍ପାଦନାପେନିସିଲିନ ଆଲର୍ଜି ଥିଲେ ରୋଗୀଙ୍କୁ ଏରିଥ୍ରୋମାଇସିନ ବା କ୍ଲିଣ୍ଡାମାଇସିନ ଦିଆଯାଏ ।[୪] ମେଥିସିଲିନ ପ୍ରତିରୋଧକାରୀ ଜୀବାଣୁ ଥିଲେ ଅନ୍ୟାନ୍ୟ ଔଷଧ ସହ ଡକ୍ସିସାଇକ୍ଲିନ ବା ଟ୍ରାଇମେଥୋପ୍ରିମ ସଲଫାମେଥୋକ୍ସାଜୋଲ ଦିଆଯାଏ ।[୧]
ପୂଯ
ସମ୍ପାଦନାପୂଯ ହୋଇଥିଲେ ଓ ମେଥିସିଲିନ ଔଷଧ ପ୍ରତିରୋଧ ଥିଲେ ଚିନ୍ତାଜନକ ହୁଏ ।[୧][୩] ରୋଗ ଥିବା ଜାଗାଟି ଉପରକୁ ଟେକି ରଖିଲେ ଓ ଯନ୍ତ୍ରଣା ନିବାରକ ଔଷଧ ଦେଲେ ଆରାମ ଲାଗେ ।[୨][୪]
ଜଟିଳତା
ସମ୍ପାଦନାଏହି ରୋଗ ଯୋଗୁ ଆବସେସ ବା ପୁଞ୍ଜିତ ପୂଯ ରୋଗ ହୋଇପାରେ ।[୧] ୭ରୁ ୧୦ ଦିନର ଚିକିତ୍ସାରେ ୯୫% ରୋଗୀ ଆରୋଗ୍ୟ ହୁଅନ୍ତି ।[୩]
ମଧୁମେହ
ସମ୍ପାଦନାଏହା ସହିତ ମଧୁମେହ ରୋଗ ଥିଲେ ଫଳାଫଳ ଅତି ଖରାପ ହୁଏ ।[୫]
ରୋଗାନୁଶୀଳନ
ସମ୍ପାଦନାସନ ୨୦୧୫ ରେ ୨୧.୨ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ହଜାର ଲୋକରେ ଦୁଇ ଜଣଙ୍କର ଗୋଡ଼ର ତଳ ଭାଗରେ ସେଲ୍ୟୁଲାଇଟିସ ହୁଏ ।[୧]
ମୃତ୍ୟୁ ସଂଖ୍ୟା
ସମ୍ପାଦନାସନ ୨୦୧୫ରେ ସେଲ୍ୟୁଲାଇଟିସ ରୋଗ ଯୋଗୁ ପୃଥିବୀରେ ୧୬,୯୦୦ ଲୋକଙ୍କର ମୃତ୍ୟୁ ହୋଇଥଲା ।[୭] ସଂଯୁକ୍ତ ରାଷ୍ଟ୍ରରେ ଡାକ୍ତରଖାନାରେ ଆଡମିଶନ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରୁ ସେଲ୍ୟୁଲାଟିସ ରୋଗୀଙ୍କ ସଂଖ୍ୟା ୧.୬ % ଥିଲା [୪]
ଭିଡିଓ ପ୍ରସ୍ତୁତି
ସମ୍ପାଦନାଆଲେଖ୍ୟ, ସ୍ୱର ଓ ଅପଲୋଡ କରିଛନ୍ତି ସୁବାସ ଚନ୍ଦ୍ର ରାଉତ ।
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Vary, JC; O'Connor, KM (May 2014). "Common Dermatologic Conditions". Medical Clinics of North America. 98 (3): 445–85. doi:10.1016/j.mcna.2014.01.005. PMID 24758956.
- ↑ ୨.୦ ୨.୧ ୨.୨ Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)) (7th ed.). New York: McGraw-Hill Companies. p. 1016. ISBN 978-0-07-148480-0.
- ↑ ୩.୦ ୩.୧ ୩.୨ Mistry, RD (Oct 2013). "Skin and soft tissue infections". Pediatric Clinics of North America. 60 (5): 1063–82. doi:10.1016/j.pcl.2013.06.011. PMID 24093896.
- ↑ ୪.୦ ୪.୧ ୪.୨ ୪.୩ Phoenix, G; Das, S; Joshi, M (Aug 7, 2012). "Diagnosis and management of cellulitis". BMJ. Clinical Research. 345: e4955. doi:10.1136/bmj.e4955. PMID 22872711.
- ↑ Dryden, M (Sep 2015). "Pathophysiology and burden of infection in patients with diabetes mellitus and peripheral vascular disease: focus on skin and soft-tissue infections". Clinical Microbiology and Infection. 21: S27–S32. doi:10.1016/j.cmi.2015.03.024. PMID 26198368.
- ↑ GBD 2015 Disease and Injury Incidence and Prevalence, Collaborators (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2015 Mortality and Causes of Death, Collaborators (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link)