ଉଇକିପିଡ଼ିଆ:ଭିଡିଓୱିକି/ମିଳିମିଳା
ଭିଡିଓୱିକି/ମିଳିମିଳା (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
ସମ୍ପାଦନାମିଳିମିଳା ଏକ ସଂସର୍ଗ ସଂକ୍ରାମକ ରୋଗ ଯାହା ମିଳିମିଳା ଭୂତାଣୁ ଯୋଗୁ ହୁଏ ।[୧][୨] ଏହାକୁ ଇଂରାଜୀରେ ମିଜଲ୍ସ ବା ରୁବେଓଲା ନାମ ଦିଆଯାଇଥାଏ ।
ବନାମ ରୁବେଲା ଓ ରୋଜେଓଲା
ସମ୍ପାଦନାଏହା ଇଂରାଜୀ ନାମର ରୋଜେଓଲା ଓ ଜର୍ମାନ ମିଳିମିଳା ବା ରୁବେଲା ରୋଗମାନଙ୍କଠାରୁ ଏକ ପୃଥକ୍ ଓ ଅସଂମ୍ବନ୍ଧିତ ରୋଗ ।[୩]
ରୋଗର ଆରମ୍ଭ
ସମ୍ପାଦନାସଂକ୍ରମିତ ଲୋକର ସଂସ୍ପର୍ଷରେ ଆସିବାର ୧୦-୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭-୧୦ ଦିନ ପର୍ଯ୍ୟନ୍ତ ରୋଗ ରହେ ।[୪][୫]
ପ୍ରାରମ୍ଭିକ ଲକ୍ଷଣ
ସମ୍ପାଦନାଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ୪୦୦ସେ. ବା ୧୦୪୦ ଫା. ଜ୍ୱର, କାଶ, ଶର୍ଦ୍ଦି ଓ ଆଖି ଧରା ବା କଞ୍ଜନ୍ଟିଭାଇଟିସ ହେବା ଦେଖାଯାଏ ।[୧][୬]
କପ୍ଲିକ ଦାଗ
ସମ୍ପାଦନାଲକ୍ଷଣ ଆରମ୍ଭ ହେବାର ୨ ବା ୩ ଦିନ ପରେ ପାଟି ଭିତରେ ଛୋଟ ଛୋଟ ଦଳା ଦାଗ ବା କପ୍ଲିକ ଦାଗ ତିଆରି ହୁଏ ।[୬]
ରାସ୍
ସମ୍ପାଦନାଲକ୍ଷଣ ଆରମ୍ଭ ହେବାର ୩ରୁ ୫ଦିନ ପରେ ଲାଲ ଚେପ୍ଟା ଦାଗ ବାହାରି ସାରା ଦେହରେ ମାଡ଼ିଯାଏ ।[୬]
ସାଧାରଣ ଜଟିଳ ଅବସ୍ଥା
ସମ୍ପାଦନାପ୍ରାୟ ୭% ରୋଗୀଙ୍କର ଅବସ୍ଥା ଜଟିଳ ହୋଇ ତରଳ ଝାଡ଼ା, ମଧ୍ୟ କର୍ଣ୍ଣ ପ୍ରଦାହ ଓ ନିମୋନିଆ ହୋଇପାରେ ।[୭]
ସ୍ୱଳ୍ପ ଜଟିଳ ସମ୍ଭାବନା
ସମ୍ପାଦନାଅପସ୍ମାର ବାତ, ଅନ୍ଧତ୍ୱ ବା ମସ୍ତିଷ୍କ ପ୍ରଦାହ ଭଳି ଜଟିଳତା ବେଳେବେଳେ ଦେଖାଯାଏ । [୪][୭]
କାରଣ
ସମ୍ପାଦନାମିଳିମିଳା ଏକ ବାୟୁ ପ୍ରବାହିତ ରୋଗ ଯାହା ସଂକ୍ରମିତ ଲୋକର କାଶ ଓ ଛିଙ୍କ ମାଧ୍ୟମରେ ଅତି ସହଜରେ ବ୍ୟାପିଥାଏ ।[୪]
ରୋଗ ବିସ୍ତାରର ଅନ୍ୟ ପଥ
ସମ୍ପାଦନାଏହା ରୋଗୀର ଲାଳ ବା ନାକରୁ ବାହାରୁଥିବା ମ୍ୟୁକସ ଯୋଗେ ବିସ୍ତାର ଲାଭ କରିପାରେ ।[୪]
ସଂସ୍ପର୍ଶ ଜନିତ
ସମ୍ପାଦନାଏହା ଏତେ ସ୍ପର୍ଶ ସଂକ୍ରାମକ ରୋଗ ଯେ, ଜଣେ ରୋଗୀ ସାଥୀରେ ବାସ କରୁଥିବା ୧୦ ଜଣ ଇମ୍ମ୍ୟୁନିଟି ବିହୀନ ଲୋକ ମଧ୍ୟରୁ ୯ ଜଣକୁ ସଂକ୍ରମିତ କରିପାରେ ।[୭]
ସଂକ୍ରମଣର ସମୟ
ସମ୍ପାଦନାଏହା ରାସ ହେବାର ୪ ଦିନ ପୁର୍ବରୁ ଆରମ୍ଭ କରି ରାସ ହେବାର ୪ ଦିନ ପର ପର୍ଯ୍ୟନ୍ତ ସଂକ୍ରମଣ କରିପାରେ ।[୭]
ଇମ୍ମୁନିଟି
ସମ୍ପାଦନାଆଶ୍ୱାସନାର ବିଷୟ ଏହିକି ଯେ ଅଧିକାଂଶ ଲୋକଙ୍କୁ ଏହି ରୋଗ ଗୋଟିଏ ଥରରୁ ଅଧିକ ଆକ୍ରମଣ କରେ ନାହିଁ ।[୪]
ରୋଗ ନିର୍ଣ୍ଣୟ
ସମ୍ପାଦନାସନ୍ତୁଳିତ ଜନସ୍ୱାସ୍ଥ୍ୟ ନିମନ୍ତେ ମିଳିମିଳା ସନ୍ଦେହ ଜନକ ଲୋକର ଭୂତାଣୁ ପରୀକ୍ଷା କରିବା ଆବଶ୍ୟକ ।[୭]
ପ୍ରତିଷେଧ
ସମ୍ପାଦନାରୋଗ ପ୍ରତିଷେଧ ନିମନ୍ତେ ଫଳପ୍ରଦ ମିଳିମିଳା ଟିକା ଅନ୍ୟାନ୍ୟ ଟିକା ସହିତ ମିଶ୍ରିତ ଭାବରେ ଏମଏମଆର ଟିକା ନାମରେ ଦିଆଯାଏ ।[୪]
ଟିକାର ପ୍ରଭାବ
ସମ୍ପାଦନାସନ ୨୦୦୦ରୁ ୨୦୧୩ ମଧ୍ୟର ଟିକା ଦେବା ଯୋଗୁ ମିଳିମିଳା ରୋଗୀ ମୃତ୍ୟୁ ସଂଖ୍ୟା ୭୫% କମିଛି ଓ ଅଧୁନା ସାରା ପୃଥିବୀରେ ପ୍ରାୟ ୮୫% ପିଲାଙ୍କୁ ଟିକା ଦିଆଯାଇପାରୁଛି । [୪]
ଚିକିତ୍ସା
ସମ୍ପାଦନାଥରେ ରୋଗ ସଂକ୍ରମଣ ହେବା ପରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ମିଳିପାରେନି,[୪] କିନ୍ତୁ ସାହାଯ୍ୟକାରୀ ଯତ୍ନରେ ଫଳାଫଳ ଉନ୍ନତ ହୋଇପାରେ ।[୪]
ସାହାଯ୍ୟକାରୀ ଯତ୍ନ
ସମ୍ପାଦନାସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଜ୍ୱର ନିୟନ୍ତ୍ରଣ ପାଇଁ ଔଷଧ ଏବଂ ମିଠା ଓ ଲବଣ ଥିବା ଓଆରଏସ ସଲ୍ୟୁସନ ପାଟିରେ ଦିଆଯାଏ । [୪][୫]
ଆଣ୍ଟିବାୟୋଟିକ
ସମ୍ପାଦନାନିମୋନିଆ ଭଳି ପାରିପାର୍ଶିକ ଜୀବାଣୁ ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ବ୍ୟବହାର କରାଯାଇପାରେ ।[୪]
ଭିଟାମିନ କ
ସମ୍ପାଦନାବିକାଶଶୀଳ ଦେଶମାନଙ୍କରେ ଭିଟାମିନ କ ପରିପୂରକ ଦେବାକୁ ସୁପାରିସ କରାଯାଏ ।[୪]
ରୋଗାନୁଶୀଳନ
ସମ୍ପାଦନାବର୍ଷକୁ ପ୍ରତି ବୟସର ପ୍ରାୟ ୨୦ ନିୟୁତ ଲୋକଙ୍କୁ ମିଳିମିଳା ଆକ୍ରମଣ କରେ,[୧] ଓ ଅନ୍ୟ ଦେଶ ଅପେକ୍ଷା ଆଫ୍ରିକା ଓ ଏସିଆ ମହାଦେଶରେ ଅଧିକ ହୁଏ । [୪][୮]
ମୃତ୍ୟୁ ନିବାରକ
ସମ୍ପାଦନାମିଳିମିଳା ମୃତ୍ୟୁରୁ ରକ୍ଷା ନିମନ୍ତେ ଏହା ଏକ ଅଗ୍ରଣୀ ଟିକା-ନିବାରକ ରୋଗ । [୯][୧୦]
ମୃତ୍ୟୁ ହ୍ରାସ
ସମ୍ପାଦନାସନ ୧୯୮୦ରେ ମିଳିମିଳା ଯୋଗୁ ୨.୬ ନିୟୁତ ମୃତ୍ୟୁ ହୋଇଥିଲା,[୪] କିନ୍ତୁ ସନ ୨୦୧୪ ସୁଦ୍ଧା ଜାଗତିକ ଟିକାକରଣ ଯୋଗୁ ଏହି ସଂଖ୍ୟା କମିଯାଇ ୭୩,୦୦୦ ହୋଇଗଲା ।[୧୧][୧୨]
ସନ ୨୦୧୭ରେ ବୃଦ୍ଧି
ସମ୍ପାଦନାସନ ୨୦୧୭ରେ କମ୍ ଟିକାକରଣ ଯୋଗୁ ଏହି ରୋଗ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିଲା ଓ ଅଧିକତର ୧୦% ରୋଗ କେବଳ ଅପପୁଷ୍ଟି ଥିବା ଯୋଗୁ ହୋଇଥିଲା ।[୪]
ସର୍ବାଧିକ ସଙ୍କଟ
ସମ୍ପାଦନାଅଧିକାଂଶ ମିଳିମିଳା ମୃତ୍ୟୁ ୫ ବର୍ଷ ବୟସରୁ କମ୍ ପିଲାଙ୍କର ହୁଏ । [୪][୧୩] ସଂକ୍ରମିତ ଲୋକଙ୍କ ମଧ୍ୟରୁ ମୋଟାମୋଟି ୦.୨% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Caserta, MT, ed. (September 2013). "Measles". Merck Manual Professional. Merck Sharp & Dohme Corp. Archived from the original on 23 March 2014. Retrieved 23 March 2014.
- ↑ "Measles (Red Measles, Rubeola)". Dept of Health, Saskatchewan. Archived from the original on 10 February 2015. Retrieved 10 February 2015.
- ↑ Marx, John A. (2010). Rosen's emergency medicine: concepts and clinical practice (7th ed.). Philadelphia: Mosby/Elsevier. p. 1541. ISBN 9780323054720. Archived from the original on 2017-09-08.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ "Measles Fact sheet N°286". who.int. November 2014. Archived from the original on 3 February 2015. Retrieved 4 February 2015.
- ↑ ୫.୦ ୫.୧ Conn's Current Therapy 2015. Elsevier Health Sciences. 2014. p. 153. ISBN 9780323319560. Archived from the original on 2017-09-08.
- ↑ ୬.୦ ୬.୧ ୬.୨ "Measles (Rubeola) Signs and Symptoms". cdc.gov. November 3, 2014. Archived from the original on 2 February 2015. Retrieved 5 February 2015.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–23. ISBN 9780983263135. Archived from the original on 7 February 2015. Retrieved 5 February 2015.
- ↑ Chen S.S.P. (February 22, 2018). Measles (Report). Medscape. Archived from the original on September 25, 2011. https://web.archive.org/web/20110925023230/http://emedicine.medscape.com/article/966220-overview.
- ↑ Kabra, SK; Lodhra, R (14 August 2013). "Antibiotics for preventing complications in children with measles". Cochrane Database of Systematic Reviews. 8 (8): CD001477. doi:10.1002/14651858.CD001477.pub4. PMID 23943263.
- ↑ "Despite the availability of a safe, effective and inexpensive vaccine for more than 40 years, measles remains a leading vaccine-preventable cause of childhood deaths" (PDF). Retrieved 16 February 2019.
- ↑ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–544. doi:10.1016/S0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "Measles cases spike globally due to gaps in vaccination coverage". WHO (in ଇଂରାଜୀ). 29 November 2018. Retrieved 21 December 2018.