ଉଇକିପିଡ଼ିଆ:ଭିଡିଓୱିକି/କର୍କଟ
ଭିଡିଓୱିକି/କର୍କଟ (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
ସମ୍ପାଦନାକର୍କଟ ଏକ ପ୍ରକାର ରୋଗମାନଙ୍କର ଦଳ ଯେଉଁଥିରେ ଜୀବକୋଷ ଗୁଡ଼ିକ ଅସାଧାରଣ ଭାବରେ ବୃଦ୍ଧି ପ୍ରାପ୍ତ ହୋଇ ପାଖ ବା ଦୂରକୁ ବିସ୍ତାର ଲାଭ କରିବାର କ୍ଷମତା ରଖିଥାଏ ।[୧][୨] ବିସ୍ତାର ନହେଉଥିବା ଅଣଘାତକ ଅର୍ବୁଦ ରୋଗଠାରୁ ଏହି ରୋଗ ସମ୍ପୁର୍ଣ୍ଣ ପୃଥକ୍ ।[୨]
ଲକ୍ଷଣ
ସମ୍ପାଦନାକର୍କଟ ରୋଗର ଲକ୍ଷଣ ମଧ୍ୟରେ ଅସାଧାରଣ ରକ୍ତସ୍ରାବ, ଦୀର୍ଘକାଳୀନ କାଶ, ଅବୋଧ୍ୟ ଓଜନ ହ୍ରାସ, ଗୋଟାଳି ସୃଷ୍ଟି ଓ ମଳତ୍ୟାଗ ସମୟର ପରିବର୍ତ୍ତନ ହେବା ଦେଖାଯାଏ ।[୩]
ଲକ୍ଷଣମାନଙ୍କର ଅନ୍ୟ କାରଣ
ସମ୍ପାଦନାଏହି ଲକ୍ଷଣଗୁଡ଼ିକ କର୍କଟ ରୋଗର ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ରୋଗରେ ଏହିଭଳି ଲକ୍ଷଣ ଦେଖାଯାଇପାରେ ।[୩] ଶହେରୁ ଅଧିକ ପ୍ରକାରର କର୍କଟ ରୋଗ ମାନବଙ୍କୁ ଆକ୍ରମଣ କରିପାରେ ।[୨]
କାରଣ
ସମ୍ପାଦନାକେବଳ ତମାଖୁ ବ୍ୟବହାର ଯୋଗୁ ୨୨% କର୍କଟ ଜନିତ ମୃତ୍ୟୁ ହୋଇଥାଏ ।[୧]
ଅନ୍ୟାନ୍ୟ କାରଣ ୧
ସମ୍ପାଦନାମେଦ ବହୁଳତା,ଅପପୁଷ୍ଟି, ଶାରୀରିକ କ୍ରିୟାର ଅଭାବ ବା ଅତ୍ୟଧିକ ମଦ୍ୟ ବା ଆଲକୋହୋଲ ପାନକରିବା ଯୋଗୁ ପ୍ରାୟ ୧୦% କର୍କଟ ରୋଗ ହୁଏ । [୧][୪][୫]
ଅନ୍ୟାନ୍ୟ କାରଣ ୨
ସମ୍ପାଦନାଅନ୍ୟ କାରଣ ମଧ୍ୟରେ ସଂକ୍ରମଣ, ଆୟୋନାଇଜିଙ୍ଗ ରାଡିଏସନ ଓ ପରିବେଶ ପ୍ରଦୂଷଣ ମୂଖ୍ୟ ସ୍ଥାନ ଅଧିକାର କରିଥାଏ ।[୬]
ସଂକ୍ରମଣ କାରଣ
ସମ୍ପାଦନାବିକଶିତ ରାଷ୍ଟ୍ରମାନଙ୍କରେ ୧୫% କର୍କଟ ରୋଗ ହେଲିକୋବ୍ୟାକ୍ଟର ପାଇଲୋରି, ହେପାଟାଇଟିସ ବି, ହେପାଟାଇଟିସ ସି, ମାନବ ପାପିଲୋମାଭୁତାଣୁ ସଂକ୍ରମଣ, ଏପସ୍ଟେନ-ବାର ଭୁତାଣୁ ଓ ଏଚଆଇଭି ଇତ୍ୟାଦି ସଂକ୍ରମଣ ଯୋଗୁ ହୁଏ ।[୧]
ନିଦାନଶରୀରତତ୍ତ୍ୱ
ସମ୍ପାଦନାବିଭିନ୍ନ କାରକମାନଙ୍କ ଯୋଗୁ ଅତି କମ୍ରେ ଆଂଶିକ ଭାବରେ ଜୀବକୋଷର ଜିନରେ ପରିବର୍ତ୍ତନ ଆସିଥାଏ ।[୭] କର୍କଟ ରୋଗ ବିକଶିତ ହେବା ନିମନ୍ତେ ଅନେକ ଗୁଡ଼ିଏ ଜିନ ପରିବର୍ତ୍ତନ ଆବଶ୍ୟକ ହୁଏ ।[୭] ବଂଶାନୁକ୍ରମରେ ପିତାମାତାଙ୍କର ଜିନ ତୃଟି ଯୋଗୁ ପ୍ରାୟ ୫-୧୦% କର୍କଟ ରୋଗ ସନ୍ତାନମାନଙ୍କଠାରେ ହୋଇଥାଏ । [୮]
ରୋଗ ନିର୍ଣ୍ଣୟ
ସମ୍ପାଦନାରୋଗର ଲକ୍ଷଣ ତଥା ଚିହ୍ନ ଦେଖି ଓ କର୍କଟ ସ୍କ୍ରିନିଙ୍ଗ ପରୀକ୍ଷା କରି କର୍କଟ ସନ୍ଦେହ କରାଯାଇପାରେ ।[୧] ଅଧିକ ପୁଷ୍ଟିକରଣ ନିମନ୍ତେ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି କରାଯାଏ ।[୯]
ପ୍ରତିଷେଧ
ସମ୍ପାଦନାସ୍ୱାସ୍ଥ୍ୟପ୍ରଦ ଶରୀର ଓଜନ ରଖି ଓ ଧୂମ୍ରପାନ ନ କରି ଅନେକ କର୍କଟ ରୋଗର ପ୍ରତିଷେଧ ସମ୍ଭବ ହୋଇପାରିବ ।[୧୦]
ଅନ୍ୟାନ୍ୟ ପ୍ରତିଷେଧ ଉପାୟ
ସମ୍ପାଦନାପ୍ରଚୁର ଫଳ, ପରିବା ଓ ସମ୍ପୁର୍ଣ୍ଣ ଶସ୍ୟ ଖାଇଲେ, ସୀମିତ ମଦ୍ୟ ପାନ କଲେ, ଲାଲ ମାଂସ ନ ଖାଇଲେ ଓ ଅତ୍ୟଧିକ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ନ ଆସିଲେ କର୍କଟ ସଙ୍କଟ କମିଯାଏ ।[୧୦][୧୧]
ଟିକା
ସମ୍ପାଦନାମାନବ ପାପିଲୋମା ଭୂତାଣୁ ଭଳି କେତେକ ସଂକ୍ରାମକ ରୋଗର ଟିକା ବ୍ୟବହାର କଲେ କର୍କଟ ସଙ୍କଟ କମିଯାଏ ।[୧୨]
ସ୍କ୍ରିନିଙ୍ଗ
ସମ୍ପାଦନାଶୀଘ୍ର ସ୍କ୍ରିନିଙ୍ଗ କରି ଜରାୟୁ ମୁଖ କର୍କଟ ଓ କୋଲୋରେକ୍ଟାଲ କର୍କଟ ରୋଗ ଚିହ୍ନଟ କରିପାରିଲେ ଉପକାର ମିଳେ ।[୧୩]
ସ୍କ୍ରିନିଙ୍ଗ ୨
ସମ୍ପାଦନାସ୍ତନ କର୍କଟର ସ୍କ୍ରିନିଙ୍ଗ କରିବା ବିଷୟ ବିବାଦାତ୍ମକ ଅଛି । [୧୩][୧୪]
ଚିକିତ୍ସା
ସମ୍ପାଦନାକର୍କଟ ରୋଗରେ ସାଧାରଣତଃ ରାଡିଏସନ ଥେରାପି, ଅପରେଶନ, କେମୋଥେରାପି ବା ଟାରଗେଟେଡ ଥେରାପି ମଧ୍ୟରୁ କିଛି ଚିକିତ୍ସାର ସାହାଯ୍ୟ ନିଆଯାଏ ।[୧][୧୫]
ଯନ୍ତ୍ରଣା ଉପଚାର
ସମ୍ପାଦନାଏହି ଚିକିତ୍ସାରେ ଲକ୍ଷଣ ଓ ଯନ୍ତ୍ରଣା ଅନୁଯାୟୀ ରୋଗୀର ଯତ୍ନ ନିଆଯାଏ ।[୧] ରୋଗ ଅତ୍ୟଧିକ ବଢ଼ି ଯାଇଥିଲେ କେବଳ ଉପଶମଦାୟକ ଯତ୍ନ ନିଆଯାଏ ।[୧]
ବଞ୍ଚିବା ସମୟ
ସମ୍ପାଦନାକର୍କଟର ପ୍ରକାର ଓ ଚିକିତ୍ସା ଆରମ୍ଭରେ ରୋଗର ସୋପାନ ଉପରେ ବଞ୍ଚିବା ସୀମା ନିର୍ଭର କରେ ।[୭] ବିକଶିତ ରାଷ୍ଟ୍ରରେ ପନ୍ଦର ବର୍ଷ ବୟସ ପୂର୍ବ ରୋଗୀଙ୍କ ମଧ୍ୟରୁ ପ୍ରାୟ ୮୦% ରୋଗୀ ହାରାହାରି ୫ ବର୍ଷ ଓ[୧୬] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୬୬% ରୋଗୀ ହାରାହାରି ୫ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି ।[୧୭]
ରୋଗାନୁଶୀଳନ
ସମ୍ପାଦନାମହିଳା
ସମ୍ପାଦନାମହିଳାମାନଙ୍କର ସାଧାରଣତଃ ସ୍ତନ କର୍କଟ, କୋଲୋରେକ୍ଟାଲ କର୍କଟ, ଫୁସଫୁସ କର୍କଟ ଓ ଜରାୟୁ ଗ୍ରୀବା କର୍କଟ ରୋଗ ହୁଏ ।[୭] ପ୍ରତି ବର୍ଷ ନୂଆ କର୍କଟ ହିସାବକୁ ନେଲେ ମେଲାନୋମା ବ୍ୟତୀତ ଅନ୍ୟ ଚର୍ମ କର୍କଟ ରୋଗଗୁଡ଼ିକ ସଂଖ୍ୟା ପ୍ରାୟ ୪୦% ହେବ ।[୧୮][୧୯]
ପୁରୁଷ
ସମ୍ପାଦନାପୁରୁଷମାନଙ୍କର ସାଧାରଣତଃ ଫୁସଫୁସ କର୍କଟ, ପ୍ରୋସ୍ଟେଟ କର୍କଟ, କୋଲୋରେକ୍ଟାଲ କର୍କଟ ଓ ମୂତ୍ରାଶୟ କର୍କଟ ହୁଏ ।[୨୦]
ଶିଶୁ
ସମ୍ପାଦନାପିଲାଙ୍କର ସାଧାରଣତଃ ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ଓ ମସ୍ତିଷ୍କ ଅର୍ବୁଦ ହୁଏ କିନ୍ତୁ ଆଫ୍ରିକାରେ ନନ୍-ହଜକିନ ଲିମ୍ଫୋମା ଅଧିକ ହୁଏ ।[୧୬] ସନ ୨୦୧୨ରେ ୧୫ ବର୍ଷ ବୟସରୁ କମ ପିଲାଙ୍କ ମଧ୍ୟରୁ ପ୍ରାୟ ୧୬୫,୦୦୦ ପିଲାଙ୍କର କର୍କଟ ରୋଗ ନିର୍ଣ୍ଣୟ ହୋଇଥିଲା ।[୨୦]
ପୃଥିବୀରେ ସଙ୍କଟ
ସମ୍ପାଦନାବୟସ୍କ ଲୋକ ସଂଖ୍ୟା ବୃଦ୍ଧି ଓ ବିକଶିତ ଦେଶମାନଙ୍କରେ ଜୀବନଚର୍ଯ୍ୟାର ପରିବର୍ତ୍ତନ ଯୋଗୁ କର୍କଟ ରୋଗ ସଙ୍କଟ ଅଧିକ ହେଉଛି । ଏହି ପରିବର୍ତ୍ତନ ଯୋଗୁ ଆସନ୍ତା ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟ ସେବା ଏକ ଚାଲେଞ୍ଜରେ ପରିଣତ ହେବ ।[୨୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Cancer". World Health Organization. 12 ସେପ୍ଟେମ୍ବର 2018. Retrieved 19 ଡିସେମ୍ବର 2018.
{{cite web}}
: CS1 maint: url-status (link) - ↑ ୨.୦ ୨.୧ ୨.୨ "Defining Cancers". National Cancer Institute. 17 September 2007. Retrieved 28 March 2018.
{{cite web}}
: CS1 maint: url-status (link) - ↑ ୩.୦ ୩.୧ "Cancer – Signs and symptoms". NHS Choices. Archived from the original on 8 ଜୁନ 2014. Retrieved 10 ଜୁନ 2014.
- ↑ "Obesity and Cancer Risk". National Cancer Institute. 3 ଜାନୁଆରୀ 2012. Archived from the original on 4 ଜୁଲାଇ 2015. Retrieved 4 ଜୁଲାଇ 2015.
- ↑ Jayasekara H, MacInnis RJ, Room R, English DR (May 2016). "Long-Term Alcohol Consumption and Breast, Upper Aero-Digestive Tract and Colorectal Cancer Risk: A Systematic Review and Meta-Analysis". Alcohol and Alcoholism. 51 (3): 315–30. doi:10.1093/alcalc/agv110. PMID 26400678.
- ↑ Anand P, Kunnumakkara AB, Sundaram C, Harikumar KB, Tharakan ST, Lai OS, Sung B, Aggarwal BB (September 2008). "Cancer is a preventable disease that requires major lifestyle changes". Pharmaceutical Research. 25 (9): 2097–116. doi:10.1007/s11095-008-9661-9. PMC 2515569. PMID 18626751.
- ↑ ୭.୦ ୭.୧ ୭.୨ ୭.୩ World Cancer Report 2014. World Health Organization. 2014. pp. Chapter 1.1. ISBN 978-92-832-0429-9. Archived from the original on 12 ଜୁଲାଇ 2017.
- ↑ "Heredity and Cancer". American Cancer Society. Archived from the original on 2 ଅଗଷ୍ଟ 2013. Retrieved 22 ଜୁଲାଇ 2013.
- ↑ "How is cancer diagnosed?". American Cancer Society. 29 ଜାନୁଆରୀ 2013. Archived from the original on 14 ଜୁଲାଇ 2014. Retrieved 10 ଜୁନ 2014.
- ↑ ୧୦.୦ ୧୦.୧ Kushi LH, Doyle C, McCullough M, Rock CL, Demark-Wahnefried W, Bandera EV, Gapstur S, Patel AV, Andrews K, Gansler T (2012). "American Cancer Society Guidelines on nutrition and physical activity for cancer prevention: reducing the risk of cancer with healthy food choices and physical activity". CA Cancer J Clin. 62 (1): 30–67. doi:10.3322/caac.20140. PMID 22237782.
- ↑ Parkin DM, Boyd L, Walker LC (December 2011). "16. The fraction of cancer attributable to lifestyle and environmental factors in the UK in 2010". British Journal of Cancer. 105 Suppl 2: S77–81. doi:10.1038/bjc.2011.489. PMC 3252065. PMID 22158327.
- ↑ Ljubojevic S, Skerlev M (2014). "HPV-associated diseases". Clinics in Dermatology. 32 (2): 227–34. doi:10.1016/j.clindermatol.2013.08.007. PMID 24559558.
- ↑ ୧୩.୦ ୧୩.୧ World Cancer Report 2014. World Health Organization. 2014. pp. Chapter 4.7. ISBN 978-92-832-0429-9. Archived from the original on 12 ଜୁଲାଇ 2017.
- ↑ Gøtzsche PC, Jørgensen KJ (June 2013). "Screening for breast cancer with mammography". The Cochrane Database of Systematic Reviews. 6 (6): CD001877. doi:10.1002/14651858.CD001877.pub5. PMID 23737396.
- ↑ National Cancer Institute (26 February 2018). "Targeted Cancer Therapies". www.cancer.gov. Retrieved 28 March 2018.
- ↑ ୧୬.୦ ୧୬.୧ World Cancer Report 2014. World Health Organization. 2014. pp. Chapter 1.3. ISBN 978-92-832-0429-9. Archived from the original on 12 ଜୁଲାଇ 2017.
- ↑ "SEER Stat Fact Sheets: All Cancer Sites". National Cancer Institute. Archived from the original on 26 ସେପ୍ଟେମ୍ବର 2010. Retrieved 18 ଜୁନ 2014.
- ↑ Dubas LE, Ingraffea A (February 2013). "Nonmelanoma skin cancer". Facial Plastic Surgery Clinics of North America. 21 (1): 43–53. doi:10.1016/j.fsc.2012.10.003. PMID 23369588.
- ↑ Cakir BÖ, Adamson P, Cingi C (November 2012). "Epidemiology and economic burden of nonmelanoma skin cancer". Facial Plastic Surgery Clinics of North America. 20 (4): 419–22. doi:10.1016/j.fsc.2012.07.004. PMID 23084294.
- ↑ ୨୦.୦ ୨୦.୧ World Cancer Report 2014. World Health Organization. 2014. pp. Chapter 1.1. ISBN 978-92-832-0429-9.
- ↑ Jemal A, Bray F, Center MM, Ferlay J, Ward E, Forman D (February 2011). "Global cancer statistics". Ca. 61 (2): 69–90. doi:10.3322/caac.20107. PMID 21296855.