ଉଇକିପିଡ଼ିଆ:ଭିଡିଓୱିକି/ଏଚଆଇଭି/ଏଡସ
ଭିଡିଓୱିକି/ଏଚଆଇଭି/ଏଡସ (Tutorial) | |
---|---|
ଫାଇଲ:Or.ଉଇକିପିଡ଼ିଆ-ଭିଡିଓୱିକି-ଏଡସ.webm | |
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
ସମ୍ପାଦନାଏଚଆଇଭି ବା ହ୍ୟୁମ୍ୟାନ ଇମ୍ମୂନୋଡେଫିସିଏନ୍ସି ସିଣ୍ଡ୍ରୋମ ଓ ଏଡସ ବା ଆକ୍ୱାର୍ଡ଼ ଇମ୍ମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ ବେମାରୀଦ୍ୱୟ ଏଚଆଇଭି ଭୂତାଣୁ ସଂକ୍ରମଣ ଯୋଗୁ ହୁଏ । [୧][୨][୩]
ପ୍ରାରମ୍ଭିକ ଲକ୍ଷଣ
ସମ୍ପାଦନାସଂକ୍ରମଣ ଆରମ୍ଭରେ ପିଡ଼ିତ ଲୋକ କୌଣସି ଲକ୍ଷଣ ଥିବା ଲକ୍ଷ କରିପାରେନି ବା ଇନ୍ଫ୍ଲୁଏଞ୍ଜା ଭଳି ଅବସ୍ଥା ଅଳ୍ପ କିଛି ସମୟ ପାଇଁ ଅନୁଭବ କରିପାରିବ । [୪] ଏହା ପରେ ଦୀର୍ଘକାଳ ନିମନ୍ତେ ଲକ୍ଷଣହୀନ ହୋଇ ରହିପାରେ । [୫]
ବିଳମ୍ବିତ ଲକ୍ଷଣ
ସମ୍ପାଦନାସଂକ୍ରମଣ ଅଗ୍ରଗତି ସଙ୍ଗେ ସଙ୍ଗେ ଇମ୍ମୁନ ପ୍ରଣାଳୀ ଅବରୋଧ ହେବା ଫଳରେ ଯକ୍ଷ୍ମା, କ୍ୱଚିତ ହେଉଥିବା ଦୁର୍ବଳ ଇମ୍ମ୍ୟୁନିଟି ସମ୍ଭୁତ ଅର୍ବୁଦ ଓ ଅନ୍ୟାନ୍ୟ ସଂକ୍ରମଣ ସମ୍ଭାବନା ବୃଦ୍ଧି ପାଏ । [୪]
ଏଡସ ଲକ୍ଷଣ
ସମ୍ପାଦନାରୋଗର ବିଳମ୍ବିତ ଲକ୍ଷଣ ଗୁଡ଼ିକୁ ଏଡସ କୁହାଯାଏ ।[୫] ଏହା ସହିତ କାଚେକ୍ସିଆ ବା ଅନିଚ୍ଛକୃତ ଓଜନ ହ୍ରାସ ହେବା ଦେଖାଯାଏ ।[୫]
ବିସ୍ତାର
ସମ୍ପାଦନାଅସୁରକ୍ଷିତ ଯେ କୌଣସି ମାଧ୍ୟମର ଯୌନ ସମ୍ଭୋଗ, ପ୍ରଦୂଷିତ ରକ୍ତ ପରିଦାନ ଓ ଇଞ୍ଜେକସନ ଛୁଞ୍ଚି ସାହାଯ୍ୟରେ ଏଚଆଇଭି ବିସ୍ତାର ଲାଭ କରିଥାଏ । ସଂକ୍ରମିତ ମାତାଠାରୁ ଗର୍ଭାବସ୍ଥା, ପ୍ରସବ ଓ ସ୍ତନ୍ୟପାନ ସମୟରେ ଶିଶୁକୁ ରୋଗ ବିସ୍ତାର ଲାଭ କରେ ଯାହାକୁ ଭୂଲମ୍ବ ବିସ୍ତାର କହନ୍ତି ।[୬] କେତେକ ଶାରୀରିକ ତରଳ ପଦାର୍ଥ ଯେପରିକି ଲାଳ ଓ ଲୁହ ସାହାଯ୍ୟରେ ସଂକ୍ରମଣ ହୁଏ ନାହିଁ । [୭]
ପ୍ରତିଷେଧ
ସମ୍ପାଦନାରୋଗ ପ୍ରତିଷେଧ ନିମନ୍ତେ ସୁରକ୍ଷିତ ଯୌନ ସମ୍ପର୍କ, ଇଞ୍ଜେକସନ ଛୁଞ୍ଚି ପରିବର୍ତ୍ତନ, ସଂକ୍ରମିତ ଲୋକର ଚିକିତ୍ସା, ପୁରୁଷଙ୍କର ସୁନ୍ନତ ଓ ସଂସ୍ପର୍ଶର ପୂର୍ବ ଓ ପରକାଳର ନିବାରକ ଚିକିତ୍ସା ଆବଶ୍ୟକ ।[୪]
ମାତୃ-ଶିଶୁ ପ୍ରତିଷେଧ
ସମ୍ପାଦନାଉଭୟ ମାଆ ଓ ଶୁଶୁକୁ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସାହାଯ୍ୟରେ ପ୍ରତିଷେଧ ବ୍ୟବସ୍ଥା କରାଯାଇପାରେ । [୪]
ଚିକିତ୍ସା
ସମ୍ପାଦନାଏହି ରୋଗର କୋଣସି ଚିକିତ୍ସା ଅଦ୍ୟାବଧି ନାହିଁ କିନ୍ତୁ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଚିକିତ୍ସାରେ ରୋଗର ଅଗ୍ରଗତି ଧୀର ହେବାଯୋଗୁ ପ୍ରାୟ ସାଧାରଣ ଆୟୁଷର ଜୀବନ ଯାପନ ସମ୍ଭବ ହୋଇପାରେ । [୫][୮]
ଚିକିତ୍ସା ପ୍ରଭାବ
ସମ୍ପାଦନାରୋଗ ନିର୍ଣ୍ଣୟ ହେବା କ୍ଷଣି ଚିକିତ୍ସା ଆରମ୍ଭ କରିବାକୁ ସୁପାରିସ କରାଯାଏ । [୯] ବିନା ଚିକିତ୍ସାରେ ପ୍ରାୟ ୧୧ ବର୍ଷ ବଞ୍ଚିବା ସମ୍ଭବ ହୁଏ । [୧୦]
ରୋଗାନୁଶୀଳନ
ସମ୍ପାଦନାସନ ୨୦୧୬ରେ ପ୍ରାୟ ୩୬.୭ ନିୟୁତ ଲୋକଙ୍କର ଏଚଆଇଭି ଥିଲା ଓ ଏହା ଫଳରେ ପ୍ରାୟ ୧ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା ।[୧୧] ସନ ୨୦୧୫ ଅପେକ୍ଷା ୨୦୧୬ରେ ନୂଆ ଏଚଆଇଭି ରୋଗୀ ସଂଖ୍ୟା ୩୦୦,୦୦୦ କମ୍ ଥିଲେ ।[୧୨] ଅଧିକାଂଶ ସଂକ୍ରମିତ ଲୋକ ସବ-ସାହାରା ଆଫ୍ରିକାର ବାସିନ୍ଦା ଥିଲେ । [୪]
ପ୍ରାରମ୍ଭିକ ଚିହ୍ନଟ
ସମ୍ପାଦନାଏଡସ ଚିହ୍ନଟ ହେବାପରେ ସନ ୧୯୮୦ରୁ ୨୦୧୭ ପର୍ଯ୍ୟନ୍ତ ସାରା ପୃଥିବୀରେ ପ୍ରାୟ ୩୫ ନିୟୁତ ରୋଗୀଙ୍କର ମୃତ୍ୟୁ ହୋଇଥିଲା । [୧୩]
ଚଳିତ ଅବସ୍ଥା
ସମ୍ପାଦନାଏଚଆଇଭି ଏଡସକୁ ବିଶ୍ୱବ୍ୟାପୀ ବିବେଚନା କରାଯାଏ ଯେହେତୁ ଏହା ବହୁତ ବଡ଼ ସ୍ଥାନରେ ମହାମାରୀ ରୂପ ଧାରଣକରି ରହିଛି ଓ ସକ୍ରିୟ ଭାବରେ ବ୍ୟାପୁଛି ।[୧୪]
ଇତିହାସ
ସମ୍ପାଦନାଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପଶ୍ଚିମ-ମଧ୍ୟ ଆଫ୍ରିକାର ଉପନିବେଶମାନଙ୍କରେ ଏହି ରୋଗ ସୃଷ୍ଟି ହେବା ଦେଖାଯାଇଥିଲା ।[୧୫]
ଉତ୍ତର ଆମେରିକାରେ ମହାମାରୀ
ସମ୍ପାଦନାସନ ୧୯୮୧ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥାଦ୍ୱାରା ଏଡସ ରୋଗ ଚିହ୍ନଟ ହୋଇଥିଲା ଅଳ୍ପ ସମୟ ବ୍ୟବଧାନରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା ।[୧୬]
ସାମାଜିକ ପ୍ରଭାବ
ସମ୍ପାଦନାଏଚଆଇଭି/ଏଡସ ରୋଗର ସମାଜରେ ରୋଗ ଭାବରେ ଓ ଭେଦ ଭାବନାରେ ବିରାଟ ପ୍ରଭାବ ଅଛି । [୧୭]
ଅର୍ଥନୈତିକ ପ୍ରଭାବ
ସମ୍ପାଦନାଏହି ରୋଗର ବିରାଟ ଅର୍ଥନୈତିକ ପ୍ରଭାବ ରହିଛି । [୧୭] ଏହା ବିଷୟରେ ଅଣଯୌନ ସ୍ପର୍ଶରେ ବ୍ୟାପିବା ଭଳି ଅନେକ ଭୂଲ ଧାରଣା ସବୁ ଅଛି । [୧୮]
ଧାର୍ମିକ ପ୍ରଭାବ
ସମ୍ପାଦନାଏହି ରୋଗ ବିଷୟରେ କାଥୋଲିକ ଚର୍ଚ୍ଚ ଭଳି ଅନେକ ଧାର୍ମିକ ଅନୁଷ୍ଠାନମାନଙ୍କରେ ବିବାଦାତ୍ମକ ଧାରଣା ଥିବା ଯୋଗୁ ରୋଗ ପ୍ରତିଷେଧ ନିମନ୍ତେ କଣ୍ଡୋମ ବ୍ୟବହାରକୁ ସମର୍ଥନ କରୁନାହାନ୍ତି । [୧୯]
ବିତ୍ତ ସଂଗ୍ରହ
ସମ୍ପାଦନାଏହା ସତ୍ୱେ ସନ ୧୯୮୦ରେ ଚିହ୍ନଟ ପରଠାରୁ ଏଚଆଇଭି/ଏଡସ ରୋଗ ଅନେକ ଆନ୍ତର୍ଜାତିକ ଡାକ୍ତରୀ ଓ ରାଜନୈତିକ ଧ୍ୟାନ ଆକର୍ଷଣ କରି ଅଜସ୍ର ବିତ୍ତ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହୋଇଛି । [୨୦]
ଆଧାର
ସମ୍ପାଦନା- ↑ Sepkowitz KA (June 2001). "AIDS – the first 20 years". The New England Journal of Medicine. 344 (23): 1764–72. doi:10.1056/NEJM200106073442306. PMID 11396444.
- ↑ Krämer, Alexander; Kretzschmar, Mirjam; Krickeberg, Klaus (2010). Modern infectious disease epidemiology concepts, methods, mathematical models, and public health (Online-Ausg. ed.). New York: Springer. p. 88. ISBN 978-0-387-93835-6.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Kirch, Wilhelm (2008). Encyclopedia of Public Health. New York: Springer. pp. 676–77. ISBN 978-1-4020-5613-0.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୪.୦ ୪.୧ ୪.୨ ୪.୩ ୪.୪ "HIV/AIDS Fact sheet N°360". WHO. ନଭେମ୍ବର 2015. Archived from the original on ଫେବୃଆରୀ 17, 2016. Retrieved ଫେବୃଆରୀ 11, 2016.
- ↑ ୫.୦ ୫.୧ ୫.୨ ୫.୩ "About HIV/AIDS". CDC. ଡିସେମ୍ବର 6, 2015. Retrieved ଫେବୃଆରୀ 11, 2016.
- ↑ Rom WN, Markowitz SB, eds. (2007). Environmental and occupational medicine (4th ed.). Philadelphia: Wolters Kluwer/Lippincott Williams & Wilkins. p. 745. ISBN 978-0-7817-6299-1.
- ↑ "HIV and Its Transmission". Centers for Disease Control and Prevention. 2003. Archived from the original on February 4, 2005. Retrieved May 23, 2006.
- ↑ UNAIDS (ମଇ 18, 2012). "The quest for an HIV vaccine". Archived from the original on ମଇ 24, 2012.
- ↑ Guideline on when to start antiretroviral therapy and on pre-exposure prophylaxis for HIV (PDF). WHO. 2015. p. 13. ISBN 978-92-4-150956-5. Archived (PDF) from the original on ଅକ୍ଟୋବର 14, 2015.
- ↑ UNAIDS, WHO (December 2007). "2007 AIDS epidemic update" (PDF). Archived from the original (PDF) on May 27, 2008. Retrieved March 12, 2008.
- ↑ "Fact sheet – Latest statistics on the status of the AIDS epidemic | UNAIDS". www.unaids.org. Archived from the original on ଜୁଲାଇ 13, 2017. Retrieved ଜୁଲାଇ 21, 2017.
- ↑ "Global HIV and AIDS statistics". AVERT (in ଇଂରାଜୀ). 2015-07-16. Retrieved 2017-10-07.
- ↑ "Fact sheet – Latest statistics on the status of the AIDS epidemic". www.unaids.org (in ଇଂରାଜୀ). UNAIDS. Retrieved 2018-03-16.
- ↑ Kallings LO (March 2008). "The first postmodern pandemic: 25 years of HIV/ AIDS". Journal of Internal Medicine. 263 (3): 218–43. doi:10.1111/j.1365-2796.2007.01910.x. PMID 18205765.(subscription required)
- ↑ Sharp PM, Hahn BH (September 2011). "Origins of HIV and the AIDS pandemic". Cold Spring Harbor Perspectives in Medicine. 1 (1): a006841. doi:10.1101/cshperspect.a006841. PMC 3234451. PMID 22229120.
- ↑ Gallo RC (October 2006). "A reflection on HIV/AIDS research after 25 years". Retrovirology. 3 (1): 72. doi:10.1186/1742-4690-3-72. PMC 1629027. PMID 17054781.
{{cite journal}}
: CS1 maint: unflagged free DOI (link) - ↑ ୧୭.୦ ୧୭.୧ "The impact of AIDS on people and societies". 2006 Report on the global AIDS epidemic. UNAIDS. 2006. ISBN 978-92-9173-479-5.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ Endersby, Jim (2016). "Myth Busters". Science. 351 (6268): 35. Bibcode:2016Sci...351...35E. doi:10.1126/science.aad2891. Archived from the original on ଫେବୃଆରୀ 22, 2016. Retrieved ଫେବୃଆରୀ 14, 2016.
- ↑ McCullom, Rob (ଫେବୃଆରୀ 26, 2013). "An African Pope Won't Change the Vatican's Views on Condoms and AIDS". The Atlantic. Archived from the original on ମାର୍ଚ୍ଚ 8, 2016. Retrieved ଫେବୃଆରୀ 14, 2016.
- ↑ Harden, Victoria Angela (2012). AIDS at 30: A History. Potomac Books Inc. p. 324. ISBN 978-1-59797-294-9.