ଉଇକିପିଡ଼ିଆ:ଜନ୍ମତିଥି/୧୬/ଶିକ୍ଷଣ

ଏହି କାର୍ଯ୍ୟକ୍ରମ ଅବସରରେ ଅନେକ ଉଇକିଆଳିଙ୍କ ସଙ୍ଗେ ମୁହାଁମୁହିଁ ଦେଖାହେବ । ତେଣୁ ତା'ର ସୁଯୋଗ ନେଇ ସେମାନଙ୍କ ସହ କିଛି ଉଇକିପିଡ଼ିଆ ଶିକ୍ଷଣ ତିଆରି ଯୋଜନା କରୁଛୁ । ଯଦିଓ ଆଗରୁ ଅନେକ ଥର ଏ ଯୋଜନା ହୋଇଥିଲା ବିଭିନ୍ନ କାରଣରୁ ସେସବୁ କାର୍ଯ୍ୟକାରୀ ହୋଇପାରିନି । ଏଥର ଲକ୍ଷ୍ୟ ହେଉଛି ଜଣେ ନୂଆ ଉଇକିଆଳି ଶିଖିବା ପାଇଁ ଯେତିକି ନିହାତି ଦରକାରୀ ସେତିକି ଅନ୍ତତଃ ତିଆରି କରିବୁ ।

ଶିକ୍ଷଣ ଗୁଡ଼ିକ ତିଆରି ସରିଲେ କେମିତି ଦିଶିବ?

ଅଡ଼ିଓ-ଭିଜୁଆଲ ମିଡ଼ିଅମରେ କିଛି ଦେଖିବାବେଳେ ଦର୍ଶକ ସବୁବେଳେ ଆଉ ଜଣେ ମଣିଷ ସଙ୍ଗେ ନିଜକୁ ସହଜରେ ଯୋଡ଼ିପାରେ । ଏଣୁ କେବଳ ସ୍କ୍ରିନରେ କିଛି ଘଟୁଥିବା ନ ଦେଖାଇ ଉଇକିଆଳିମାନେ ବାସ୍ତବ ଜୀବନରେ କେମିତି ସମ୍ପାଦନା କରୁଛନ୍ତି ତା' ଦେଖାଇଲେ ସେମାନେ ଦେଖିବାକୁ ବେଶୀ ଆଗ୍ରହୀ ହେବେ ।

ଶିକ୍ଷଣଗୁଡ଼ିକରେ ପ୍ରାୟତଃ ଦୁଇଜଣ ଉଇକିଆଳି ବସି କଥାହେଉଥିବେ । ଜଣେ ଆରକୁ ପଚାରୁଥିବ ଆଉ ଆର ଜଣକ କମ୍ପ୍ୟୁଟରରେ ବା ମୋବାଇଲରେ ବସି ବୁଝାଉଥିବ ।

କି କି ବିଷୟରେ ଶିକ୍ଷଣ ହେବ?

ଉଇକିପିଡ଼ିଆରେ କଣ ଲେଖାଯାଇପାରିବ କଣ ଲେଖାଯାଇପାରିବ ନାହିଁ ସମ୍ପାଦନା

ଦୃଶ୍ୟ ୧ ସମ୍ପାଦନା

ଓଡ଼ିଆ ଭାଷାର ସ୍ଥିତି ଇଣ୍ଟରନେଟରେ ବିଶେଷ ଭଲ ନାହିଁ । ଆମେ ତାକୁ କେମିତି ସୁଧାରିବା?

ଦୃଶ୍ୟ ୨ ସମ୍ପାଦନା

ଓଡ଼ିଆ ଭାଷା ଭାରତର ୬ଟି ଶାସ୍ତ୍ରୀୟ ଭାଷା ଭିତରୁ ଗୋଟେ । ହଜାର ହଜାର ଲେଖାରେ ଆମ ଭାଷାର ଇତିହାସ ସମୃଦ୍ଧ । ହେଲେ ଏସବୁ ଜ୍ଞାନର ଭଣ୍ଡାର କେଇ ଜଣଙ୍କ ହାତରେ ସୀମିତ ହୋଇ ରହିଗଲେ ତା'ର ମୂଲ୍ୟ କଣ? ପୋଥିର ଯୁଗ ତ ଗଲାଣି । ଏବେ ଇଣ୍ଟରନେଟର ଯୁଗ । ତଥାପି ଆମ ଭାଷାରେ ହାତଗଣତି ଲେଖା ଇଣ୍ଟରନେଟରେ ଉପଲବ୍ଧ ।

ଦୃଶ୍ୟ ୩ ସମ୍ପାଦନା

ଇଣ୍ଟରନେଟରେ ଓଡ଼ିଆରେ ନିରପେକ୍ଷ ଓ ସଠିକ ତଥ୍ୟ ପାଇବାର ଏକ ଭଲ ବାଟ ହେଲା ଓଡ଼ିଆ ଉଇକିପିଡ଼ିଆ । ବିଗତ କେତେ ବର୍ଷ ହେଲା ଉଇକିପିଡ଼ିଆ ବିଶ୍ୱସ୍ତରରେ ଜ୍ଞାନ ବାଣ୍ଟିବାରେ ପ୍ରମୁଖ ଭୂମିକା ରହିଛି । ଦକ୍ଷିଣ ଏସୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରୁ ଓଡ଼ିଆ ଉଇକିପିଡ଼ିଆ ସବୁଠୁ ପୁରୁଣା ।

ଦୃଶ୍ୟ ୪: call to action ସମ୍ପାଦନା

ଓଡ଼ିଆ ଭାଷାର ବିକାଶ ଦିଗରେ ଓଡ଼ିଆ ଉଇକିପିଡ଼ିଆ କି କି ପଦଃକ୍ଷେପ ନେଇଛି ଆଉ ଆପଣ କେମିତି ଯୋଗଦେଇପାରିବେ ଆଗକୁ କେତୋଟି ଭିଡ଼ିଓରୁ ଦେଖିପାରିବେ ।

ନୂଆ ଖାତା ଖୋଲିବା, ଖୋଜିବା, ଲଗ ଇନ କରି ସମ୍ପାଦନା କରିବା ସମ୍ପାଦନା

ଆଧାର (ଆଧାର କାହିଁକି ଦରକାରୀ, କେମିତି ଯୋଡ଼ିବା, ବିଶ୍ୱସନୀୟ ଆଧାର) ସମ୍ପାଦନା

ଅଲଗା ଉଇକିପିଡ଼ିଆରୁ ଅନୁବାଦ ସମ୍ପାଦନା

ଛବି ଯୋଡ଼ା ସମ୍ପାଦନା

ସମସ୍ତେ (ସ୍କ୍ରିପ୍ଟ) ସମ୍ପାଦନା

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ମଧ୍ୟ ଏଯାଏ ଇଣ୍ଟରନେଟରେ ବ୍ୟାପକ ହୋଇପାରିନାହିଁ । ଓଡ଼ିଆ ଉଇକିପିଡ଼ିଆରେ ଆମେ ବିଭିନ୍ନ ଦରକାରୀ ବିଷୟରେ ଲେଖୁଛୁ ଫଳରେ କେହି କିଛି ଇଣ୍ଟରନେଟରେ ଓଡ଼ିଆରେ ଖୋଜିଲେ ସହଜରେ ପାଇପାରିବେ । ଆସନ୍ତୁ ଆମେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆରେ ମିଶି ଆମ ଭାଷାକୁ ଆଗେଇନେବା ।