ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାଏ । ଏହି ଇଲେକ୍ଟୋରାଲ କଲେଜରେ ଲୋକ ସଭା ଓ ରାଜ୍ୟସଭାର ସମସ୍ତ ନିର୍ବାଚିତ ସାଂସଦ, କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ଓ ସମସ୍ତ ରାଜ୍ୟ ବିଧାନ ସଭାର ନିର୍ବାଚିତ ବିଧାୟକମାନଙ୍କଦ୍ୱାରା ଗଠିତ । ଭାରତରେ ସମୁଦାୟ ୭୭୬ ସାଂସଦ ଓ ୪୧୨୦ ଜଣ ବିଧାୟକ ଅଛନ୍ତି । ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ = ୭୦୮ ଥିବାବେଳେ ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟ ଜନସଂଖ୍ୟା ଅନୁଯାୟୀ ମୁଲ୍ୟ ନିର୍ଦ୍ଧାରଣ କରାଯାଏ । ବିଧାୟକଙ୍କ ଭୋଟ ମୂଲ୍ୟ = ରାଜ୍ୟର ସମୁଦାୟ ଜନସଂଖ୍ୟା/ (ସମୁଦାୟ ନିର୍ବାଚିତ ବିଧାୟକ x ୧୦୦୦) ସାଂସଦଙ୍କ ଭୋଟ ମୂଲ୍ୟ = ସମୁଦାୟ ବିଧାୟକଙ୍କ ଭୋଟର ମୂଲ୍ୟ/ ସମୁଦାୟ ସାଂସଦ

ଆଧାର ସମ୍ପାଦନା