ଇପ୍ସିତା ପତି

ଭାରତୀୟ ମଡ଼େଲ୍ ଓ ଅଭିନେତ୍ରୀ

ଇପ୍ସିତା ପତି (ଓଡ଼ିଆ: ଇପ୍ସିତା ପତି) (ଜନ୍ମ ୧୮ ଜୁନ୍ ୧୯୯୧[୫]) ଜଣେ ଓଡ଼ିଶାର ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ବହୁତ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି, ଯାହା ମଧ୍ଧ୍ୟରେ ଅଛି, ଭାରତୀୟ ରାଜକୁମାରୀ[୬] ମିସ୍ ଏସିଆମିସ୍ ଇଣ୍ଟରନ୍ୟାସନାଲ । ସେ ୨୦୧୪ରେ ହିନ୍ଦୀ ଚଳଚ୍ଚିତ୍ର ଚୋର୍ ବଜାରୀରେ ଅଭିନୟ କରିଥିଲେ ।

ଇପ୍ସିତା ପତି
ଏକ ଇଭେଣ୍ଟରେ ଇପ୍ସିତା
Born୧୮ ଜୁନ୍ ୧୯୯୧
Nationalityଭାରତୀୟ
Alma materଏମ୍ ପି ଏ (ମାଷ୍ଟର ଇନ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍) ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ଶ୍ରୀଚୈତନ୍ୟ ଆଇଆଇଟି ଏକାଡେମୀ, ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଉକୁନାଗ୍ରାମ୍[୧][୨][୩]
Occupation(s)ବିୟୁଟି କୁଇନ୍, ଅଭିନେତ୍ରୀ, ଗାୟିକା, ନର୍ତ୍ତକୀ, ଉଦାର ବ୍ୟକ୍ତି.
Years active୨୦୦୮-ବର୍ତ୍ତମାନ
Parentବ୍ୟୋମକେଶ ପତି (ବାପା) ଓ ପୂଜା ପତି (ମାଆ).[୪]
Websitewww.ipsitapati.in

ଆଦ୍ୟ ଜାବନ ଓ ଶିକ୍ଷା ସମ୍ପାଦନା

ଇପ୍ସିତା ପତି ବିଶାଖାପାଟଣାର ଏକ ଷ୍ଟିଲ୍ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ବାପା ଶ୍ରୀ ବ୍ୟୋମକେଶ ପତି ଜଣେ ଚିତ୍ରକର ଓ ମାଆ ପୂଜା ପତି ଜଣେ ଅଭିନେତ୍ରୀ, ଯିଏ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିଛନ୍ତି ଓ ଗାଲଡ୍ରାଗସ୍ ଶ୍ରୀମତୀ ଇଣ୍ଡିଆ ୨୦୦୬ ପ୍ରତିଯୋଗିତାରେ ଭାଗନେଇଥିଲେ । ତାଙ୍କ ସାନ ଭଉଣୀ ଅନ୍ୱେଷା ପତି ଜଣେ କଳାକାର । ସେ ତାଙ୍କ ସ୍କୁଲ୍ ଶିକ୍ଷା ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ଶେଷ କରି ଶ୍ରୀ ଚୈତନ୍ୟ ଆଇଆଇଟି ଏକାଡେମୀରୁ ଇଣ୍ଟରମିଡିଏଟ୍ ଶେଷ କରିଥିଲେ । ସେ ଆନ୍ଧ୍ର ବିଶ୍ୱବିଦ୍ୟୀଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତ୍ତକୋତର ଲାଭ କରିଛନ୍ତି ।[୧][୨][୩]

ପେଶାଗତ ଜୀବନ ସମ୍ପାଦନା

୧୬ ବର୍ଷ ବୟସରେ ପତି, ପ୍ରଥମ କରି ର୍‌ୟାମ୍ପରେ ଚାଲିଥିଲେ ।[୭] ୨୦୦୮ରେ, ସେ ମିସ୍ ସାଉଥ୍ ଇଣ୍ଡିଆ ଜିତିଥିଲେ ।୨୦୧୦ରେ ସେ ମିସ୍ ୟୁନିଭର୍ସ୍ ଇଣ୍ଡିଆର ଶେଷ ପର୍ଯ୍ୟାୟକୁ ଯାଇଥିଲେ ।[୮] ସେ ୨୦୧୦ରେ ଆଇ ଆମ୍ ସି - ମିସ୍ ୟୁନିଭର୍ସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେଇଥିଲେ ଓ ପ୍ରଥମ ୩୦ ଜଣଙ୍କ ମଧ୍ୟରେ ରହିଥିଲେ ।[୯] ପତ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଉଦ୍ଦେଶ୍ୟମୂଳକ ଭବେ ଏହି ପ୍ରତିଯୋଗିତାରୁ ବାହାର କରିଦିଆଯାଇଥିଲା ଓ ଆୟୋଜକର୍ତ୍ତା ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ।[୧୦] ସେ ଭୁବନେଶ୍ୱରରେ ମହିଳା ଆରକ୍ଷୀ ବିଭାଗ ଓ ଜାତୀୟ ମାନବ ଅଧିକାରରେ ମଧ୍ୟ ଅଭିଯୋଗ କରିଥିଲେ ।[୧୧]

୨୦୧୧ରେ ସେ ଥାଇଲ୍ୟାଣ୍ଡ୍‌ରେ ଭାରତୀୟ ରାଜକୁମାରୀ[୬]ସ୍ପେନରେ ଦି ମିସ୍ ଇଣ୍ଟର୍‌କଣ୍ଟିନେଣ୍ଟାଲ୍ ଇଣ୍ଡିଆ[୬] ଏବଂ ୨୦୧୨ରେ ଫେମିନା ମିସ୍ ଇଣ୍ଡିଆର ପିପୁଲ୍‌ସ ଚଏସ୍ ସମ୍ମାନ ପାଇଥିଲେ ।[୧୨][୧୩][୧୪] ସେ ମଧ୍ୟ ମିସ୍ ଇଣ୍ଟର୍‌ନ୍ୟାସ୍‌ନାଲ୍[୭][୧୫]ମିସ୍ ଏସିଆ (୨୦୧୩) ସମ୍ମାନ ଜିତିଥିଲେ ।

ଇପ୍ସିତା ପତି, ତାଙ୍କର ବଲିଉଡ୍ ପ୍ରବେଶ ୨୦୧୫ରେ ଚୋର୍ ବଜାରୀ ଚଳଚ୍ଚିତ୍ର ମାଧ୍ୟମରେ କରିଥିଲେ, ଯେଉଁଥିରେ ସେ ଅଗ୍ରଣୀ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୮]

ପତି ଆନ୍ଧ୍ର ସରକାରଙ୍କଠାରୁ ଆନ୍ଧ୍ର ରତ୍ନ ଓ ଓଡ଼ିଶା ସରକାରଙ୍କଠାରୁ ୟୁଥ୍ ଆଇକନ୍ ସମ୍ମାନ ପାଇଥିଲେ ।[୧୬][୧୭]

ସମ୍ମାନ ସମ୍ପାଦନା

ଇପ୍ସିତା ତାଙ୍କ ଚଳଚ୍ଚିତ୍ର ଜୀବନରେ ବ‌ହୁତ ପୁରସ୍କାର ଜିତିଛନ୍ତି ।

  • ମିସ୍ ସାଉଥ୍ ଇଣ୍ଡିଆ ୨୦୦୮[୩]
  • ପ୍ରଥମ ଭାରତୀୟ ରାଜକୁମାରୀ ୨୦୧୧ (ଥାଇଲାଣ୍ଡ)[୬]
  • ମିସ୍ ଆନ୍ତର୍ଜାତୀୟ ଗୋଲ୍ଡେନ୍ ସ୍କିନ୍ ୨୦୧୧ (ମେକ୍ସିକୋ)[୧୮][୧୯]
  • ମିସ୍ ଇଣ୍ଟର୍‌ନେଟ୍ ଓ ମିସ୍ ଏଲିଗାନ୍ସ ମେକ୍ସିକୋ[୨୦][୨୧]
  • ମିସ୍ ଇଣ୍ଡିଆ ଇଣ୍ଟର୍କଣ୍ଟିନେଣ୍ଟାଲ୍ '୧୧ (ସ୍ପେନ)[୨୨][୨୩]
  • ଫେମିନା ପିପୁଲ୍‌'ସ ଚଏସ୍ ମିସ୍ ଇଣ୍ଡିଆଟାଇମ୍‌ସ ୨୦୧୨[୨୪][୨୫]
  • ମିସ୍ ASIA ୨୦୧୩.[୨୬][୨୭][୨୮]
  • ଆନ୍ଧ୍ଋପ୍ରଦେଶ ସରକାରଙ୍କଦ୍ୱାରା ଆନ୍ଧ୍ର ରତ୍ନ[୨୯][୬]
  • ଉଗାଡି ପୁରସ୍କାର, ବିଶାଖାପଟ୍‌ନମ୍[୩୦][୩][୬]
  • ନୃତ୍ୟରେ ସ୍ୱର୍ଣ୍ଣ ପଦକ[୬][୩୧][୩]
  • ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ୟୁଥ୍ ଆଇକନ୍ ୨୦୧୪ ସମ୍ମାନ[୨୨][୩୨]
  • ବିଶ୍ୱ ଚଳଚ୍ଚିତ୍ର ଉତ୍ସବରେ ବ୍ରାଣ୍ଡ୍ ଆମ୍ବାସଡ଼ର୍ ଓ ଜୁରି ମେମ୍ବର, ସାନ୍‌ଫ୍ରାନ୍‌ସିସ୍କୋ, ଯୁକ୍ତରାଷ୍ଟ୍ର ଆମେରିକା[୧][୩୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Odia Girl & Indian Princess Ipsita Pati - The Brand ambassador and Jury Member of WORLD FILM FESTIVAL 2016 SAN FRANSISCO #WORLDFILMFESTIVAL - eOdisha.org - latest Odisha News - Business - Culture - Art - Travel". eOdisha.org. 2016-05-12. Retrieved 2016-11-26.
  2. ୨.୦ ୨.୧ "valentine special wallpapers- In the face Ipsita Pati - Ipsita pati in Red for valentine special wallpapers". Odisha Views. 2013-02-13. Retrieved 2016-11-26.
  3. ୩.୦ ୩.୧ ୩.୨ ୩.୩ ୩.୪ "Ipsita pati". Odishabuzz.com. Archived from the original on 2016-11-04. Retrieved 2016-11-26.
  4. "Ipsita pati". Odishabuzz.com. Archived from the original on 2016-11-04. Retrieved 2016-11-26.
  5. "The First Indian Princess of India- Ipsita Pati - Odisha Views". www.odishaviews.com. 9 September 2012. Retrieved 1 October 2016.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ By odishaviews (2012-09-09). "The First Indian Princess of India – Ipsita Pati". Odisha Views. Retrieved 2016-11-26.
  7. ୭.୦ ୭.୧ "Tiaras to tinsel town". Deccan Chronicle. 13 November 2013. Retrieved 1 October 2016.
  8. ୮.୦ ୮.୧ Patnaik, Santosh (14 June 2015). "Chor Bazaari girl dreams big". The Hindu (in Indian English). Retrieved 1 October 2016.
  9. Priya Ranjan Sahu (9 June 2010). "Oriya beauty levels charges against Sushmita". Hindustan Times. Retrieved 1 October 2016.
  10. Priya Ranjan Sahu; Minakshi Saini (11 June 2010). "'Sush cheated me'". Hindustan Times. Retrieved 1 October 2016.
  11. "Model fires torture charge at pageant – 18-yr-old moves National Human Rights Commission for justice". The Telegragh India. Retrieved 1 October 2016.
  12. "In Pics: Miss Facebook Ipsita Pati goes gaga over Bhopal". Dainik Bhaskar. 8 September 2013. Retrieved 1 October 2016.
  13. Sumit Bhattacharji (10 June 2011). "Sydney ho!". The Hindu (in Indian English). Retrieved 1 October 2016.
  14. "These super sexy pictures of beauty queen Ipsita Pati will make you go 'Wow'!". OdishaSunTimes.com. 28 February 2016. Retrieved 1 October 2016.
  15. Sumit Bhattacharji (28 May 2011). "Beauty and brains". The Hindu (in Indian English). Retrieved 1 October 2016.
  16. Diana Sahu (3 July 2012). "People's choice". Indian Express. Retrieved 1 October 2016.[permanent dead link]
  17. Ganguly, Nivedita (20 June 2014). "From fashion to films". The Hindu (in Indian English). Retrieved 1 October 2016.
  18. "Ipsita Pati was Femina My Miss India winner 2012 People's Choice - Photogallery". Photogallery.indiatimes.com. 2014-03-28. Retrieved 2016-11-26.
  19. "Ipsita Pati-Miss India Contestents-Miss India". Bombay Times. Archived from the original on 2016-11-03. Retrieved 2016-11-26.
  20. "She also won Miss International Golden Skin 2011, Miss Internet and Miss Elegance, MEXICO - Photogallery". Photogallery.indiatimes.com. 2014-03-28. Retrieved 2016-11-26.
  21. "Ipsita Pati - Miss India Contestents - Miss India". Bombay Times. Archived from the original on 2016-11-03. Retrieved 2016-11-26.
  22. ୨୨.୦ ୨୨.୧ "Ipsita Pati honoured with 'Youth Icon' Award –BeautyPageants". Beautypageants.indiatimes.com. Retrieved 2016-11-26.
  23. Flora. "5 Odia Girls Who Made It Big in the Glam World". OdishaSunTimes.com. Retrieved 2016-11-26.
  24. "Ipsita Pati was Femina My Miss India winner 2012 people's choice –Photogallery". Photogallery.indiatimes.com. 2014-03-28. Retrieved 2016-11-26.
  25. "Ipsita Pati, Fashion Photo, Ipsita Pati crowned as Femina". Timescontent.com. Retrieved 2016-11-26.
  26. "I have achieved enough acclaim across the world: Ipsita Pati – Times of India". Beautypageants.indiatimes.com. Retrieved 2016-11-26.
  27. "Vizag is not a small town – Miss Asia 2013". Mirchi9.com. 2013-08-13. Retrieved 2016-11-26.
  28. "Tiaras to tinsel town". Deccanchronicle.com. Retrieved 2016-11-26.
  29. "She was walked the ramp for Neeta Lulla, Vikram Phadnis, Anju Modi, Archana Kocchar; Arjun Khanna; Charu Parashar, Rimple & Harpeet Narula, Arjun Agarwal, Anshu Modi; Sulakshana Monge, Kapil & Monika; Siddharth Seigal; Komal Sood; Arshee Jamal; Kishan Bagri; Prachi Bhadve; Shweta Chawchawria; Shobhana Chowdhury, Ritu kumar & others – Photogallery". Photogallery.indiatimes.com. 2014-03-28. Retrieved 2016-11-26.
  30. "People's choice". The New Indian Express. 2012-07-03. Retrieved 2016-11-26.
  31. "Ipsita Pati Indian model from Odisha | Best Odisha". Bestodisha.in. 1991-06-18. Archived from the original on 2016-11-03. Retrieved 2016-11-26.
  32. "From fashion to films". The Hindu. 2014-06-20. Retrieved 2016-11-26.
  33. "Ipsita Pati Is Appointed As A Jury Member In World Film Festival!". Nettv4u.com. Retrieved 2016-11-26.

ବାହ୍ୟ ଆଧାର ସମ୍ପାଦନା