ଇନ୍ଦ୍ରଧନୁ (ପତ୍ରିକା)

ଇନ୍ଦଧନୁ ଗୋଟିଏ ଓଡ଼ିଆ ପତ୍ରିକା। ଜନସାହିତ୍ୟ ବ୍ଯତୀତ ବଂଶୀଧର ଭୁୟାଁଙ୍କ ଦ୍ବାରା ପରିଚାଳିତ ଏହା ସିନେ ଓଡ଼ିଶା’, ‘କଳାଶ୍ରୀ’, ‘ଚିତ୍ରଲେଖା’, ‘ସିନେମା’ ଓ ‘ଚିତ୍ରପୁରୀ’ ପତ୍ରିକା ଭଳି ଥିଲା ଏକ ଚଳଚ୍ଚିତ୍ର ପତ୍ରିକା। ୧୯୬୩ ମସିହା ସେପ୍‌ଟେମ୍ବର ମାସରେ ଆତ୍ମପ୍ରକାଶ କରିଥିଲା ଓ ୧୯୬୫ ପର୍ଯ୍ୟନ୍ତ ଚାଲିଥିଲା। ସଂପାଦକ ହେଲେ ନିଜେ ପ୍ରକାଶକ ବଂଶୀଧର ଭୁୟାଁ, ସହକାରୀ ସମ୍ପାଦକ ହେଲେ ବମ୍ବେବାଣୀଦୂତ ବା ଗଣେଶ ମହାପାତ୍ର


୧୯୫୫ ମସିହା ଜୁନ୍ ମାସରୁ ‘ଜନସାହିତ୍ୟ’ ମାସିକ ପତ୍ରିକା ଭାବରେ ଆତ୍ମପ୍ରକାଶ କରି ସତୁରି ଦଶକର ମଧ୍ୟ ଭାଗ ପର୍ଯ୍ୟନ୍ତ ପ୍ରକାଶିତ ହେଉଥିଲା । ଅବଶ୍ୟ ଏହା ଭିନ୍ନ ପ୍ରସଙ୍ଗ ଯେ ପରେ ଏହା କେବଳ ଉପନ୍ୟାସ ମଧ୍ୟରେ ସୀମିତ ରହିଲା ନାହିଁ । ତେବେ ୧୯୬୨ ପର୍ଯ୍ୟନ୍ତ ପ୍ରକାଶିତ ମାସିକ ଉପନ୍ୟାସ ପତ୍ରିକା ‘ଜନସାହିତ୍ୟ’ରେ ତିନି ପୃଷ୍ଠାର ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ବିବରଣୀ ଏତେ ରୋଚକ ଥିଲାଯେ, ଚର୍ଚ୍ଚା ହେଉଥିଳା ଏହି ମାସିକ ତିନିପୃଷ୍ଠା, ଦୈନିକ ପ୍ରଜାତନ୍ତ୍ରର ସାପ୍ତାହିକ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ପୃଷ୍ଠା ‘ରୂପ ରସ ଛନ୍ଦ’ ସହ ସମାନ । ଏହି ଚର୍ଚ୍ଚାରୁ ଚଳଚ୍ଚିତ୍ର ପତ୍ରିକା ‘ଇନ୍ଦ୍ରଧନୁ’ର ଜନ୍ମ ।

ବଂଶୀଧର ଭୁୟାଁଙ୍କ ଲିପିକା ଛାପାଖାନାରେ ଛପା ହେଲା ମାସିକ ଚଳଚ୍ଚିତ୍ର ପତ୍ରିକା ‘ଇନ୍ଦ୍ରଧନୁ’, କଟକର ରପନ୍ ରୋଡ୍‌ରେ ଏହାର କାର୍ଯ୍ୟାଳୟ ଖୋଲାଗଲା । ସଂପାଦକ ହେଲେ ନିଜେ ପ୍ରକାଶକ ବଂଶୀଧର ଭୁୟାଁ, ସହକାରୀ ସମ୍ପାଦକ ହେଲେ ବମ୍ବେର ବାଣୀଦୂତ ବା ଗଣେଶ ମହାପାତ୍ର । ତେବେ ପତ୍ରିକାର ନାମ କେବଳ ‘ଇନ୍ଦ୍ରଧନୁ’ ନ ଥିଲା, ‘ଇନ୍ଦ୍ରଧନୁ’ ବଡ଼ ଅକ୍ଷରରେ ଛାପା ହେଉଥିଲା ଆଉ ତାହା ପୂର୍ବରୁ ଛୋଟ ଅକ୍ଷରରେ ଛପାଯାଉଥିଲା ‘ଓଡ଼ିଶାର ଏକମାତ୍ର ସଚିତ୍ର ମନୋରଞ୍ଜନ ପତ୍ରିକା’ । By ସୂର୍ଯ୍ୟ ଦେଓ On Sep 6, 2021 [୧]

‘ଇନ୍ଦ୍ରଧନୁ’ ଚଳଚ୍ଚିତ୍ର ପତ୍ରିକାରେ କେବଳ ଚଳଚ୍ଚିତ୍ର ଭିତ୍ତିକ ଖବର କି ଆଲୋଚନା କି ଭିତିରି କଥା ନଥିଲା, ଆହୁରି ଥିଲା ‘ସମୟ ସ୍ରୋତ’ ଶୀର୍ଷକରେ ରାଜନୀତି ଚର୍ଚ୍ଚା, ‘ଭାଗ୍ୟଲିପି’ ଶିରୋନାମାରେ ରାଶିଫଳ, ‘ସାମାନ୍ୟ ସମ୍ବାଦ ଓ ଅସାମାଡ଼୍ୟ ତଡ଼ିତ୍‌’ ନାମରେ ଖେଳ ଖବର, ରାଜନୀତିକୁ ନେଇ ଗୋଟିଏ କାର୍ଟୁନ ପୃଷ୍ଠା ଏବଂ ଗୋଟିଏ ବିଦେଶୀ ଗଳ୍ପର ଅନୁବାଦ ସହିତ ଗୋଟିଏ ମୌଳିକ ଓଡ଼ିଆ ଗଳ୍ପ । ବାଣୀଦୂତ ଛଦ୍ମନାମରେ ବମ୍ବେରୁ ଗଣେଶ ମହାପାତ୍ର ‘ମିସ୍ କାଦମ୍ବନୀ’ ଶର୍ଷକ ଉପନ୍ୟାସ ବି ଲେଖୁଥିଲେ ‘ଇନ୍ଦ୍ରଧନୁ’ରେ । ପତ୍ରିକାର ମୋଟାମୋଟି ଅଂଶ କିନ୍ତୁ ଚଳଚ୍ଚିତ୍ର ପାଇଁ ବିନିଯୋଗ ହେଉଥିଲା । ଯାହା ପୂର୍ବରୁ ଲେଖିଥିଲି, ଯେଣୁ ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା କମ୍ ଥିଲା ଏଣୁ ପତ୍ରିକା ପୃଷ୍ଠାର ଅଧିକାଂଶ ପୃଷ୍ଠା ଥିଲା ହିନ୍ଦୀ ବା ବଙ୍ଗଳା ଚଳଚ୍ଚିତ୍ର ପାଇଁ । ଏହି ଧାରା କେବଳ ‘ଇନ୍ଦ୍ରଧନୁ’ରେ ନ ଥିଲା, ସେହି ସମୟରେ ପ୍ରକାଶିତ ଅଧିକାଂଶ ଚଳଚ୍ଚିତ୍ର ପତ୍ରିକା ସେୟା ହିଁ କରୁଥିଲେ ।... ‘ଇନ୍ଦଧନୁ’ ସବୁଠାରୁ ଗାମ୍ଭୀର୍ଯ୍ୟପୂର୍ଣର୍ ପୃଷ୍ଠା ଥିଲା ଏହାର ସମ୍ପାଦକୀୟ । ‘ପ୍ରଥମ ପୃଷ୍ଠା’ ଶୀର୍ଷକରେ ଓ ସମ୍ପାଦକ ବଂଶୀଧର ଭୁୟାଁଙ୍କ ଦସ୍ତଖତ ସହ ପତ୍ରିକାରେ ଆରମ୍ଭ ପ୍ରକାଶିତ ଏହି ପୃଷ୍ଠାରେ କେବେ ଓଡ଼ିଆ ଚଳଚ୍ଚିତ୍ର ବିତରଣ ଓ ପ୍ରଦର୍ଶନ ସମସ୍ୟା କଥା ରହୁଥିଲା ତ କେବେ ସୀମାନ୍ତରେ ପାକିସ୍ତାନର ନିର୍ଲଜ୍ଜ ଆକ୍ରମଣ ଚର୍ଚ୍ଚା ଓ ସ୍ୱାଧୀନତା ଲାଭ ଓ ସ୍ୱାଧୀନତା ରକ୍ଷା ସମ୍ବନ୍ଧରେ ଅନୁଶୀଳନ ରହୁଥିଲା । ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିତର୍କର ସୂତ୍ରପାତ ‘ଇନ୍ଦ୍ରଧନୁ’ର ପ୍ରଥମ ପୃଷ୍ଠାରେ ହୋଇଥିଲା ଆଉ ‘ଚଳଚ୍ଚିତ୍ରରେ କଳାଧନ’ ସମ୍ବନ୍ଧରେ ବିମର୍ଶ ବି ରହିଥିଲା । ‘ଇନ୍ଦ୍ରଧନୁ’ର ଆୟୁଷ ଦୀର୍ଘ ନ ଥିଲା, ୧୯୬୩ ମସିହା ସେପ୍‌ଟେମ୍ବର ମାସରୁ ଆତ୍ମପ୍ରକାଶ କରିଥିବା ଓଡ଼ିଶାର ଏକମାତ୍ର ସଚିତ୍ର ମନୋରଞ୍ଜନ ପାକ୍ଷିକ ବାରଟି ସଂଖ୍ୟା ପରେ ମାସିକକୁ ପରିବର୍ତ୍ତନ ହେଲା ଏବଂ ଦ୍ୱିତୀୟ ଭାଗର ବାରତମ ସଂଖ୍ୟା ପରେ ବନ୍ଦ ହୋଇଗଲା । ସ୍ୱଳ୍ପ ଆୟୁରେ ବି ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାଧାରାକୁ ଦୀର୍ଘ ଅବଦାନ ଦେଇଥିଲା ‘ଇନ୍ଦ୍ରଧନୁ’ । By ସୂର୍ଯ୍ୟ ଦେଓ On Sep 26, 2021 [୨]

  1. "'ଇନ୍ଦ୍ରଧନୁ' ପଛରେ ଜନ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-06. Retrieved 2023-11-24.
  2. "'ଇନ୍ଦ୍ରଧନୁ'ର ନବରଙ୍ଗ ଚଳଚ୍ଚିତ୍ର ଅବୋଲକରା କାହାଣୀ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-26. Retrieved 2023-11-24.