ଇଣ୍ଟ୍ରାଓସିଅସ ଇନଫ୍ୟୁଜନ

ଏଥିରେ ଅସ୍ଥି ମଜ୍ଜାରେ ଏକ ବିଶେଷ ଧରଣର ଛୁଞ୍ଚି ମାଧ୍ୟମରେ ଏକ ଇଞ୍ଜେକସନ ଦିଆଯାଏ ।

ଇଣ୍ଟ୍ରାଓସିଅସ ଇନଫ୍ୟୁଜନ (ଇଂରାଜୀ ଭାଷାରେ Intraosseous infusion/ IO ) କୁହାଯାଏ ଯେତେବେଳେ ଅସ୍ଥି ମଜ୍ଜାରେ ଏକ ବିଶେଷ ଧରଣର ଛୁଞ୍ଚି ମାଧ୍ୟମରେ ଏକ ଇଞ୍ଜେକସନ ଦିଆଯାଏ ।[୧] ଯେତେବେଳେ ଅସ୍ଥି ମଧ୍ୟରେ ତରଳ ପଦାର୍ଥ ଏବଂ ଔଷଧ ସ‌ହଜରେ ବା ଶୀଘ୍ର ଉପଲବ୍‌ଧ ହୁଏ ନାହିଁ ସେତେବେଳେ ଏହି ଉପାୟ ଅବଲମ୍ବନ କରାଯାଏ ।[୨] ଏହା ସାଧାରଣତଃ ଶିରାଭ୍ୟନ୍ତର ଇଞ୍ଜେକସନ ଅପେକ୍ଷା ଅଧିକ ଦ୍ରୁତ ଅଟେ, ଏହା ୨୦ ସେକେଣ୍ଡ ମଧ୍ୟରେ ପ୍ରବେଶ କରାଯାଇପାରିବ ।[୧] ଏହି ନମୁନାରୁ ରକ୍ତ ପରୀକ୍ଷା ମଧ୍ୟ କରାଯାଇପାରେ ।[୧]

Intraosseous infusion
ହସ୍ତକ୍ଷେପ
The tibia IO insertion sites are just below the tibial tuberosity and just above the medial malleolus.[୧]

ଏହାର ପ୍ରସ୍ତୁତିରେ ପ୍ରଥମେ ଏହି ଅଞ୍ଚଳକୁ ନିର୍ଜିବାଣୁକରଣ କରାଯାଏ ଏବଂ ସମ୍ଭାବ୍ୟ ସ୍ଥାନୀୟ ନିଶ୍ଚେତକ ବ୍ୟବହାର କରାଯାଏ ।[୧] ଡ୍ରିଲ ବ୍ୟବହାର କରିବାବେଳେ, ପ୍ରଥମ ପଦକ୍ଷେପ ହେଉଛି ଛୁଞ୍ଚିକୁ ହାଡ଼ ଉପରେ ୯୦ ଡିଗ୍ରୀରେ ରଖି ଚର୍ମ ମଧ୍ୟ ଦେଇ ହାଡକୁ ଆସିବା ଠେଲିବା | [୩] ଏହି ସମୟରେ ଡ୍ରିଲ୍ କିଛି ନିମ୍ନ ଚାପ ସହିତ ସକ୍ରିୟ ହୋଇଥାଏ ।[୩] ବୟସ୍କମାନଙ୍କରେ ପ୍ରକ୍ସିମାଲ ଟିବିଆ ଏବଂ ହ୍ୟୁମରସ ମୁଣ୍ଡ ସ୍ଥାନରେ ସାଧାରଣତଃ ଏହା ବ୍ୟବହୃତ ହେଉଥିବାବେଳେ ଶିଶୁମାନଙ୍କ ମଧ୍ୟରେ ଡିଷ୍ଟାଲ ଫିମର ଏବଂ ପ୍ରକ୍ସିମାଲ୍ ଟିବିଆରେ ସାଧାରଣତଃ ବ୍ୟବହୃତ ହୁଏ ।[୧] ପ୍ରକ୍ସିମାଲ୍ ଟିବିଆ ପାଇଁ ସ୍ଥାନ: ଟିବିଆ ଟ୍ୟୁବରୋସିଟିର ଏକ ଆଙ୍ଗୁଠି ତଳକୁ ଓ ସାମାନ୍ୟ ଭିତର ପାଖକୁ ଏହା କରାଯାଏ ।[୧]

ସଫଳତାର ଲକ୍ଷଣ ମଧ୍ୟରେ ଏକ ସ୍ଥିର ଛୁଞ୍ଚି, ଅସ୍ଥି ମଜ୍ଜାକୁ ଶୋଷଣ କରିବାର କ୍ଷମତା ଏବଂ ସାଧାରଣ ସାଲାଇନ୍ (NS) ସାହାଯ୍ୟରେ ଧୋଇବା କ୍ଷମତା ଆବଶ୍ୟକ ।[୧] ଇଞ୍ଜେକସନ ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ବୟସ୍କଙ୍କଠାରେ ୧୦ ମିଲି ଧୋଇବା/ ଫ୍ଲାସ୍ କରିବା ପୂର୍ବରୁ ୨୦ ମିଗ୍ରା ୨% ଲିଡୋକେନ ଦିଆଯାଏ ।[୧] ତାପରେ ଛୁଞ୍ଚି ସ୍ଥିର ରଖାଯାଏ ।[୧] ଯେ କୌଣସି ଶିରାଭ୍ୟନ୍ତରେ (IV) ଦିଆଯାଉଥିବା ଔଷଧ ଏଠାରେ ଦିଆଯାଇପାରେ, କଣ୍ଟ୍ରାସ୍ଟ ଏଜେଣ୍ଟ ମଧ୍ୟଦିଆଯାଇପାରେ ।[୧] ଏହି ଉପକରଣକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।[୧] ଏହି ପଦ୍ଧତି ୧୯୨୦ରୁ ୧୯୪୦ ଦଶକରେ ବିକଶିତ ହୋଇଥିଲା ।[୧][୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Dornhofer, P; Kellar, JZ (January 2021). "Intraosseous Vascular Access". PMID 32119260. {{cite journal}}: Cite journal requires |journal= (help)
  2. ୨.୦ ୨.୧ Petitpas, F; Guenezan, J; Vendeuvre, T; Scepi, M; Oriot, D; Mimoz, O (14 April 2016). "Use of intra-osseous access in adults: a systematic review". Critical care (London, England). 20: 102. doi:10.1186/s13054-016-1277-6. PMID 27075364.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. p. 472. ISBN 9780323547949.