ଆସ୍ଟିଗମାଟିଜ୍ମ

ଚକ୍ଷୁ ରୋଗ

ଆସ୍ଟିଗମାଟିଜ୍ମ ବା ଦୃଷ୍ଟିବୈଷମ୍ୟ (Astigmatism) ରୋଗ ହେଲେ ଚକ୍ଷୁରେ (eye) ପ୍ରତିସରଣ ଦୋଷ (refractive error) ହେବାଦ୍ୱାରା ରେଟିନା (retina) ଉପରେ ଆଲୋକ ରଶ୍ମୀ ସମ ଭାବରେ ଫୋକସ ହୁଏନି ।[୧] ଏହ ଫଳରେ ଝାପସା ଦୃଷ୍ଟି (blurred vision) ହୁଏ ବା ଦୂରତା ନିର୍ବିଶେଷରେ ପ୍ରତ୍ୟେକ ଜିନିଷ ବଙ୍କା ଟଙ୍କା ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ: ଆଖି କଷ୍ଟ, ମୁଣ୍ଡବଥା ଓ ରାତିରେ ଡ୍ରାଇଭ କରିବାରେ ଅସୁବିଧା ହୁଏ ।[୧] ପ୍ରାକ୍ ଜୀବନରେ ଏହା ଆରମ୍ଭ ହେବା ଫଳରେ କ୍ଷୀଣ ଦୃଷ୍ଟି ବା ଆମ୍ବ୍ଲିଓପିଆ ହୁଏ ।[୨]

ଆସ୍ଟିଗମାଟିଜ୍ମ
Blur from astigmatic lens at different distances
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H52.2
ଆଇସିଡ଼ି-୯-ସିଏମ୍367.2
ଓଏମ୍‌ଆଇଏମ୍603047
ରୋଗ ଡାଟାବେସ29648
ମେଡ଼ିସିନ-ପ୍ଲସ001015
MeSHD001251

ଆସ୍ଟିଗମାଟିଜ୍ମ ରୋଗର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[୩] ଆଂଶିକ ଭାବରେ ଏହା ଜେନେଟିକ (genetic) ସ‌ହିତ ସଂପୃକ୍ତ ଥିବା ବିଶ୍ୱାସ କରାଯାଏ ।[୪] ସ୍ୱଚ୍ଛପଟଳ/କର୍ନିଆର (cornea) ସମ ବକ୍ରତା ନ ଥିବା ବା ଚକ୍ଷୁ ଜବକାଚରେ (lens of the eye) ତୃଟି ଥିବା ଯୋଗୁ ଏହି ବେମାରୀ ହୁଏ । [୧][୩] ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୧]

ଏହି ରୋଗର ଚିକିତ୍ସା ନିମନ୍ତେ ୩ଟି ବିକଳ୍ପ ଆଛି: ଚଷମା (glasses), କଣ୍ଟାକ୍ଟ ଲେନ୍ସ (contact lens) ଓ ଅପରେଶନ । ସାଧାରଣ ଚିକିତ୍ସାରେ ଚଷମା ଦିଆଯାଏ । କଣ୍ଟାକ୍ଟ ଲେନ୍ସ ଲଗେଇଲେ ଦୃଷ୍ଟି ପରିସୀମା (field of vision) ଅଧିକ ହୁଏ । ରିଫ୍ରାକ୍ଟିଭ ଅପରେଶନ (Refractive surgery) ସାହାଯ୍ୟରେ ଚକ୍ଷୁର ଆକାର ସବୁଦିନ ପାଇଁ ପରିବର୍ତ୍ତନ କରିଦିଆଯାଏ ।[୧]

ୟୁରୋପ ଓ ଏସିଆରେ ପ୍ରାୟ ୩୦ରୁ ୬୦% ଯୁବ ସମ୍ପ୍ରଦାୟର ଆସ୍ଟିଗମାଟିଜ୍ମ ଥାଏ ।[୪] ପ୍ରତ୍ୟେକ ବୟସରେ ଲୋକଙ୍କର ଏହି ବେମାରୀ ହୋଇପାରେ ।[୧] ସନ ୧୮୦୦ରେ ପ୍ରଥମେ ଥୋମାସ ୟଙ୍ଗ (Thomas Young) ଏହି ରୋଗ ବିଷୟ ରିପୋର୍ଟ କରିଥିଲେ ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Facts About Astigmatism". NEI. October 2010. Archived from the original on 2 October 2016. Retrieved 29 September 2016.
  2. Harvey, EM (June 2009). "Development and treatment of astigmatism-related amblyopia". Optometry and vision science : official publication of the American Academy of Optometry. 86 (6): 634–9. PMID 19430327.
  3. ୩.୦ ୩.୧ ୩.୨ Read, SA; Collins, MJ; Carney, LG (January 2007). "A review of astigmatism and its possible genesis". Clinical & experimental optometry. 90 (1): 5–19. PMID 17177660.
  4. ୪.୦ ୪.୧ Mozayan, E; Lee, JK (July 2014). "Update on astigmatism management". Current opinion in ophthalmology. 25 (4): 286–90. PMID 24837578.