ଆସ୍କିମିନିବ (ଇଂରାଜୀ ଭାଷାରେ Asciminib) , Scemblix ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫିଲାଡେଲଫିଆ କ୍ରୋମୋଜୋମ-ପଜିଟିଭ୍ (Ph + CML) ଥିବା କ୍ରନିକ୍ ମାଇଲୋଏଡ୍ ଲ୍ୟୁକେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] [୩] ଯେତେବେଳେ ଅନ୍ୟ ଔଷଧ ବିଫଳ ହୁଏ, ସେତେବେଳେ ଏହା ବ୍ୟବହୃତ ହୁଏ ।[୩] ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।[୩]

ଆସ୍କିମିନିବ
Clinical data
Trade namesScemblix
SynonymsABL001
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Identifiers
  • N-4-[chloro(difluoro)methoxy]phenyl]-6-[(3R)-3-hydroxypyrrolidin-1-yl]-5-(1H-pyrazol-5-yl)pyridine-3-carboxamide;hydrochloride
Chemical and physical data
FormulaC20H18ClF2N5O3
Molar mass୪୪୯.୮୪ g·mol−1
3D model (JSmol)
  • O=C(Nc1ccc(OC(F)(F)Cl)cc1)c1cnc(N2CC[C@@H](O)C2)c(-c2ccn[nH]2)c1
  • InChI=1S/C20H18ClF2N5O3/c21-20(22,23)31-15-3-1-13(2-4-15)26-19(30)12-9-16(17-5-7-25-27-17)18(24-10-12)28-8-6-14(29)11-28/h1-5,7,9-10,14,29H,6,8,11H2,(H,25,27)(H,26,30)/t14-/m1/s1
  • Key:VOVZXURTCKPRDQ-CQSZACIVSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଦ୍ୱ ଶ୍ୱାସନଳୀ ସଂକ୍ରମଣ, ଅସ୍ଥି- ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ଅଇ, ରାସ ଏବଂ ତରଳ ଝାଡ଼ା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ଅଗ୍ନାଶୟ ପ୍ରଦାହ, ଉଚ୍ଚ ରକ୍ତଚାପ, ଆଲର୍ଜି ପ୍ରତିକ୍ରିୟା ଏବଂ ହୃଦରୋଗ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର, ବିଶେଷ ଭାବରେ ବିସିଆର-ଏବିଏଲ୧ (BCR :: ABL1) ଟାଇରୋସିନ କାଇନେଜର । [୩]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆସ୍କିମିନିବକୁ ଅନୁମୋଦନ କରାଯାଇଥିଲା ।[୪] [୩] ଯୁକ୍ତରାଜ୍ୟରେ ଏହି ଔଷଧ ଦିନକୁ ଦୁଇଥର, ଥରକୁ ୪୦ ମିଗ୍ରା ଭାବରେ ୩୦ ଦିନ ଦେଲେ ୪୦୪୫ ପାଉଣ୍ଡ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮,୫୦୦ ଡଲାର ଅଟେ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ "Scemblix APMDS". Therapeutic Goods Administration (TGA). 26 July 2022. Archived from the original on 2 August 2022. Retrieved 2 August 2022.
  2. "Scemblix Product information". Health Canada. Archived from the original on 1 October 2022. Retrieved 30 September 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Scemblix EPAR". European Medicines Agency (EMA). 20 June 2022. Archived from the original on 9 September 2022. Retrieved 8 September 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Scemblix- asciminib tablet, film coated". DailyMed. Archived from the original on 5 November 2021. Retrieved 4 November 2021.
  5. "Asciminib". SPS - Specialist Pharmacy Service. 20 March 2018. Archived from the original on 3 March 2022. Retrieved 25 October 2022.
  6. "Scemblix". Archived from the original on 25 October 2022. Retrieved 25 October 2022.