ଆଶନା ହବିବ ଭାବନା
ଆଶନା ହବିବ ଭାବନା (ଜନ୍ମ: ୩ ଅଗଷ୍ଟ ୧୯୯୪; ଭାବନା ଭାବରେ ମଧ୍ୟ ଜଣାଶୁଣା) ଜଣେ ବାଂଲାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବାଂଲାଦେଶୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି ।[୧][୨] ତାଙ୍କୁ ବାଂଲାଦେଶୀ କଥାଚିତ୍ର ଜଗତର ଅନ୍ୟତମ ଜଣାଶୁଣା କଳାକାର ଭାବେ ଗଣମାଧ୍ୟମରେ ଦର୍ଶାଯାଇଛି ।[୩]
ଆଶନା ହବିବ ଭାବନା | |
---|---|
আশনা হাবিব ভাবনা | |
ଜନ୍ମ | ୩ ଅଗଷ୍ଟ ୧୯୯୪ |
ଜାତୀୟତା | ବାଂଲାଦେଶୀ |
ବୃତ୍ତି |
|
ସକ୍ରିୟ ବର୍ଷ | ୧୯୯୬–ଏବେଯାଏଁ |
ଜୀବନସାଥୀ | ଅନିମେଷ ଆଇଚ (୨୦୧୮–ଏବେଯାଏଁ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନାତାଙ୍କ ପିତା ହବିବୁଲ ଇସଲାମ ହବିବ ଜଣେ ବାଂଲାଦେଶୀ କଥାଚିତ୍ର ନିର୍ଦ୍ଦେଶକ । ୨୦୨୨ ମସିହାରେ, ସେ ତାଙ୍କ ବାପାଙ୍କ ପ୍ରଯୋଜନାରେ ଜାପିତୋ ଜୀବନ ନାମକ କଥାଚିତ୍ରରେ କାମ କରିଥିଲେ ।[୪]
ଅଭିନୟ ଜୀବନ
ସମ୍ପାଦନାଭାବନା ୨୦୧୫ ମସିହାରେ, ସେ ଧାରାବାହିକ ନଟ୍ ଆଉଟ୍ ଜରିଆରେ ବାଂଲାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ପରମବ୍ରତ ଚାଟାର୍ଜୀଙ୍କ ବିପକ୍ଷରେ ଅନିମେଶ ଆଇଚଙ୍କ ଭୋୟୋଙ୍ଗକୋର ସୁନ୍ଦର (୨୦୧୭) କଥାଚିତ୍ରରେ ଅଭିନୟ କରିଥିଲେ ।[୫] ସେ ଏକାଧିକ ନାଟକରେ କାମ କରିଛନ୍ତି ଏବଂ ପଦ୍ମା ଭୂମିକାରେ ମୁକ୍ତି ସଂଗ୍ରାମ ଉପରେ ଆଧାଇତ କଥାଚିତ୍ର ଲାଲ ମୋରୋଗର ଝୁଟିରେ (୨୦୨୧) ମଧ୍ୟ ଅଭିନୟ କରିଛନ୍ତି ।[୬][୭]
ଚୋରକି କାର୍ନିଭାଲ ୨୦୨୩ରେ, ସେ ଚଞ୍ଚଳ ଚୌଧୁରୀଙ୍କ ବିପକ୍ଷରେ ଟିଭି ଧାରାବାହିକ ଓଭରଟ୍ରମ୍ପରେ ତାଙ୍କ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ - ଧାରାବାହିକ ବର୍ଗରେ ମନୋନୀତ ହୋଇଥିଲେ ।[୮]
ନଭେମ୍ବର ୨୦୨୩ ସୁଦ୍ଧା ସେ ଆଗାମୀ ତିନୋଟି କଥାଚିତ୍ର: ଦୁମ୍ପାରା, ଜାପିତୋ ଜୀବନ ଓ ପାୟେଲ ଆଦିରେ କାମ କରିଛନ୍ତି ।[୯][୧୦]
ଅଭିନିତ କଥାଚିତ୍ର
ସମ୍ପାଦନାଅଭିନୀତ ଧାରାବାହିକ
ସମ୍ପାଦନାବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ୨୦୧୮ ମସିହାରୁ ଫିଲ୍ମ ନିର୍ମାତା ଅନିମେଶ ଆଇଚଙ୍କୁ ଡେଟ୍ କରୁଛନ୍ତି ।[୧୨] ସେମାନଙ୍କର ବୟସ ବ୍ୟବଧାନ ଓ ଧାର୍ମିକ ମତଭେଦ କାରଣରୁ ସେମାନେ ସର୍ବସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି ବୋଲି ଗଣମାଧ୍ୟମ ଦାବି କରିଛି, କିନ୍ତୁ ସେମାନେ ସର୍ବସାଧାରଣରେ କିମ୍ବା ସ୍ପଷ୍ଟ ଭାବରେ କିଛି କହିନାହାଁନ୍ତି ।[୩][୨]
ଆଧାର
ସମ୍ପାଦନା- ↑ "Ashna Habib Bhabna: Sari not sorry! This Bangladeshi actress dressed better than any Bollywood star at Cannes". The Times of India. ISSN 0971-8257. Retrieved 2024-08-05.
- ↑ ୨.୦ ୨.୧ Halder, Deep; Biswas, Avishek (2023-11-23). Being Hindu In Bangladesh: The Untold Story (in ଇଂରାଜୀ). Harper Collins. p. 10. ISBN 978-93-5699-581-9.
- ↑ ୩.୦ ୩.୧ Halder, Deep (2023-08-01). "Dhaka's elite Muslims party & pose as Barbie, Krishna. Double life in conservative Bangladesh". ThePrint (in ଆମେରିକୀୟ ଇଂରାଜୀ). Retrieved 2024-08-05.
- ↑ ୪.୦ ୪.୧ "Bhabna to star in father's film 'Japito Jibon'". Business Post BD (in ଇଂରାଜୀ). Retrieved 2024-08-10.
- ↑ ୫.୦ ୫.୧ "Aruna's daughter Bhabna!". Daily Sun (in ଇଂରାଜୀ). 2021-02-14. Retrieved 2024-08-14.
- ↑ বাংলাদেশ, Daily Bangladesh :: ডেইলি. "Bhabna at Cannes Film Festival". Daily Bangladesh (in ଇଂରାଜୀ). Retrieved 2024-08-10.
- ↑ ୭.୦ ୭.୧ "Bhabna signed up for new movie 'Lal Moroger Jhuti'". The Business Standard (in ଇଂରାଜୀ). 2020-09-30. Retrieved 2024-08-14.
- ↑ Arts & Entertainment Desk (2024-02-22). "Chorki Carnival announces nominations for most popular artistes, shows of 2023". The Daily Star (in ଇଂରାଜୀ). Retrieved 2024-08-14.
- ↑ "Bhabna's multiple films in pipeline". The Bangladesh Post (in ଇଂରାଜୀ). Retrieved 2024-08-10.
- ↑ "Bhabna to shine in women-centric 'Payel'". The Bangladesh Post (in ଇଂରାଜୀ). Retrieved 2024-08-10.
- ↑ "Chanchal, Bhabna, Nayeem starrer crime-comedy 'Overtrump' releases today". Business Post BD (in ଇଂରାଜୀ). Retrieved 2024-08-20.
- ↑ Mahmud, Rashed (2020-01-27). "Bhabna doesn't know when she'll marry Animesh". Prothom Alo (in ଇଂରାଜୀ). Retrieved 2024-08-10.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଶନା ହବିବ ଭାବନା