ଆଲୋପେସିଆ ଏରିଆଟା (ଇଂରାଜୀ ଭାଷାରେ Alopecia areata, also known as spot baldness) ଏକ ବେମାରୀ ଯେଉଁଥିରେ ଦେହର ଯେ କୌଣସି ଗୋଟିଏ ବା ସବୁ ସ୍ଥାନରୁ ବାଳ ଝଡ଼ିଯାଏ (hair is lost) ।[୧] ଅଧିକାଂଶ ସମୟରେ ମୁଣ୍ଡ ଉପରେ ମୁଦ୍ରା ଆକାରର କିଛି ସ୍ଥାନ ନଣ୍ଡା (bald spots) ଦେଖାଯାଏ ।[୨] ଏହି ବେମାରୀ ଯୋଗୁ ମାନସିକ ଚାପ (Psychological stress) ବୃଦ୍ଧି ପାଏ ।[୨] ଏହି ଲୋକମାନେ ସାଧାରଣତଃ ସୁସ୍ଥ ରହନ୍ତି ।[୨] କେତେକ ଲୋକଙ୍କର ବାଳ ଶୂନ୍ୟ ମଥା (all the hair on the scalp) ବା ବାଳ ଶୂନ୍ୟ ଶରୀର (all body hair is lost) ହୋଇଯାଏ ଓ ଏହା ସ୍ଥାୟୀ ହୋଇ ରହେ ।[୨][୧]

ଆଲୋପେସିଆ ଏରିଆଟା (Alopecia areata)
ଆଲୋପେସିଆ ସେଲସି (Alopecia Celsi), ଭିଟିଲିଗୋ କ୍ୟାପିଟିସ (vitiligo capitis), ଜନସ୍ଟନସ ଆଲୋପେସିଆ (Jonston's alopecia)[୧]
ସ୍କାଲ୍ପ ଉପରେ କେତେକ ସ୍ଥାନରେ ଆଲୋପେସିଆ ଏରିଆଟା ଦେଖାଯାଉଛି ।
ଉଚ୍ଚାରଣ
  • al-oh-PEE-shah ar-ee-AH-tah[୨]
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣସ୍କାଲପ ଉପରେ କେଶ ହାନୀ (hair loss) [୨]
ଆକ୍ରାନ୍ତ ସମୟବାଲ୍ୟକାଳ [୨]
କାରଣଅଟୋଇମ୍ମ୍ୟୁନ ରୋଗ (Autoimmune)[୨]
ବିପଦ କାରକପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ, ମଧୁମେହ ଟାଇପ ୧, ସିଲିଆକ୍ ଡିଜିଜ୍[୨]
ସଠିକ ରୋଗ ନିର୍ଣ୍ଣୟଟ୍ରାଇକୋଟିଲୋମାନିଆ (Trichotillomania), ଆଲୋପେସିଆ ମ୍ୟୁସିନୋସା (alopecia mucinosa), ପୋଷ୍ଟପାର୍ଟମ ଆଲୋପେସିଆ (postpartum alopecia)[୧]
ଔଷଧକର୍ଟିଜୋନ (Cortisone) ଇଞ୍ଜେକସନ [୧]
ଚିକିତ୍ସାସନସ୍କ୍ରିନ (Sunscreen), ଖରା ଓ ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ମଥା ଘୋଡ଼ଣି [୨]
Prognosisଆୟୁଷରେ (life expectancy)ଫରକ ଆସେନି[୧][୨]
ପୁନଃପୌନିକ~୨% (ଯୁକ୍ତରାଷ୍ଟ୍ର ଆମେରିକାରେ)[୨]

ଆଲୋପେସିଆ ଏରିଆଟା ଏକ ଅଟୋଇମ୍ମ୍ୟୁନ (autoimmune disease) ରୋଗ ହୋଇଥିବା ବିଶ୍ୱାସ କରାଯାଏ ।[୧] ରୋଗର ପାରିବାରିକ ଇତିହାସ ଥିଲେ ରୋଗ ସଙ୍କଟ ଅଧିକ ରହେ ।[୨] ଜମଜ ସନ୍ତାନ (identical twins) ମଧ୍ୟରୁ ଜଣ‌କର ଏହି ରୋଗ ଥିଲେ ଅନ୍ୟ ଜଣକର ୫୦% ରୋଗ ସମ୍ଭାବନା ଥାଏ ।[୨] ଅଟୋଇମ୍ମ୍ୟୁନ ରୋଗରେ ଶରୀର ନିଜ ଦେହର ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଚିହ୍ନି ପାରେ ନାହିଁ: ଫଳରେ ଇମ୍ମ୍ୟନ ପରିଚାଳିତ ହୋଇ ରୁମ ଫଲିକଲ (hair follicle) ନଷ୍ଟ ହୋଇଯାଏ ।[୨]

ଅଧୁନା ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[୨] କର୍ଟିଜୋନ (cortisone) ଇଞ୍ଜେକସନ ଦେଇ ବାଳର ଦୃତ ପୁନଃ ଗଠନ ନିମନ୍ତେ ଚେଷ୍ଟା କରାଯାଉଛି ।[୧][୨] ସନସ୍କ୍ରିନ (Sunscreen, ଗରମ ବା ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ମଥା ଘୋଡ଼ଣୀ ବ୍ୟବ‌ହାର ଓ ଭୃଲତା (eyelashes) ଉପୁଡ଼ି ଯାଇଥିଲେ ଚଷମା (glasses) ପିନ୍ଧିବାକୁ ଉପଦେଶ ଦିଆଯାଏ ।[୨] କେତେକ ରୋଗୀଙ୍କର ବାଳ ଉଠିଯାଏ ଓ ଏଭଳି କ୍ଷେତ୍ରରେ ଆଉ ଥରେ ନଷ୍ଟ ହୁଏନାହିଁ ।[୨] ଅନ୍ୟମାନଙ୍କ କ୍ଷେତ୍ରେ ବର୍ଷାଧିକ କାଳ ପରେ ବାଳ ଉଠେ । [୨]

ଯୁକ୍ତରାଷ୍ଟ୍ର ଆମେରିକାର ୨% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୨] ପିଲା ଦିନୁ ଏହା ଆରମ୍ଭ ହୋଇଯାଏ ।[୨] ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୧] ଏଥିରେ ଆୟୁଷର (life expectancy) ପରିବର୍ତ୍ତନ ହୁଏନାହିଁ ।[୨]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Alopecia Areata - NORD (National Organization for Rare Disorders)". NORD (National Organization for Rare Disorders). 2004. Archived from the original on 21 February 2017. Retrieved 10 July 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ Liaison, Ray Fleming, Office of Communications and Public (May 2016). "Questions and Answers About Alopecia Areata". NIAMS (in ଇଂରାଜୀ). Archived from the original on 4 July 2017. Retrieved 10 July 2017.{{cite web}}: CS1 maint: multiple names: authors list (link)

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ