ଆଲେଣ୍ଡ୍ରୋନିକ ଏସିଡ
ଆଲେଣ୍ଡ୍ରୋନିକ ଏସିଡ (Alendronic acid, ଏକ ବିକ୍ରୟ ନାମ ଫୋସାମାକ୍ସ/ Fosamax) ଏକ ବାଇଫସଫୋନେଟ ଔଷଧ (bisphosphonate medication) ଯାହା ଓଷ୍ଟିଓପୋରୋସିସ ଓ ଅସ୍ଥିପାଜେଟସ ରୋଗ (Paget's disease of bone) ଚିକିତ୍ସାରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଔଷଧ ସାଥିରେ ଜୀବସାର ଘ (en:vitamin D), କ୍ୟାଲସିଅମ ପରିପୂରକ (en:calcium supplementation) ଦିଆଯାଏ ଓ ଜୀବନଚର୍ଯ୍ୟାର ପରିବର୍ତ୍ତନ କରିବାକୁ ଉପଦେଶ ଦିଆଯାଏ ।[୧]
Clinical data | |
---|---|
Trade names | Fosamax, others |
Synonyms | Alendronate, alendronate sodium |
AHFS/Drugs.com | monograph |
MedlinePlus | a601011 |
data | |
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 0.6% |
Metabolism | excreted unchanged |
Elimination half-life | 126 months |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.128.415 |
Chemical and physical data | |
Formula | C4H13NO7P2 |
Molar mass | 249.097 |
3D model (JSmol) | |
| |
| |
(what is this?) (verify) |
ଆଲେଣ୍ଡ୍ରୋନିକ ଏସିଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଦର ଯନ୍ତ୍ରଣା, ଅଇ ଓ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ରାସନଳୀ ସମସ୍ୟା, ଫିମର ଅସ୍ଥିଭଗ୍ନ (femur fracture) ଓ ହନୁହାଡ଼ର ଓଷ୍ଟିଓନେକ୍ରୋସିସ (osteonecrosis of the jaw) ହୋଇପାରେ ।[୧] ଗର୍ଭାବସ୍ଥା ଓ କ୍ରନିକ ବୃକ୍କ ରୋଗରେ (poor kidney function) ଏହା ଦେବାକୁ ମନା କରାଯାଏ ।[୨] ଅସ୍ଥିକୁ ଭାଙ୍ଗୁଥବା ଜୀବକୋଷମାନଙ୍କର କାମକୁ ଆଲେଣ୍ଡ୍ରୋନିକ ଏସିଡ କମେଇଦିଏ ।[୧]
ସନ ୧୯୭୮ରେ ଆଲେଣ୍ଡ୍ରୋନିକ ଏସିଡ ବିଷୟ ବର୍ଣ୍ଣନା କରାଯିବା ପରେ ସନ ୧୯୯୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧][୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସ ନିମନ୍ତେ ପ୍ରାୟ ୦.୪୧ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସର ପ୍ରାୟ ୧.୧୬ ଆମେରିକୀୟ ଡଲାର ହୋଲସେଲ ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୩ତମ ସ୍ଥାନ ଅଧିକାର କରିଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Fosamax Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 2 February 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 710–711. ISBN 9780857113382.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 523. ISBN 9783527607495.
- ↑ "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-27. Retrieved 2 February 2019.
- ↑ "The Top 300 of 2019". clincalc.com. Retrieved 22 December 2018.