ଆଲିସା ଦାସ

ଭାରତୀୟ ମଡ଼େଲ୍ ଓ ଅଭିନେତ୍ରୀ

ଆଲିସା ଦାସ (ଜନ୍ମ ୧୩ ସେପ୍ଟେମ୍ବର ୧୯୯୩) ଜଣେ ଭାରତୀୟ ମଡ଼େଲ୍ ଓ ଅଭିନେତ୍ରୀ[୧] ସେ ମୁଖ୍ୟତଃ ତାମିଲ କଥାଚ୍ଚିତ୍ରରେ କାମ କରନ୍ତି ।

ଆଲିସା ଦାସ
ଜନ୍ମ (1993-09-13) ୧୩ ସେପ୍ଟେମ୍ବର ୧୯୯୩ (ବୟସ ୩୦)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ମଡ଼େଲ୍, ଅଭିନେତ୍ରୀ

ଆଦ୍ୟ ଜୀବନ ଓ ବୃତ୍ତି ସମ୍ପାଦନା

ସେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ଜନ୍ମ ହୋଇଥିଲେ, ଯେଉଁଠାରେ ସୁନ୍ଦରଗଡ ପବ୍ଲିକ୍ ସ୍କୁଲରେ ପାଠ ପଢ଼ିଥିଲେ, ପରେ ଏସ୍ ଆର୍ ଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଏଣ୍ଡ୍ ଟେକ୍‌ନୋଲୋଜି, ଚେନ୍ନାଇରେ ବୈଷ୍ୟୟିକ ବିଦ୍ୟା ପଢ଼ିଥିଲେ । ସେ ଜଣେ ସଫ୍ଟ‌ୱେର୍ ଯନ୍ତ୍ରୀ । ୨୦୧୩ରେ ସେ ଡ଼େଲିଂ ଆରମ୍ଭ କରିଥିଲେ । ସେ ଆଇଏଫ୍ଏମ୍, ମିସ୍ ଚେନ୍ନାଇ ଓ ମିସ୍ ଉତ୍ସବ ପ୍ରଭୃତିର ଅନ୍ୟତମ ବିଚାରକ ଥିଲେ । ତାଙ୍କ ବାପା ସୁନ୍ଦରଗଡ ଟାଉନ୍ ହାଇ ସ୍କୁଲ୍‌ରୁ ଅବସର ନେଇଥିବା ଜଣେ ଶିକ୍ଷକ ଓ ମାଆ ସରକାରୀ ମହିଳା ମହାବିଦ୍ୟାଳୟ, ସୁନ୍ଦରଗଡର ଜଣେ ଅଧ୍ଧ୍ୟାପକ ଓ ଏନ୍‌ସିସି ଲ୍ୟୁଟିନାଣ୍ଟ୍ (NCC Leutinant) । ସେ କୋଚିଠାରେ ଅବସ୍ଥିତ ଅଗ୍ରଣୀ ଜୁଏଲାରୀ ଦଳ ଜୋୟାଲୁକ୍କାସର ବିଜ୍ଞାପନ କରିଥିଲେ । ସେ ଅଭିନୟ ଅପେକ୍ଷା ମଡ଼େଲିଂ ଅଧିକ କରନ୍ତି । ସେ ପ୍ରଥମ ଥର ପାଇଁ ତାମିଲ ଚଳଚ୍ଚିତ୍ର କଢ଼ିଲୁକୁ କନାଲାଇରେ ଜୟ ଆକାଶଙ୍କ ବିପକ୍ଷରେ ଅଭିନୟ କରିଥିଲେ ଓ ପରେ ସ୍ୱିସ୍ ରାଜା ଭଳି ଚଳଚ୍ଚିତ୍ରରେ କାମ କରିଥିଲେ ।

ଆଧାର ସମ୍ପାଦନା

  1. "Actress Alisha Das @ Kathalukku Kannillai Movie Audio Launch Stills". New Movie Posters. 10 April 2014. Retrieved 23 July 2014.