ଆଲିଆ ଭଟ୍ଟ
ଆଲିଆ ଭଟ୍ଟ (ଜନ୍ମ: 15 March 1992) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ମହେଶ ଭଟ୍ଟଙ୍କର ଝିଅ । ଆଲିଆ ଜଣେ ଶିଶୁ କଳାକାର ଭାବରେ ୧୯୯୯ରେ ସଙ୍ଘର୍ଷ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ କରିଥିଲେ ।[୨] ଏହା ପରେ ସେ ୨୦୧୨ରେ କରଣ ଜୋହରଙ୍କ ଚଳଚ୍ଚିତ୍ର ଷ୍ଟୁଡେନ୍ଟ ଅଫ୍ ଦ ଇଅର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ[୩] ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାରରେ ମନୋନୀତ କରାଯାଇଥିଲା ।[୪]
ଆଲିଆ ଭଟ୍ଟ | |
---|---|
ଜନ୍ମ | ୧୫ ମାର୍ଚ୍ଚ ୧୯୯୨ |
ଜାତୀୟତା | ବ୍ରିଟିଶ[୧] |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୧୨- ଏବେଯାଏଁ |
ପିତାମାତା | ମହେଶ ଭଟ୍ଟ ସୋନି ରାଦ୍ୱାନ |
ସମ୍ପର୍କୀୟ | ପୂଜା ଭଟ୍ଟ (ସାବତ ଭଉଣୀ) ଇମ୍ରାନ ହାସିମ (ସମ୍ପର୍କୀୟ ଭାଇ) |
ଆଲିଆଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ଟୁ ଷ୍ଟେଟସ୍, ହମ୍ଟି ଶର୍ମାକି ଦୁଲ୍ହନିଆ, କପୁର ଆଣ୍ଡ ସନ୍ସ୍, ଡିଅର ଜିନ୍ଦେଗି, ବଦ୍ରିନାଥ କି ଦୁଲ୍ହନିଆ । ହାଇ ୱେ ଏବଂ ଉଡ଼୍ତା ପଞ୍ଜାବ ଭଳି ଚଳଚ୍ଚିତ୍ରରେ ଆଲିଆ ଅଭିନୟ ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଠ ସମୀକ୍ଷକ ପୁରସ୍କାର ପାଇଥିଲେ ।[୫][୬][୭][୮]
ଆଲିଆ ଭଟ୍ଟ ଅଭିନୟ କରିବା ସହ କିଛି ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାଆଲିଆ ୧୫ ମାର୍ଚ୍ଚ ୧୯୯୩ରେ ଜନ୍ମଗ୍ରହଣ କରିଥିଲେ ।[୯][୧୦] ଆଲିଆଙ୍କର ବାପା ମହେଶ ଭଟ୍ଟ ଜଣେ କଥାଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଏବଂ ମାଆ ସୋନି ରାଦ୍ୱାନ ଜଣେ ଅଭିନେତ୍ରୀ । [୧୧][୧୨] ତାଙ୍କ ବାପା ଜଣେ ଗୁଜୁରାତି ଲୋକ ଏବଂ ମାଆ ଜଣେ କାଶ୍ମୀର ଲୋକ ଯେ କି ଜର୍ମାନ ବାସିନ୍ଦା ।[୧୩][୧୪][୧୫] ନିର୍ଦ୍ଦେଶକ ନାନାବାଇ ଭଟ୍ଟ ଆଲିଆଙ୍କର ଜେଜେ । ଆଲିଆଙ୍କର ବଡ଼ ଭଉଣୀ ହେଉଛନ୍ତି ଶାହିନ୍ ଭଟ୍ଟ ।[୧୬] ରାହୁଲ ଭଟ୍ଟ ଏବଂ ଅଭିନେତ୍ରୀ ପୂଜା ଭଟ୍ଟ ହେଉଛନ୍ତି ଆଲିଆଙ୍କର ସାବତ ଭାଇ-ଭଉଣୀ । ଅଭିନେତା ଇମ୍ରାନ ହାସିମ ହେଉଛନ୍ତି ଆଲିଆଙ୍କର ସମ୍ପର୍କୀୟ ଭାଇ ।[୧୭]
ଅଭିନୟ ଜୀବନ
ସମ୍ପାଦନାଆଲିଆ ୧୯୯୯ରେ କଥାଚିତ୍ର ସଙ୍ଘର୍ଷରେ ପ୍ରଥମକରି ଅଭିନୟ କରିଥିଲେ । ସେତେବେଳେ ସସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ୨୦୧୨ରେ ଆଲିଆ ଜଣେ ନାୟିକା ଭାବରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଆଲିଆ ଟୁ ଷ୍ଟେଟସ୍, ହମ୍ଟି ଶର୍ମାକି ଦୁଲ୍ହନିଆ, କପୁର ଆଣ୍ଡ ସନ୍ସ୍, ଡିଅର ଜିନ୍ଦେଗି, ବଦ୍ରିନାଥ କି ଦୁଲ୍ହନିଆ ହାଇ ୱେ ଏବଂ ଉଡ଼୍ତା ପଞ୍ଜାବ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।
ଅଭିନୀତ କଥାଚିତ୍ର
ସମ୍ପାଦନା- ୧୯୯୯: ସଙ୍ଘର୍ଷ
- ୨୦୧୨: ଷ୍ଟୁଡେଣ୍ଟ ଅଫ୍ ଦ ଇଅର
- ୨୦୧୪: ହାଇୱେ
- ୨୦୧୪: ଟୁ ଷ୍ଟେଟସ୍
- ୨୦୧୪: ହମ୍ଟି ଶର୍ମା କି ଦୁଲ୍ହନିଆ
- ୨୦୧୪: ଗୋଇଙ୍ଗ୍ ହୋମ୍
- ୨୦୧୪: ଅଗ୍ଲି
- ୨୦୧୫: ସାନ୍ଦାର୍
- ୨୦୧୬: କପୁର୍ ଆଣ୍ଡ ସନ୍ସ୍
- ୨୦୧୬: ଉଡ଼୍ତା ପଞ୍ଜାବ
- ୨୦୧୬: ୟେ ଦିଲ୍ ହେ ମୁସ୍କିଲ
- ୨୦୧୬: ଡିଅର ଜିନ୍ଦେଗି
- ୨୦୧୭: ବଦ୍ରିନାଥ କି ଦୁଲ୍ହନିଆ
ଆଧାର
ସମ୍ପାଦନା- ↑ Singh, Prashant (3 April 2014). "Alia Bhatt can't vote in 2014, encourages youth to cast their votes". Hindustan Times. Retrieved 22 April 2017.
- ↑ Joshi, Sonali; Varma, Lipika (28 May 2012). "Alia Bhatt's silver screen debut". India Today. New Delhi. Retrieved 1 August 2012.
- ↑ "The new stars of Bollywood". Hindustan Times. 31 December 2010. Archived from the original on 5 October 2012. Retrieved 27 September 2012.
- ↑ "Alia Bhatt—Awards". Bollywood Hungama. Retrieved 14 October 2013.
- ↑ "60th Britannia Filmfare Awards 2014: Complete list of winners". The Times of India. 31 January 2015. Retrieved 31 January 2015.
- ↑ "62nd Jio Filmfare Awards 2017 Nominations". Filmfare. 9 January 2017. Retrieved 13 January 2017.
- ↑ "Star Screen Awards 2016 winners list: Pink wins big, Big B-Alia get best actor and actress award". India Today. 5 December 2016. Retrieved 13 January 2017.
- ↑ "62nd Filmfare Awards 2017: Winners' list". The Times of India. 15 January 2017. Retrieved 15 January 2017.
- ↑ Sharma, Sarika (15 March 2014). "Alia Bhatt celebrates birthday shooting for 'Humpty Sharma Ki Dulhania'". The Indian Express. Retrieved 15 March 2014.
- ↑ Saxena, Kashika (11 October 2013). "I am sometimes retarded, sometimes composed: Alia Bhatt". The Times of India. Retrieved 15 March 2014.
- ↑ Gupta, Priya (14 January 2013). "I have great reverence for women: Mahesh Bhatt". Times of India. Retrieved 8 March 2014.
- ↑ Varma, Lipika (13 April 2014). "State of affairs: Arjun Kapoor and Alia Bhatt". Deccan Chronicle. Retrieved 16 April 2014.
{{cite web}}
: CS1 maint: numeric names: authors list (link) - ↑ Shedde, Meenakshi (17 Februar 2014). "Berlin diary: Alia Bhatt's family connection to the German city". Firstpost. Retrieved 8 March 2014.
{{cite web}}
: CS1 maint: numeric names: authors list (link) - ↑ Dubey, Bharati (12 February 2014). "Alia Bhatt's German roots". Mid-Day. Retrieved 8 March 2014.
{{cite web}}
: CS1 maint: numeric names: authors list (link) - ↑ Dutta, Pradeep (30 January 2001). "I'll voice the worries of Kashmiri Pandits'". Indian Express. Retrieved 8 March 2014.
{{cite web}}
: CS1 maint: numeric names: authors list (link) - ↑ Sharma, Neha (2 May 2010). "Another Bhatt on the block". Hindustan Times. Archived from the original on 17 March 2014. Retrieved 29 March 2014.
{{cite web}}
: CS1 maint: numeric names: authors list (link) - ↑ Anubha Sawhney (18 January 2003). "The Saraansh of Mahesh Bhatt's life". The Times of India. Retrieved 1 August 2012.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଲିଆ ଭଟ୍ଟ