ଆଲାମ ଲୋହାର

ଆଲାମ ଲୋହାର (ପଞ୍ଜାବୀ: محمد عالم لوہار) ଜଣେ ପାକିସ୍ଥାନୀ ପଞ୍ଜାବୀ ଲୋକ ଗୀତ ଗାୟକ ଥିଲେ ।

ଆଲାମ ଲୋହାର (ପଞ୍ଜାବୀ: محمد عالم لوہار) ଜଣେ ଉଲ୍ଲେଖନୀୟ ପାକିସ୍ଥାନୀ ପଞ୍ଜାବୀ ଲୋକ ଗୀତ ଗାୟକ ଥିଲେ ।[୧]ଜୁଗନି (Jugni) ନାମକ ସଙ୍ଗୀତ ଭାଷା ସେ ସୃଷ୍ଟି କରି ଜନପ୍ରିୟ ହୋଇଥିଲେ । [୨]

ଆଲାମ ଲୋହାର
Background information
ଜନ୍ମ ସମୟରେ ନାମମହମ୍ମଦ ଆଲାମ ଲୋହାର
ଜନ୍ମ୧୯୨୮
Village Achh near Kotla Arab Ali Khan, Gujrat, Punjab British India (now in Pakistan)
ମୃତ୍ୟୁDid not recognize date. Try slightly modifying the date in the first parameter. (aged ୫୧)[୧]
Sham ki Bhattian, Punjab, Pakistan
ଶୈଳୀPunjabi folk music
ପେଷାSinger, musician, poet
ବାଦ୍ୟଯନ୍ତ୍ରChimta
କାର୍ଯ୍ୟକାଳ1936–1979
ଲେବଲEMI Music Pakistan, Oriental Star Agencies

ପ୍ରାକ୍ ଜୀବନ ଓ ବୃତ୍ତି ସମ୍ପାଦନା

ବ୍ରିଟିଶ ଭାରତର ପଞ୍ଜାବରେ ଥିବା ଗୁଜରାଟ ଜିଲ୍ଲାର ଗୁଜରାଟ ତ‌ହସିଲର କୋଟଲା ଅରବ ଅଲି ଖାନ ପାଖରେ ଥିବା ଅଚ୍ଛରେ ସ୍ଥାନରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଏକ କମାର ପରିବାରରେ ଜନ୍ମ ହୋଇଥିଲେ । ପିଲା ବୟସରେ ସେ ପଞ୍ଜାବୀ ଗଳ୍ପ ଓ କବିତାର ଏକ ସଂକଳନ ପଢ଼ି ସେହି ବୟସରୁ ଗାଇବାକୁ ଆରମ୍ଭ କରିଥିଲେ । ତାଙ୍କ ପରିବାରର ପିଲାମାନେ ଅଧୁନା ପୃଥିବୀର ଚାରିଆଡ଼େ ଅଛନ୍ତି ଓ ଅଧକାଂଶ ପିଲା ଯୁକ୍ତରାଜ୍ୟରେ ରହୁଛନ୍ତି ।[୩][୪]

ତାଙ୍କ ପିଲାଦିନେ ସେ ସୁଫି କବିତା (ସୁଫିଆନା କଲାମ), ପଞ୍ଜାବୀ ଲୋକ ଗଳ୍ପ ପଢ଼ୁଥିଲେ ଓ ପିଲାମାନଙ୍କର ମେଳରେ ବଡ଼ କବିମାନଙ୍କର ଲେଖା ସମସ୍ତଙ୍କ ଆଗରେ ପଢ଼ିବାରେ ଭାଗ ନେଉଥିଲେ । ସେହି ଛୋଟ ଛୋଟ ଗ୍ରାମ୍ୟ ମେଳିରୁ ସେ ବ‌ହୁତ ଉପରକୁ ଉଠି ବିରାଟ ଗାୟକ ହେଲେ ଓ ତାଙ୍କ ଶ୍ରୋତାଙ୍କୁ ଖୁସି, ଶାନ୍ତି ଓ ଦୁଃଖରେ ଅଭିଭୂତ କରିଦେଇପାରୁଥିଲେ । ଏହା ପରେ ସେ ନିୟମିତ ଭାବରେ ମେଳା ଓ ପର୍ବମାନଙ୍କରେ ଯୋଗ ଦେଇ ପ୍ରଦର୍ଶନ କରୁଥିଲେ । ଏହି ପରି ଭାବରେ ସେ ୧୯୭୦ ମସିହାରେ ଦକ୍ଷିଣ ଏସିଆରେ ସର୍ବାଧିକ ଶ୍ରୋତା ଥିବା ଗାୟକ ହୋଇଥିଲେ ।[୧]

ଆଲାମ ୧୯୭୦ ମସିହାର ଯୁକ୍ତରାଜ୍ୟ, କାନାଡ଼ା, ନରୱେ, ଯୁକ୍ତରାଷ୍ଠ୍ର ଓ ଜର୍ମାନୀକୁ ଯାଇ ସେଠାରେ ତିବା ଦକ୍ଷିଣ ଏସିଆର ନାଗରିକମାନଙ୍କର ମନୋରଞ୍ଜନ କରୁଥିଲେ । [୫]

ମୃତ୍ୟୁ ସମ୍ପାଦନା

ଜୁଲାଇ ମାସ ତିନି ତାରିଖ ୧୯୭୯ ମସିହାର ଗୋଟିଏ ଅତ୍ୟଧିକ ଲଦା ହୋଇଥିବା ଟ୍ରକ ତାଙ୍କ କାର ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଧକ୍କା ଲାଗିବାରୁ ଲୋହାରଙ୍କର ମୃତ୍ୟୁ ହୋଇଥିଲା ।[୩] ପାକିସ୍ଥାନର ଜିଟି ରୋଡ଼ରେ ଲାଲାମୁସା ସ୍ଥାନର ସୀମାରେ ତାଙ୍କର ସମାଧି ଦିଆଗଲା । ତାଙ୍କର ମୃତ୍ୟୁ ପରେ ୧୯୭୯ ମସିହାର ପାକିସ୍ଥାନର ପ୍ରେସିଡେଣ୍ଟ ମୁହମ୍ମଦ ଜିଆ-ଉଲ-ହକ (ମୁହମ୍ମଦ ଜିଆ-ଉଲ-ହକ) ତାଙ୍କୁ ପାକିସ୍ଥାନର ସର୍ବୋଚ୍ଚ ନାଗରିକ ସମ୍ମାନ 'କଳା ଓ ଥିଏଟରର ପ୍ରାଇଡ ଅଫ ପରଫରମାନ୍ସ' ପ୍ରଦାନ କରିଥିଲେ ।[୪][୬]

 
Sign directing visitors to the burial place of Alam Lohar in Lalamusa, Punjab, Pakistan.

ତାଙ୍କ ସ୍ମୃତିକୁ ଉଜ୍ଜିବିତ ରଖିବା ପାଇଁ ପାକିସ୍ଥାନ ସରକାର ତାଙ୍କ ଗ୍ରାମଠାରୁ ଗ୍ରାଣ୍ଡ ଟ୍ରକ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ 'ଆଲାମ ଲୋହାର ରୋଡ଼' ନାମରେ ନାମିତ କରିଥିଲେ ।

ଆଲାନ ଲୋହାରଙ୍କ ସମସ୍ତ ପ୍ରଦର୍ଶନମାନଙ୍କୁ ଏକତ୍ର କରି ଇସଲାମାବାଦର ଲୋକ ଭିର୍ସା ମିଉଜିଅମରେ (ଲିକ ଭିର୍ସା ମିଉଜିଅମ) ଏକ ଭିଜୁଅଲ ଥିଏଟର ଆକାରରେ ପ୍ରଦର୍ଶନ କରାଯାଉଛି ।

 
Alam's grave at GT Road Lalamusa

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Folk singer Alam Lohar remembered Pakistan Today (newspaper), Published 4 July 2012. Retrieved 19 March 2018
  2. Taneja, Shailaja Tripathi (8 November 2008). "A balladeer's journey". The Hindu (newspaper). Retrieved 19 March 2018. In 1965 folk musician Alam Lohar came up with the genre of Jugni – songs about woman who travels from one place to another having interesting experiences.
  3. ୩.୦ ୩.୧ "Profile of Alam Lohar". folkpunjab.org. Archived from the original on 29 October 2016. Retrieved 19 March 2018.
  4. ୪.୦ ୪.୧ "Folk singer Alam Lohar being remembered today". Samaa TV website. 3 July 2012. Retrieved 19 March 2018.
  5. 'My Mothers Aspirations', Muhammed Salim P.g. 122–134, 2011, ISBN 978-1-4520-7524-2
  6. Profile of Alam Lohar on EMI Pakistan website Retrieved 19 March 2018