ଆଲାବାମାର ସମ୍ବିଧାନ

ଆଲାବାମା ରାଜ୍ଯର ସମ୍ବିଧାନ, ଯୁକ୍ତରାଷ୍ଟ୍ରର ରାଜ୍ଯ ଆଲାବାମାର ମୌଳିକ ପ୍ରଶାସନିକ ବିଧି ଅଟେ । ଏହାକୁ ୧୯୦୧ ମସିହାରେ ଅଙ୍ଗୀକୃତ କରାଯାଇଥିଲା ଏବଂ ଏହା ଆଲାବାମାର ଷଷ୍ଠ ସମ୍ବିଧାନ ଅଟେ ।

ଆଲାବାମା ରାଜ୍ଯର ସମ୍ବିଧାନ
ବିସ୍ତାରଆଲାବାମା, ଯୁକ୍ତରାଷ୍ଟ୍ର
ଗୃହୀତ21 ନଭେମ୍ବର 1901; 122 years ago (1901-୧୧-21)[୧]
ପ୍ରଣୟିତ28 ନଭେମ୍ବର 1901; 122 years ago (1901-୧୧-28)
ସଂଶୋଧନ୯୪୮

୩,୧୦,୨୯୬ ଶବ୍ଦ ସହିତ[୨], ଏହି ନଥିପତ୍ରଟି ହାରାହାରି ରାଜ୍ଯ ସମ୍ବିଧାନଠାରୁ ୧୨ ଗୁଣ ଦୀର୍ଘ ଏବଂ ଯୁକ୍ତରାଷ୍ଟ୍ର ସମ୍ବିଧାନଠାରୁ ୪୪ ଗୁଣ ଦୀର୍ଘ । ଏହା ବିଶ୍ୱର ଦୀର୍ଘତମ[୩] ଏବଂ ସର୍ବାଧିକ ସଂଶୋଧିତ [୪] କାର୍ଯ୍ୟକାରୀ ସମ୍ବିଧାନ । ବିଶ୍ୱର ଦୀର୍ଘତମ ରାଷ୍ଟ୍ରୀୟ ସମ୍ବିଧାନ, ଭାରତୀୟ ସମ୍ବିଧାନର ଇଂରାଜୀ ରୂପର ଶବ୍ଦ ସଂଖ୍ଯା ୧,୪୫,୦୦୦ ଅଟେ ଯାହାକି ଆଲାବାମାର ସମ୍ବିଧାନର ଅଧାଅଧି ଅଟେ ।

ଏହାର ପ୍ରାୟ ଶତକଡା ୯୦ ଭାଗ, ୯୪୮ଟି[୫] ସମ୍ବିଧାନ ସଂଶୋଧନରେ ରହିଛି (ତୁଳନା ପାଇଁ, ଭାରତର ୧୦୪ ସଂଶୋଧନ[୬][୭] ସମ୍ବିଧାନର ଅଂଶ ହୋଇ ନ ରହି ସମ୍ବିଧାନରେ ହିଁ ପରିବର୍ତ୍ତନ ଆଣନ୍ତି) । ପ୍ରାୟ ୭୫ ଭାଗ ସଂଶୋଧନ ଐକିକ ଜିଲ୍ଲା ଓ ସହର ପାଇଁ ପ୍ରଯୁଜ୍ୟ ଏବଂ କେତେକ କେବଳ ବିଶେଷ ଅଧିକାରୀମାନଙ୍କ ଦରମା ସହ ସମ୍ବନ୍ଧିତ ଉଦାହରଣ ସ୍ୱରୂପ ୪୮୦ ସଂଶୋଧନ) । ଫଳ ସ୍ବରୂପ, ଆଲାବାମାର ଅଧିକ ସଂଖ୍ଯକ ସାମ୍ବିଧାନିକ ଅଧିକାରୀ ଅଛନ୍ତି । ତାଛଡା ଏହାର ସମ୍ବିଧାନ ବିଭିନ୍ନ ଜିଲ୍ଲାରେ ରହୁଥିବା ବାସିନ୍ଦାଙ୍କୁ ନିଜ ସମସ୍ଯା ସମାଧାନ କରିବାରେ ମଧ୍ଯ ଅନେକ ଅସୁବିଧା ହୁଏ ।[୮]

"ଆଲାବାମାରେ ସଙ୍ଘୀୟ ସମ୍ବିଧାନଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ଯରେ ଶ୍ୱେତ ପ୍ରଭୂତ୍ବ ସ୍ଥାପନ କରିବା" ଉଦ୍ଦେଶ୍ଯରେ, ରାଜ୍ଯର ଡେମୋକ୍ରାଟମାନେ ସାମ୍ବିଧାନିକ ସମ୍ମୀଳନୀ ଡକାଇଲେ ।[୯] ଏହାର ପ୍ରାବଧାନଗୁଡ଼ିକ ମୁଖ୍ଯତଃ ଆଫ୍ରିକୀୟ ଆମେରିକୀୟ ତଥା ଦରିଦ୍ର ଶ୍ୱେତାଙ୍ଗମାନଙ୍କୁ ମତବ୍ୟକ୍ତ କରିବାରୁ ବଞ୍ଚିତ କରୁଥିଲା, ଯେଉଁମାନେ ୧୯୬୫ ପର୍ଯ୍ୟନ୍ତ ବାସନ୍ଦ ରହିଲେ । ଏହି ସମ୍ବିଧାନ ଆଲାବାମା ବିଧାୟିକାକୁ ଆଲାବାମାର ଅଧିକାଂଶ ଜିଲ୍ଲାକୁ ସିଧାସଳଖ ଶାସନ କରିବା ପାଇଁ କ୍ଷମତା ଦେଇଅଛି ।

ଏହାର ପ୍ରସ୍ତାବନା କହେ:

ଆମ୍ଭେ, ଆଲାବାମା ରାଜ୍ଯର ଲୋକମାନେ, ନ୍ଯାୟ ସ୍ଥାପନ, ପାରିବାରିକ ଶାନ୍ତି ବଜାୟ ତଥା ନିଜକୁ ଓ ଭବିଷ୍ଯତ ବଂଶଧରମାନଙ୍କୁ ସ୍ୱତନ୍ତ୍ରତାର ଆଶୀର୍ବାଦ ପ୍ରାପ୍ତ କରାଇବା ପାଇଁ, ସର୍ବଶକ୍ତିମାନ ଈଶ୍ବରଙ୍କ ଅନୁଗ୍ରହ ଓ ଦିଗ୍ଦର୍ଶନର କାମନା ସହ, ଏହି ସମ୍ବିଧାନ ଓ ପ୍ରଶାସନିକ ସ୍ୱରୂପକୁ ଆଲାବାମା ରାଜ୍ଯ ପାଇଁ ଅଙ୍ଗୀକୃତ ଓ ପ୍ରଣୟିତ କରୁଅଛୁ ।

ଇତିହାସ ସମ୍ପାଦନା

ଆଲାବାମାର ଏପର୍ଯ୍ୟନ୍ତ ଛଅଟି ସମ୍ବିଧାନ ହୋଇସାରିଛି, ସମସ୍ତେ ରାଜ୍ଯ ସମ୍ମୀଳନୀଦ୍ୱାରା ସ୍ଥାପିତ:   ୧୮୧୯ (ଆଲାବାମା ଅଞ୍ଚଳକୁ ଏକ ରାଜ୍ଯରେ ରୂପାନ୍ତରିତ କରି), ୧୮୬୧ (ବିଚ୍ଛିନ୍ନକରଣ), ୧୮୬୫ (ପୁନର୍ଗଠନ), ୧୮୬୮ (ପୁନର୍ଗଠନ), ୧୮୭୫ (ପୁନର୍ଗଠନ ଅନ୍ତକରଣ), ଏବଂ, ୧୯୦୧ରୁ , ବର୍ତ୍ତମାନର ସମ୍ବିଧାନ ।[୧୦]

ସାଧାରଣ ସମୀକ୍ଷା ସମ୍ପାଦନା

ଆଲାବାମା ସମ୍ବିଧାନ, ଅନ୍ୟାନ୍ୟ ରାଜ୍ଯ ସମ୍ବିଧାନ ପରି, କ୍ଷମତାର ବଣ୍ଟନ କରିଥାଏ । କାର୍ଯ୍ୟପାଳିକା କ୍ଷମତା ରାଜ୍ଯର ରାଜ୍ଯପାଳଙ୍କ ଉପରେ, ବିଧାୟିକା କ୍ଷମତା ଆଲାବାମା ରାଜ୍ଯ ବିଧାୟିକା ଉପରେ ଏବଂ ନ୍ୟାୟିକ କ୍ଷମତା ଆଲାବାମାର ନ୍ୟାୟତନ୍ତ୍ରଉପରେ ନ୍ୟସ୍ତ କରାଯାଇଛି । ପ୍ରଶାସନର ସମସ୍ତ ଶାଖା ପାଇଁ ପ୍ରତ୍ୟକ୍ଷ, ଦଳୀୟ, ଗୁପ୍ତ ଏବଂ ମୁକ୍ତ ନିର୍ବାଚନର ବ୍ଯବସ୍ଥା କରାଯାଇଛି ।

ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସମ୍ପାଦନା

ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଯେତେବେଳେ ଶ୍ୱେତ ଡେମୋକ୍ରାଟମାନେ ରାଜ୍ଯ ପ୍ରଶାସନରେ ଅଧିକାର ସ୍ଥାପନ କରିଥିଲେ ସେତେବେଳେ ସେମାନେ ରାଜ୍ଯ ପ୍ରଶାସନରେ କ୍ଷମତାର କେନ୍ଦ୍ରୀୟକରଣ ପାଇଁ ଚେଷ୍ଟାରତ ଥିଲେ । ଫଳରେ ବର୍ତ୍ତମାନର ସମ୍ବିଧାନ ଅଧିକ ଦୈର୍ଘ୍ୟବିଶିଷ୍ଟ ଓ ବିଶୃଙ୍ଖଳୀୟ ପ୍ରକୃତିର ହୋଇଗଲା ।

ତା ସହିତ, ୧୮୯୨ରୁ ୧୮୯୪ ପର୍ଯ୍ୟନ୍ତ ନିର୍ବାଚନରେ ଲୋକପ୍ରିୟମାନେ ନିଜ ଶ୍ୱତ ସର୍ବୋଚ୍ଚତାର ଆଦର୍ଶ ଯୋଗୁଁ ୟେଓମେନ କୃଷକମାନଙ୍କର ସମର୍ଥନ ପ୍ରାପ୍ତ କରିଥିଲେ । ନିଜର ପ୍ରଭୂତ୍ବ ବଞ୍ଚେଇବା ପାଇଁ ଡେମୋକ୍ରାଟମାନେ ମତାଧିକାର କମେଇବାର ଯୋଜନା କଲେ ଫଳରେ ସେମାନେ ୟେଓମେନ କୃଷକମାନଙ୍କର ସମର୍ଥନ ପ୍ରାପ୍ତ କଲେ ।

ଡେମୋକ୍ରାଟମାନେ "ନେଗ୍ରୋ ସମସ୍ୟା" ଉଠାଇଲେ ଓ "କୌଣସି ଶ୍ୱେତାଙ୍ଗ ମତାଧିକାର ହରେଇବ ନାହିଁ" ବୋଲି ପ୍ରତିଜ୍ଞା କଲେ ।[୧୧] କିନ୍ତୁ ଆଲାବାମାର ନୂଆ ସମ୍ବିଧାନ "ଭୋଟର ପଞ୍ଜୀକରଣ ସୂଚୀରୁ ଅଶିକ୍ଷିତ, ଅସଙ୍ଗଠିତ, ଅତ୍ଯଧିକ ପଛୁଆ ବର୍ଗର ଶ୍ୱେତାଙ୍ଗମାନଙ୍କୁ ମଧ୍ଯ ବହିଷ୍କାର କରିବ ଏବଂ ଦକ୍ଷିଣରେ ଏକ ଦଳୀୟ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବ ।"[୧୨] ଗ୍ଲେନ୍ନ ଫେଲ୍ଡମାନଙ୍କ ଭାଷାରେ, ଏହି ସମ୍ବିଧାନ ଅଧିନରେ, କୃଷ୍ଣକାୟଙ୍କଠାରୁ ଅଧିକ ଶ୍ୱେତାଙ୍ଗମାନେ ମତାଧିକାର ହରାଇଲେ ।[୧୨]

ଆଧାର ସମ୍ପାଦନା

  1. "Constitution of the State of Alabama of 1901 - Ratification". www.legislature.state.al.us.
  2. "State & Local Government". whitehouse.gov. Retrieved 2015-12-01.
  3. "Alabama Simmers Before Vote on Its Constitution’s Racist Language", New York Times, 31 October 2012
  4. Krishnamurthi, Vivek (2009). "Colonial Cousins: Explaining India and Canada's Unwritten Constitutional Principles" (PDF). Yale Journal of International Law. 34 (1): 219. Archived from the original (PDF) on 2016-03-04.
  5. "CONSTITUTION OF ALABAMA 1901". alisondb.legislature.state.al.us. Archived from the original on 2021-01-12. Retrieved 2021-02-24.
  6. "Amendments | National Portal of India". www.india.gov.in. Archived from the original on 22 November 2018. Retrieved 2021-02-23.
  7. "One Hundred and Fourth Amendment" (PDF). Retrieved 2021-02-23.
  8. Albert P. Brewer, "Home Rule", Encyclopedia of Alabama, 2007, accessed 3 February 2015
  9. Day 2 of 54, 1901 Proceedings, Constitutional Convention
  10. An Overview of Alabama's Six Constitutions, Alabama Legislature, retrieved ଛାଞ୍ଚ:Today {{citation}}: Check date values in: |access-date= (help)
  11. Joseph H. Taylor, "Populism and Disfranchisement in Alabama", The Journal of Negro History, Vol. 34, No. 4 (Oct., 1949), pp. 410-427 (subscription required)
  12. ୧୨.୦ ୧୨.୧ Glenn Feldman, The Disfranchisement Myth: Poor Whites and Suffrage Restriction in Alabama, Athens: University of Georgia Press, 2004, pp. 135–136