ଆର. କେ. ନାରାୟଣ

ଇଂରାଜୀ ସାହିତ୍ୟର ଭାରତୀୟ ଲେଖକ

ଆର.କେ.ନାରାୟଣ(ଖ୍ରୀ ୧୯୦୬-୨୦୦୧) ୧୯୦୬ ମସିହାରେ ଅକ୍ଟୋବର ୧୦ ତାରିଖରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ।[] ସେ ପ୍ରଥମ ଦକ୍ଷିଣ ଭାରତୀୟ ଯିଏ କି ପ୍ରଥମେ ଇଂରାଜୀରେ ବହି ଲେଖା ଆରମ୍ଭ କରିଥିଲେ । ସେ ଏକ ଧାରାରେ ଔପନ୍ୟାସିକ, ଗାଳ୍ପିକ ଓ ରଚନା ଲେଖକ ଥିଲେ । ତାଙ୍କର ପ୍ରଥମ ୪ଟି ବହି ଗାଁର ପରିବେଶ, ସାମାଜିକ ପରମ୍ପରା, ସାଧାରଣ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ, ଗରୀବ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଆଦି ସମ୍ବନ୍ଧୀୟ ଲେଖୁଥିଲେ । ସେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ମଧ୍ୟ ଚେଷ୍ଟିତ ଥିଲେ । ସେ ତାଙ୍କ ଲେଖା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ ।

ଆର.କେ.ନାରାୟଣ
ଆର.କେ.ନାରାୟଣ
ଆର.କେ.ନାରାୟଣ
ଜନ୍ମ ଓ ଜନ୍ମସ୍ଥାନ(1906-10-10)୧୦ ଅକ୍ଟୋବର ୧୯୦୬
ଚେନ୍ନାଇ
ମୃତ୍ୟୁ୧୩ ମଇ ୨୦୦୧(2001-05-13) (ବୟସ ୯୪)
ଚେନ୍ନାଇ
ବୃତ୍ତିଲେଖକ
ଜାତୀୟତାଭାରତୀୟ

ଶୈଶବ ଜୀବନ

ସମ୍ପାଦନା

ନାରାୟଣଙ୍କ ପିତା ଜଣେ ପ୍ରଧାନ ଶିକ୍ଷକ ଥିଲେ । ସେ ତାଙ୍କ ବାପାଙ୍କ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଯେହେତୁ ବାପାଙ୍କର ପ୍ରାୟ ବଦଳି ହେଉଥିଲା ତେଣୁ ସେ ଆଈଙ୍କ ପାଖରେ ରହି ପାଠ ପଢ଼ୁଥିଲେ । ତାଙ୍କ ଆଈଙ୍କ ନାମ ଥିଲା ପାର୍ବତୀ । ଆଈ ତାଙ୍କୁ କୁଞ୍ଜପା ଡାକୁଥିଲେ ।[] ମୟୁର ଏବଂ ମାଙ୍କଡ ଏହି ଦୁଇଟି ତାଙ୍କର ଖେଳ ସାଙ୍ଗ ଥିଲେ ।[][][] ମାଡ୍ରାସର ମିଶନ ସ୍କୁଲ, ସି.ଆର.ସି. ହାଇସ୍କୁଲ ଓ ଖ୍ରୀଷ୍ଟିୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଥିଲେ । ସେ ବାର ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମ ପଦଯାତ୍ରାରେ ଭାଗନେଇଥିଲେ । ତାଙ୍କ ବାପାଙ୍କର ଯେତେବେଳେ ମହୀଶୁର ମହାବିଦ୍ୟାଳୟକୁ ବଦଳି ହେଲା, ସେ ସେତେବେଳେ ପରିବାର ସହିତ ମହୀଶୁରରେ ରହିଲେ । ତାଙ୍କ ବିଦ୍ୟାଳୟରୁ ଏବଂ ବାପାଙ୍କଠାରୁ ବହି ଆଣି ଏକାଗ୍ରତା ସହ ପଢ଼ୁଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଲେଖିବାରେ ସାହାଯ୍ୟ ହୋଇଥିଲା । ସେ ଉଚ୍ଚ ବିଦ୍ୟାଳୟରୁ ପାସ କଲା ପରେ ବିଶ୍ୱ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ସେଥିପାଇଁ ସେ ଗୋଟିଏ ବର୍ଷ ଘରେ ରହି ପାଠପଢ଼ା ସହ ଲେଖା ଆରମ୍ଭ କରିଥିଲେ । ତା ପରବର୍ଷ ଅର୍ଥାତ୍ ୧୯୨୬ ମସିହାରେ ସେ ମହୀଶୂର ମହାରାଜା ମହାବିଦ୍ୟାଳୟରେ ନାମ ଲେଖିଥିଲେ । ୪ ବର୍ଷ ପରେ ସେ ବି.ଏ ଏବଂ ପରେ ଏମ.ଏ. ପାସ କରିଥିଲେ । ତାପରେ ସେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ।[][]

କର୍ମମୟ ଜୀବନ : (ଲେଖକ ଜୀବନ)

ସମ୍ପାଦନା

ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରଧାନ ଶିକ୍ଷକ ନକରି ଏକ ଶାରିରୀକ ଶିକ୍ଷକ କରିବାରୁ ସେ ଶିକ୍ଷକତା ଛାଡିଥିଲେ ଏବଂ ଅନୁଭବ କରିଥିଲେ ଯେ ସେ ଲେଖିବା ଜୀବନ ଆରମ୍ଭ କରିବେ । ତାଙ୍କର ପ୍ରଥମ ଲେଖା ଥିଲା “ Development of Maritime Law’s of 17th century of England”।[] ତାପରେ ସେ ଖବର କାଗଜ ଓ ପତ୍ରିକା ପାଇଁ ସ୍ଥାନୀୟ ଗଳ୍ପ ଲେଖିଥିଲେ । ସେଥିରେ ସେ ଭଲ ସଫଳତା ନପାଇବାରୁ ନିଜ ପରିବାର ସହଯୋଗରେ ସ୍ୱାଧୀନଭାବେ ନିଜ ଅନୁଭୂତିରେ ଲେଖିବା ଆରମ୍ଭ କଲେ ୧୯୩୦ ମସିହାରେ । ତାଙ୍କର ପ୍ରଥମ ଉପନ୍ୟାସ Swami and Friends ଯାହାକି ଛପା ଯାଇ ପାରି ନଥିଲା ।[] ସେ ୧୯୩୩ ମସିହାରେ ତାଙ୍କ ଭଉଣୀ ଘରକୁ କୋଠମାଟୁର ଯାଇଥିଲେ । ସେଠାରେ ସେ ରାଜମ ନାମକ ଏକ ୧୫ ବର୍ଷୀୟ ବାଳିକାଙ୍କୁ ଭଲ ପାଇ ବସିଲେ । ବହୁ ବାଧାବିଘ୍ନ ସତ୍ତ୍ୱେ ସେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ସାମ୍ବାଦିକତା ଆରମ୍ଭ କରିଥିଲେ The Justice ନାମକ ମାଡ୍ରାସ ପତ୍ରିକାରେ । ସେ ବ୍ରାହ୍ମଣ ବ୍ୟତୀତ ଅନଜାତିର ଲୋକମାନଙ୍କ ଉନ୍ନତି ପାଇଁ ଚେଷ୍ଟା ଚଳାଇଥିଲେ । ୧୯୩୯ ମସିହାରେ ତାଙ୍କ ପତ୍ନୀଙ୍କୁ ଆନ୍ତ୍ରିକ ଜ୍ୱର ହେବାରୁ ସେ ସେଥିରେ ମୃତ୍ୟୁ ବରଣ କରିଥିଲେ । ସେତେବେଳକୁ ତାଙ୍କ ଝିଅ ହେମାକୁ ୩ ବର୍ଷ ହୋଇଥିଲା । ସେତେବେଳକୁ ସେ ତିନୋଟି ବହି ଲେଖି ସାରିଥିଲେ । ଲେଖାରେ କ୍ଲାନ୍ତ ହୋଇ ସେ ତାଙ୍କ ଦାଦାଙ୍କ ସହଯୋଗରେ ଜଣେ କାର ସେଲ୍ସମାନ ଭାବେ ୧୯୪୦ ମସିହାରେ କାର୍ଯ୍ୟକଲେ । ସେଥିରେ ସେ ବେଶିଦିନ ରହିପାରିଲେ ନାହିଁ । ୧୯୪୨ ମସିହାରେ ସେ କିଛି କ୍ଷୁଦ୍ର ଗଳ୍ପକୁ ନେଇ ‘Malgudi Days’ ନାମକ ବହି ଲେଖିଲେ । ତାପରେ ନିଜର ଛାପାଖାନା ‘Indian Thought Publications’ ନାମରେ ଖୋଲିଲେ ଯାହାକି ଏବେ ମଧ୍ୟ ଅଛି ଏବଂ ତାଙ୍କ ନାତୁଣୀ ପରିଚାଳନା କରୁଛନ୍ତି ।[] ୧୯୪୮ ମସିହାରେ ତାଙ୍କ ବହି ବିକ୍ରି ଆରମ୍ଭ ହେଲା । ସେ ମହୀଶୁର ନିକଟବର୍ତ୍ତୀ ଏକ ଜାଗାରେ ନିଜର ଘର ତିଆରି ଆରମ୍ଭ କଲେ ଯାହା ୧୯୫୩ ମସିହାରେ ଶେଷ ହୋଇଥିଲା । ୧୯୫୩ ଏବଂ ୧୯୫୬ ମସିହାରେ ସେ United States ଯାଇଥିଲେ ।

ତାଙ୍କର ପ୍ରଥମ ଉପନ୍ୟାସ Swami & Friends ଛପା ଯାଇପାରି ନଥିଲା । Oxfordର ଜଣେ ସାଙ୍ଗ ତାଙ୍କର ଏହି ବହିକୁ Graham Greeneଙ୍କୁ ଦେଲେ । ସେ ତାହା ଛାପି ଥିଲେ ୧୯୩୫ ମସିହାରେ । ତାପରେ 'The Bachelor of Arts’ ୧୯୩୭ ମସିହାରେ ଛାପିଥିଲେ ।[୧୦] ତୃତୀୟ ବହି ୧୯୩୮ ମସିହାରେ ଛପାଗଲା 'The Dark Room' ।[୧୧] ଏହି ତିନୋଟି ବହି ସେ ନିଜର ଅନୁଭୂତି, ସ୍ଥାନୀୟ ଜୀବନଯାପନ ଶୈଳି ଓ ପରମ୍ପରା ସାମାଜିକ ପରିସ୍ଥିତିର ଉନ୍ନତି ବିଷୟରେ ଲେଖିଥିଲେ । ସେ ୧୯୬୦ ମସିହାରେ ପ୍ରଥମ ଥର ପାଇଁରେ ଛୋଟ ଛୋଟ ବିବାଦୀୟ ରଚନାକୁ ନେଇ ‘Next Sunday’ ଲେଖିଲେ । My Dateless Diary ମଧ୍ୟ ଲେଖିଥିଲେ ନିଜ ଅଭିଜ୍ଞତାରୁ । ପରେ ପରେ ସେ ଗୋଟିଏ ପରେ ଗୋଟିଏ ବହି ଲେଖି ଚାଲିଲେ । ଧର୍ମ, ଦେବଦେବୀ ସମ୍ବନ୍ଧୀୟ ବହି ମଧ୍ୟ ଲେଖିଲେ । ଇଂଲଣ୍ଡ ଭ୍ରମଣ ବେଳେ ତାଙ୍କୁ The University of Leeds ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା । ପ୍ରଥମ ୪ଟି ବହି Graham Greene ଛପାଇ ଥିଲେ । ତାଙ୍କର ଉଚ୍ଚକୋଟିର ଲେଖାପାଇଁ ତାଙ୍କୁ ୧୯୫୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଥିଲା । ତାଙ୍କ ଲେଖାଗୁଡିକରେ ଥିଲା ଗାଉଁଲି ପରିବେଶର ପ୍ରକୃତ ସତ୍ୟତା ଏବଂ ପରମ୍ପରା । ସେ ଲେଖା ଜୀବନରେ ୬୦ ବର୍ଷ କାଟି ଥିଲେ । ସେ ୧୯୬୪ ମସିହାରେ ପଦ୍ମବିଭୂଷଣ ଉପାଧି ପାଇଥିଲେ ଯାହାକି ଭାରତର ଦ୍ୱିତୀୟ ସମ୍ମାନ ଜନକ ପୁରସ୍କାର । ୧୯୮୦ ମସିହାରେ ସେ AC Benson Medal ପାଇଥିଲେ । ୧୯୮୨ ମସିହାରେ ସେ Film Fair Award ପାଇଥିଲେ ‘The Guide’ର Best Story ପାଇଁ ।[୧୨] ସେ American Academy of Act and Literatureର ମେମ୍ବର ଥିଲେ ।[୧୩] ତାଙ୍କର ଦୁଇଟି ଉପନ୍ୟାସ ସିନେମା ତିଆରି ହୋଇଥିଲା : The Guide- ହୀନ୍ଦୀ ସିନେମା, Mr. Sampath - ତାମିଲ ସିନେମା ।

 
ଆର.କେ.ନାରାୟଣ ତାଙ୍କ ସ୍ତ୍ରୀ ସହିତ

ତାଙ୍କ ଲେଖା ବହିଗୁଡ଼ିକ ମଧ୍ୟରୁ କିଛି

ସମ୍ପାଦନା

ଶେଷ କଥା

ସମ୍ପାଦନା

ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ ।.[୧୩] ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘Grandmother's Tale’ । ସେ ପ୍ରତିଦିନ ସଂଧ୍ୟାରେ 'The Hindu'ର ପ୍ରକାଶକ ନେ. ରାମଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ ଏନ୍. ରାମଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ରେ ରଖାଯାଇଥିଲା । ସେ କିନ୍ତୁ ଆଉ ସୁସ୍ଥ ହୋଇ ନଥିଲେ । ୨୦୦୧ ମସିହା ମେ ମାସ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୪][୧୫] ସେତେବେଳେ ତାଙ୍କୁ ୯୪ ବର୍ଷ ହୋଇଥିଲା । ଆମ ଦେଶର ପ୍ରଥମ ଇଂରାଜୀ ଲେଖକଙ୍କ ସ୍ମୃତି ଆମ ପାଖରେ ରହିଗଲା ।

  1. Crossette, Barbara (14 May 2001). "R. K. Narayan, India's Prolific Storyteller, Dies at 94". The New York Times. Retrieved 9 July 2009.
  2. Rao 2004, p. 13.
  3. "R K Narayan". London: The Daily Telegraph. 14 May,. Retrieved 25 July 2009. {{cite news}}: Check date values in: |date= (help)CS1 maint: extra punctuation (link)
  4. Broyard, Anatole (12 June 1974). "A Monkey and a Peacock; Books of The Times". The New York Times. Retrieved 20 October 2009.
  5. "Remembering a writer par excellence". The Hindu. 8 July 2005. Retrieved 20 October 2009.
  6. ୬.୦ ୬.୧ "Reluctant centenarian". The Hindu. 8 October 2006. Retrieved 23 August 2009.
  7. Walsh 1982, pp. 13–16.
  8. Datta, Nandan (26 March 2007). "The Life of R.K. Narayan". California Literary Review. Archived from the original on 2 July 2008. Retrieved 29 November 2014. {{cite journal}}: Invalid |ref=harv (help)
  9. Robinson, Andrew (2 May 1997). "The peopling of Malgudi". Times Higher Education. Retrieved 10 July 2009.
  10. Wattas, Rajnish (8 October 2006). "In memory of the Malgudi Man". The Tribune. Archived from the original on 7 November 2006. Retrieved 27 July 2009.
  11. Prasad 2003, p. 49.
  12. "R K Narayan dead: Sun sets over Malgudi". MiD DAY. 14 May 2001. Retrieved 26 August 2009.
  13. ୧୩.୦ ୧୩.୧ "Storyteller Narayan Gone, But Malgudi Lives On". Inter Press. 24 May 2001. Archived from the original on 5 November 2012. Retrieved 8 September 2009.
  14. "Priyadarshan's tribute to R K Narayan". Televisionpoint.com. 3 March 2006. Retrieved 12 July 2009.
  15. N. Ram (15 May 2001). "I'm giving you a lot of trouble". Rediff.com. Retrieved 8 September 2009.