ଆରୋନ ହିଲେଲ ସ୍ୱାର୍ଜ (ନଭେମ୍ବର ୮, ୧୯୮୬ – ଜାନୁଆରୀ ୧୧, ୨୦୧୩) ଜଣେ ଆମେରିକୀୟ କମ୍ପ୍ୟୁଟର ପ୍ରୋଗ୍ରାମର, ଉଦ୍ୟୋଗୀ, ଲେଖକ, ରାଜନୈତିକ ଆୟୋଜକ ଏବଂ ଇଣ୍ଟରନେଟ ହାକ୍ଟିଭିଷ୍ଟ ଥିଲେ । ସେ ଆରଏସଏସ ୱେବ ଫିଡ ଫର୍ମାଟ,[୩] ମାର୍କଡାଉନ ପ୍ରକାଶନ ଫର୍ମାଟ,[୪] କ୍ରିଏଟିଭ କମନ୍ସ ସଂଗଠନ,[୫] ଏବଂ web.py ୱେବସାଇଟ ଫ୍ରେମୱାର୍କ,[୬] ଆଦିର ବିକାଶରେ ସକ୍ରିୟ ଥିଲେ ଏବଂ ସାମାଜିକ ସମ୍ବାଦ ସାଇଟ ରେଡିଟର ପ୍ରତିଷ୍ଠାର ଛଅ ମାସ ପରେ ଯୋଗ ଦେଇଥିଲେ ।[୬] ନଟ ଏ ବଗ, ଇଙ୍କ. (ସ୍ୱାର୍ଜଙ୍କ ପ୍ରକଳ୍ପ ଇନଫୋଗାମି ଓ ଆଲେକ୍ସିସ ଓହାନିଆନ ଏବଂ ଷ୍ଟିଭ ହଫମ୍ୟାନ ପରିଚାଳନା କରୁଥିବା କମ୍ପାନୀ ରେଡବ୍ରିକ୍ସ ସଲ୍ୟୁସନ୍ସର ମିଶ୍ରଣ ପରେ) କମ୍ପାନୀ ଗଠନ ପରେ ୱାଇ କମ୍ବିନେଟରର ମାଲିକ ପଲ ଗ୍ରାହାମ ତାଙ୍କୁ ରେଡିଟର ସହ-ପ୍ରତିଷ୍ଠାତା ପଦବୀ ପ୍ରଦାନ କରିଥିଲେ ।[୭]

ଆରୋନ ସ୍ୱାର୍ଜ‌
ହସୁଥିବା ଆରୋନ ସ୍ୱାର୍ଜ
୨୦୦୯ ଅଗଷ୍ଟରେ ଏକ ଭେଟରେ ସ୍ୱାର୍ଜ
ଜନ୍ମ
ଆରୋନ ହିଲେଲ ସ୍ୱାର୍ଜ[୧]

(1986-11-08)ନଭେମ୍ବର ୮, ୧୯୮୬
ମୃତ୍ୟୁ୧୧ ଜାନୁଆରୀ ୨୦୧୩(2013-01-11) (ବୟସ ୨୬)
ବ୍ରୁକଲିନ, ନ୍ୟୁୟର୍କ ସିଟି, ଯୁକ୍ତରାଷ୍ଟ୍ର ଆମେରିକା
ମୃତ୍ୟୁର କାରଣବେକରେ ଦଉଡ଼ି ଦେଇ ଆତ୍ମହତ୍ୟା
ଶିକ୍ଷାନୁଷ୍ଠାନଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସଫ୍ଟୱାର ଡେଭଲପର, ଲେଖକ, ଇଣ୍ଟରନେଟ ଆକ୍ଟିଭିଷ୍ଟ
(s)କ୍ରିଏଟିଭ କମନ୍ସ (ସୃଷ୍ଟି), ରେଡିଟ (ସହ-ପ୍ରତିଷ୍ଠାତା), Watchdog.net, ଓପନ ଲାଇବ୍ରେରି, ଡେଡଡ୍ରପ, ପ୍ରୋଗ୍ରେସିଭ ଚେଞ୍ଜ କ୍ୟାମ୍ପେନ କମିଟି, ଡିମାଣ୍ଡ ପ୍ରୋଗ୍ରେସ (ସହ-ପ୍ରତିଷ୍ଠାତା), ଥଟୱାର୍କ୍ସ, Tor2web
Titleଫେଲୋ, ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ଏଡମଣ୍ଡ ଜେ. ସାଫ୍ରା ସେଣ୍ଟର ଫର ଏଥିକ୍ସ
ପୁରସ୍କାରଆର୍ସଡିଜିଆ ପ୍ରାଇଜ (୨୦୦୦)
ଆମେରିକାନ ଲାଇବ୍ରେରୀ ଆସୋସିଏସନର ଜେମ୍ସ ମାଡିସନ ଆୱାର୍ଡ଼ (ମରଣୋତ୍ତର)
ଇଏଫଏଫ ପାୟୋନିୟର ଆୱାର୍ଡ଼ 2013 (ମରଣୋତ୍ତର)
ଇଣ୍ଟରନେଟ ହଲ ଅଫ ଫେମ ୨୦୧୩ (ମରଣୋତ୍ତର)
ୱେବସାଇଟaaronsw.com

ଆରୋନ ସ୍ୱାର୍ଜଙ୍କ କାର୍ଯ୍ୟ ନାଗରିକ ସଚେତନତା ଏବଂ ଆକ୍ଟିଭିଜିମ ଉପରେ କେନ୍ଦ୍ରୀତ ଥିଲା ।[୮][୯] ପ୍ରଭାବଶାଳୀ ଅନଲାଇନ ଆକ୍ଟିଭିଜିମ ବଢ଼ାଇବା ନିମନ୍ତେ ସେ ୨୦୦୯ ମସିହାରେ ପ୍ରୋଗ୍ରେସିଭ ଚେଞ୍ଜ କ୍ୟାମ୍ପେନ କମିଟି ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ । ୨୦୧୦ ମସିହାରେ ସେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟସ୍ଥିତ ଲରେନ୍ସ ଲେସିଗଙ୍କ ନିର୍ଦ୍ଦେଶିତ ସାଫ୍ରା ଗବେଷଣା ଲ୍ୟାବ ଅନ ଇନଷ୍ଟିଚ୍ୟୁସନାଲ କର୍ପୋରେସନରେ ଜଣେ ଗବେଷଣା ଫେଲୋ ହୋଇଥିଲେ ।[୧୦][୧୧] ସେ ଷ୍ଟପ ଅନଲାଇନ ପାଇରେସି ଆକ୍ଟ ବିରୋଧରେ ଅଭିଯାନ ପାଇଁ ଜଣାଶୁଣା ଅନଲାଇନ ଦଳ ଡିମାଣ୍ଡ ପ୍ରୋଗ୍ରେସ ସ୍ଥାପନ କରିଥିଲେ ।

୨୦୧୧ ମସିହାରେ ଦେଶ ଭଙ୍ଗା ଓ ପ୍ରବେଶ (ଷ୍ଟେଟ ବ୍ରେକିଂ-ଆଣ୍ଡ-ଏଣ୍ଟରିଂ) ଅଭୋଯୋଗରେ ମାସାଚୁସେଟ୍ସ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି) ପୋଲିସଦ୍ୱାରା ସ୍ୱାର୍ଜଙ୍କୁ ଗିରଫ କରାଯାଇଥିଲା । ସେ ଏକ କମ୍ପ୍ୟୁଟରକୁ ଏକ ଅଚିହ୍ନିତ ଏବଂ ଅନଲକ ହୋଇଥିବା କ୍ଲୋଜେଟ ଦେଇ ଏମଆଇଟି ନେଟୱାର୍କ ସହିତ ସଂଯୋଗ କରିଥିଲେ । ଏମଆଇଟିଦ୍ୱାରା ଦିଆଯାଇଥିବା ଅତିଥି ବ୍ୟବହାରକାରୀ ଆକାଉଣ୍ଟ ବ୍ୟବହାର କରି ସେ JSTORରୁ ଶିକ୍ଷା ଜର୍ଣ୍ଣାଲସବୁ ଡାଉନଲୋଡ଼ କରିବା ପାଇଁ ଏହି କମ୍ପ୍ୟୁଟରକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ କରିଥିଲେ ।[୧୨][୧୩] ରାଜଓକିଲମାନେ ପରେ ତାଙ୍କୁ ଦୁଇଟି ତାର ଜାଲିଆତି ଏବଂ ଏଗାରଟି କମ୍ପ୍ୟୁଟର ଫ୍ରଡ ଆଣ୍ଡ ଆବ୍ୟୁଜ ଆଇନର ଉଲ୍ଲଙ୍ଘନ ଅଭିଯୋଗ ପ୍ରମାଣ କରିଥିଲେ[୧୪] ଫଳରେ ତାଙ୍କୁ ମୋଟ ୧ ମିଲିୟନ ଡଲାର ଜୋରିମାନା, ୩୫ ବର୍ଷ ଜେଲଦଣ୍ଡ, ସମ୍ପତ୍ତି ବ୍ୟାଜ୍ୟାପ୍ତି, କ୍ଷତିର ଫେରସ୍ତ ଏବଂ ପର୍ଯ୍ୟବେକ୍ଷିତ ମୁକ୍ତି ଆଦି ଦଣ୍ଡ ମିଳିଥିଲା ।[୧୫]

ସ୍ୱାର୍ଜ ଏକ ବୁଝାମଣା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯାହା ଅଧୀନରେ ସେ କେନ୍ଦ୍ରୀୟ କାରାଗାରରେ ଛଅ ମାସ ଦଣ୍ଡ ଭୋଗିଥାନ୍ତେ ।[୧୬] ଅଭିଯୋଗକାରୀ ସ୍ୱାର୍ଜଙ୍କ ଏକ ପ୍ରତିଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଦୁଇ ଦିନ ପରେ ତାଙ୍କୁ ସେ ତାଙ୍କ ବ୍ରୁକଲିନ ଆପାର୍ଟମେଣ୍ଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରେ ମୃତ ଅବସ୍ଥାରେ ମିଳିଥିଲେ ।[୧୭][୧୮]

୨୦୧୩ ମସିହାରେ ସ୍ୱାର୍ଜଙ୍କୁ ମରଣୋତ୍ତର ଭାବେ ଇଣ୍ଟରନେଟ ହଲ ଅଫ ଫେମ ଯୋଡ଼ାଯାଇଥିଲା ।[୧୯]

ଆଧାର ସମ୍ପାଦନା

  1. Yearwood, Pauline (February 22, 2013). "Brilliant life, tragic death". Chicago Jewish News. p. 1. Archived from the original on October 17, 2013. Aaron Hillel Swartz was not depressed or suicidal ... a rabbi's wife who has known him since he was a child says.... At age 13 he won the ArsDigita Prize, a competition for young people who create noncommercial websites....
  2. Skaggs, Paula (January 16, 2013). "Aaron Swartz Remembered as Internet Activist who Changed the World". Patch.
  3. "RSS creator Aaron Swartz dead at 26". Harvard Magazine. January 14, 2013. Swartz helped create RSS—a family of Web feed formats used to publish frequently updated works (blog entries, news headlines, ...) in a standardized format—at the age of 14.
  4. "Markdown". Aaron Swartz: The Weblog. March 19, 2004.
  5. Lessig, Lawrence (January 12, 2013). "Remembering Aaron Swartz". Creative Commons. Archived from the original on December 4, 2015. Retrieved November 8, 2020. Aaron was one of the early architects of Creative Commons. As a teenager, he helped design the code layer to our licenses...
  6. ୬.୦ ୬.୧ Grehan, Rick (August 10, 2011). "Pillars of Python: Web.py Web framework". InfoWorld. Web.py, the brainchild of Aaron Swartz, who developed it while working at Reddit.com, describes itself as a 'minimalist's framework.' ... Test Center Scorecard: Capability 7; Ease of Development 9; Documentation 7; ...; Overall Score 7.6, Good.
  7. Lagorio-Chafkin, Christine (2018). We Are the Nerds: The Birth and Tumultuous Life of Reddit, the Internet's Culture Laboratory. Hachette Books. p. 4. ISBN 978-0316435406.
  8. Swartz, Aaron. "Sociology or Anthropology". Raw Thought. Retrieved January 16, 2013.
  9. Swartz, Aaron (May 13, 2008). "Simplistic Sociological Functionalism". Raw Thought. Retrieved January 16, 2013.
  10. Seidman, Bianca (July 22, 2011). "Internet activist charged with hacking into MIT network". Arlington, Va.: Public Broadcasting Service. [Swartz] was in the middle of a fellowship at Harvard's Edmond J. Safra Center for Ethics, in its Lab on Institutional Corruption
  11. "Lab Fellows 2010–2011: Aaron Swartz". Edmond J. Safra Center for Ethics. Harvard University. 2010. Archived from the original on May 29, 2013. During the fellowship year, he will conduct experimental and ethnographic studies of the political system to prepare a monograph on the mechanisms of political corruption.
  12. Gerstein, Josh (July 22, 2011). "MIT also pressing charges against hacking suspect". Politico. Archived from the original on September 12, 2015. Retrieved August 27, 2019. [Swartz's] alleged use of MIT facilities and Web connections to access the JSTOR database ... resulted in two state felony charges for breaking into a 'depository' and breaking & entering in the daytime, according to local prosecutors.
  13. Commonwealth v. Swartz, 11-52CR73 & 11-52CR75, MIT Police Incident Report 11-351 (Mass. Dist. Ct. nolle prosequi December 16, 2011) ("Captain Albert P[...] and Special Agent Pickett were able to apprehend the suspect at 24 Lee Street.... He was arrested for two counts of Breaking and Entering in the daytime with the intent to commit a felony....").
  14. "Indictment, USA v. Swartz, 1:11-cr-10260, No. 2 (D.Mass. July 14, 2011)". MIT. July 14, 2011. Retrieved January 23, 2013. Superseded by "Superseding Indictment, USA v. Swartz, 1:11-cr-10260, No. 53 (D.Mass. September 12, 2012)". Docketalarm.com. September 12, 2012. Retrieved January 23, 2013.
  15. US Attorney's Office District of Massachusetts (July 19, 2011). "Alleged Hacker Charged With Stealing Over Four Million Documents from MIT Network" (Press release). Archived from the original on May 26, 2012. Retrieved January 17, 2013.
  16. Timothy, Lee. Forbes https://www.forbes.com/sites/timothylee/2013/01/17/aaron-swartz-and-the-corrupt-practice-of-plea-bargaining/. Retrieved 27 September 2020. {{cite web}}: Missing or empty |title= (help)
  17. "Aaron Swartz, Tech Prodigy and Internet Activist, Is Dead at 26". Time. January 13, 2013. Retrieved January 13, 2013.
  18. "Aaron Swartz, internet freedom activist, dies aged 26". BBC News. January 13, 2013. Retrieved January 13, 2013.
  19. "Internet Hall of Fame Announces 2013 Inductees". Internet Hall of Fame. June 26, 2013. Retrieved August 3, 2013.