ଆମାଣ୍ଟାଡାଇନ

ଆମାଣ୍ଟାଡାଇନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ଗୋକୋଭ୍ରି ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ଏହା ପାର୍କିନସନ ରୋ

ଆମାଣ୍ଟାଡାଇନ, (ଇଂରାଜୀ ଭାଷାରେ Amantadine) ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ଗୋକୋଭ୍ରି ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ଏହା ପାର୍କିନସନ ରୋଗ ତ‌ଥା ଆଣ୍ଟିସାକୋଟିକ ଔଷଧ ସ‌ହିତ ସଂପୃକ୍ତ ହେଉଥିବା ଚଳପ୍ରଚଳ ବେମାରୀର ଚିକିତ୍ସା ନିମନ୍ତେ ଦିଆଯାଏ | ଏହା ବ୍ୟତୀତ ପୋଷ୍ଟ ହର୍ପେଟିକ ନିଉରାଲଜିଆ ଓ ଅନ୍ୟାନ୍ୟ ବ୍ୟବହାରରେ ମଲ୍ଟିପ୍ଲ ସ୍କ୍ଲେରୋସିସ୍ର ଥକ୍କାଣ ନିମନ୍ତେ ମଧ୍ୟ ଦିଆଯାଏ | [୩] ପୂର୍ବରୁ ଏହା ଟାଇପ ଏ ଇନ୍‌ଫ୍ଲୁଏଞ୍ଜା ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହେଉଥିଲା; ୨୦୦୫ ମସିହାରେ ଏହାର ପ୍ରତିରୋଧ ବିକଶିତ ହେବା ଲକ୍ଷ କରାଯିବା ପରେ ଏହାର ବ୍ୟବହାର ଆଉ ସୁପାରିଶ କରାଯାଉ ନାହିଁ | [୪] ଏହା ପାଟି ବାଟେ ନିଆଯାଏ | [୪]

ଆମାଣ୍ଟାଡାଇନ
Clinical data
Trade namesGocovri, Symadine, Symmetrel, others
Synonyms1-Adamantylamine
AHFS/Drugs.commonograph
MedlinePlusa682064
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
Bioavailability86–90%[୧]
Protein binding67%[୧]
MetabolismMinimal (mostly to acetyl metabolites)[୧]
Elimination half-life10–31 hours[୧]
ExcretionUrine[୧]
Identifiers
  • Adamantan-1-amine
ECHA InfoCard100.011.092 Edit this at Wikidata
Chemical and physical data
FormulaC10H17N
Molar mass୧୫୧.୨୫ g·mol−1
3D model (JSmol)
  • C1C2CC3CC1CC(C2)(C3)N
  • InChI=1S/C10H17N/c11-10-4-7-1-8(5-10)3-9(2-7)6-10/h7-9H,1-6,11H2 checkY
  • Key:DKNWSYNQZKUICI-UHFFFAOYSA-N checkY
  (verify)

ଆମାଣ୍ଟାଡାଇନ୍ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ | [୫] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ହାଲୁକା ଲାଗିବା ଏବଂ ଶୋଇବାରେ ଅସୁବିଧା ହୋଇପାରେ | [୪] ଅନ୍ୟ ପାଶ୍ୱ ପ୍ରତିକ୍ରିୟାରେ ଗୋଡ଼ ଫୁଲା, ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଆତ୍ମହତ୍ୟା ବିଚାର, ଏବଂ ଦୃଷ୍ଟଭ୍ରମ (hallucinations) ହୋଇପାରେ । [୬] ବୃକ୍‌କ ସମସ୍ୟା ଥିଲେ ଛୋଟ ଡୋଜ ଆବଶ୍ୟକ ହୁଏ । [୪] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ। [୭] ଏହା କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ, କିନ୍ତୁ ଡୋପାମାଇନ୍ ପ୍ରଭାବ ବୃଦ୍ଧି ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ | [୪]

୧୯୬୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଆମାଣ୍ଟାଡାଇନ୍ ଅନୁମୋଦିତ ହୋଇଥିଲା। [୪] ଏହା ଏକ ସାଧାରନ ଔଷଧ ଭାବରେ ଉପଲବ୍ଧ । [୭] ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୫୬ଟି ଟାବଲେଟ୍ ନିମନ୍ତେ ଏନ୍ଏଚ୍‌ଏସ ମୂଲ୍ୟ ୨୦୨୦ ମସିହାରେ ପ୍ରାୟ ୩୬ ପାଉଣ୍ଡ ଥିଲା। [୭] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୨୩ ଡଲାର ଅଟେ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Symmetrel (amantadine hydrochloride)" (PDF). TGA eBusiness Services. Novartis Pharmaceuticals Australia Pty Limited. 29 June 2011. Retrieved 24 February 2014.
  2. "Trilasym 50 mg/ 5 ml Oral Solution - Summary of Product Characteristics (SmPC)". (emc). 24 September 2019. Archived from the original on 26 March 2020. Retrieved 26 March 2020.
  3. BNF 79. London: Pharmaceutical Press. March 2020. p. 429. ISBN 978-0857113658.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Amantadine Hydrochloride Monograph for Professionals". Drugs.com (in ଇଂରାଜୀ). Retrieved 21 November 2020.
  5. Chang, C; Ramphul, K (January 2020). "Amantadine". PMID 29763128. {{cite journal}}: Cite journal requires |journal= (help)
  6. Chang, C; Ramphul, K (January 2020). "Amantadine". PMID 29763128. {{cite journal}}: Cite journal requires |journal= (help)
  7. ୭.୦ ୭.୧ ୭.୨ BNF 79. London: Pharmaceutical Press. March 2020. p. 429. ISBN 978-0857113658.