ଆବଜୁ

ଜଣେ ମେସୋପଟାମିଆର ଭଗବାନ

ଆବଜୁ ବା ଆପସୁ, ଅନ୍ୟ ନାମ ଏଙ୍ଗୁର (Cuneiform:𒇉, LAGAB×HAL; Sumerian: engur; Akkadian: engurru—lit., ab='water' zu='deep', recorded in Greek as Ἀπασών; Apasṓn[୧]), ନାମ ଭୂଗର୍ଭରୁ ଜାତ ସଜ ପାଣିକୁ ବୁଝାଏ ଯାହାର ଉର୍ବରକ ଗୁଣ ଥାଏ; ଏହି ନାମ ସୁମେରିଆନ ଧର୍ମର ଆକ୍କାଡିଆନ ପୁରାଣରୁ ଅଣାଯାଇଛି ଓ ହ୍ରଦ, ଝରଣା, ନ‌ଦୀ, କୁଅ ଓ ସଜ ଜଳର ଅନ୍ୟାନ୍ୟ ଉତ୍ସ ଆବଜୁରୁ ଆସିଥିବା କୁହାଯାଏ । ସୁମେରିଆନ ଓ ଆକ୍କାଡିଆନ ପୁରାଣରେ ଏହାକୁ ଆଦିମ ସମୁଦ୍ର ନାମ ଦିଆଯାଇଛି ଯାହା ପୃଥିବୀ ତଳେ ଥିବା ଶୂନ୍ୟ ସ୍ଥାନ (କୁର) ଓ ପୃଥିବୀ (ମା) ମଧ୍ୟରେ ଅଛି । ଏକ ସମ୍ପୂର୍ଣ୍ଣ ମାପକରା କପ ଏହାର ଚିତ୍ରଲେଖ ଅଛି ଯାହା ଜ୍ଞାନ, ବୁଦ୍ଧି, ଶିଷ୍ୟ ଇତ୍ୟାଦିକୁ ବୁଝାଏ । ଆବ ଚିତ୍ରଲେଖରେ ଗୋଟିଏ ଘର, ନଡ଼ା ଛପର ଥିବା କୁଡ଼ିଆ, ପିତାକୁ ବୁଝାଏ । ତେଣୁ ଆବଜୁ କ‌ହିଲେ ପୂର୍ଣ୍ଣ ଜ୍ଞାନପ୍ରାପ୍ତ ପିତାଙ୍କୁ ବୁଝାଏ ଓ ଏହା ମଧ୍ୟ ଏଙ୍ଗୁରର ଚିତ୍ରଲେଖ ଯେଉଁଥିରେ ଏକ ଚାରିକୋଣିଆ ବେସିନ ମଧ୍ୟ ଭାଗରେ ଗୋଟିଏ ତାରା ଥାଏ ଯାହା ଭଗବାନ‌କୁ ବୁଝାଏ ।

ଆବଜୁ
ସ୍ୱାମୀ/ସ୍ତ୍ରୀTiamat
ସନ୍ତାନଗଣKingu (Babylonian religion), Lahamu, Lahmu, Anu (Sumerian religion)

ସୁମେରୁ ସଂସ୍କୃତି ସମ୍ପାଦନା

ଏରିଡୁ ସ‌ହରରେ ଏଙ୍କି ମନ୍ଦିର ଇ୨ ଆବଜୁ ନାମରେ ଜଣାଶୁଣା ଥିଲା (E2-abzu) (ଗଭୀର ଜଳାଶୟର ଗୃହ) ଯାହା ଏକ ପଙ୍କପୂର୍ଣ୍ଣ ସ୍ଥାନ ଧାରରେ ଥିଲା ଯାହାକୁ ଆବଜୁ କୁହାଯାଏ ।[୨] ବେବିଲୋନ ଓ ଆସିରିଆ ମନ୍ଦିରମାନଙ୍କର ହତା ମଧ୍ୟରେ ପବିତ୍ର ଜଳ (holy water) ଥିବା ଟାଙ୍କି ଥାଏ ଯାହାକୁ ଆବଜୁ ବା ଆପସୁ କୁହାଯାଏ । [୩] ଏହିଭଳି ଧାର୍ମିକ ଜଳାଥିବା ଟାଙ୍କିମାନ ଅନେକ ଧାର୍ମିକ ସ୍ଥାନମାନଙ୍କରେ ଦେଖାଯାଏ ଯେପରିକି ଜୁଦାଇନମର ମିକଭଟ (mikvot), ଇସଲାମ ମସଜିଦ ପାଖ ଘୁସଲ (the washing pools) ବା ଖ୍ରୀଷ୍ଟଧର୍ମର ଚର୍ଚ୍ଚରେ ବାପଟିଜ୍ମ (baptismal font) ନିମନ୍ତେ ଟାଙ୍କି ଥିବା ଦେଖାଯାଏ ।

ସୁମେରୁ ଖଗୋଳ ବିଜ୍ଞାନରେ ସମ୍ପାଦନା

ମାନବ ପ୍ରାଣୀ ସୃଷ୍ଟିର ବ‌ହୁତ ପୂର୍ବରୁ ସୁମେରୁ ଭଗବାନ 'ଏଙ୍କି' (Enki) ରହିଥିବା ବିଶ୍ୱାସ କରାଯାଏ । ଏଙ୍କିଙ୍କର ପତ୍ନୀ ଦମଗାଲନୁନା (Damgalnuna), ତାଙ୍କ ମାତା ନମ୍ମୁ (Nammu), ତାଙ୍କ ଦ୍ୱାରପାଳ ଭଳି ଅନେକ ସେବାକାରୀମାନେ ତାଙ୍କ ସ‌ହିତ ଆବଜୁରେ ବାସ କରୁଥିଲେ ।[୪][୫][୬][୭][୮]

ଭଗବାନ ଭାବରେ ସମ୍ପାଦନା

ଆବଜୁଙ୍କୁ ଭଗବାନ ଭାବରେ ବର୍ଣ୍ଣନା କରାଯାଇଥିଲା[୯] କେବଳ ବେବିଲୋନରେ ଥିବା ଆସ୍ସୁର୍ବାନିପାଲ ଲାଇବ୍ରେରୀରେ ଗଚ୍ଛିତ ଥିବା ସୃଷ୍ଟିର ମହାକାବ୍ୟ 'ଏନୂମା ଏଲିଶ' (ଖ୍ରୀପୂ ୬୩୦) (Enûma Elish) ପୁସ୍ତକରେ କିନ୍ତୁ ତାହା ୫୦୦ ଶହ ବର୍ଷର ପୁରାତନ ଅଟେ । ଏହି କାହାଣୀରେ ସେ ସଜ ଜଳରୁ ମୌଳିକ ଭାବରେ ସୃଷ୍ଟି ହୋଇଥିଲେ ଓ ସେ ଆଉ ଜଣେ ମୌଳିକ ଭଗବାନ 'ତିଆମତ'ଙ୍କର (Tiamat) ପ୍ରେମିକ ଥିଲେ ଯିଏ ଲୁଣି ଜଳରୁ ସୃଷ୍ଟି ହୋଇଥିଲେ । ଏନୂମା ଏଲିଶ ମହାକାବ୍ୟର ଆରମ୍ଭ: ଯେତେବେଳେ ସ୍ୱର୍ଗ ବା ଏ-ନୁ-ମା ଏ-ଲିସର ଅସ୍ତିତ୍ୱ ନଥିଲା ବା ତଳେ ପୃଥିବୀ ନଥିଲା ସେତେବେଳେ ସଜପାଣିର ସମୁଦ୍ର "ଆପସୁ" ବିଦ୍ୟମାନ ଥିଲା ଯେଉଁଥିରୁ ଲୁଣି ସମୁଦ୍ର ତିଆମତ ସୃଷ୍ଟି ହେଲା। ତାଙ୍କର ଜଳ ସେ ପର୍ଯ୍ୟନ୍ତ ଆବଶ୍ୟକ ସ୍ଥଳେ ମିଶ୍ରିତ ହେଉଥିଲା; କୌଶସି ଗୋଚର ଭୂମି ନଥିଲା ଏପରିକି ଗୋଟିଏ ବୁଦା ମଧ୍ୟ ନଥିଲା । ଏହା ଫଳରେ ଯୁବା ଭଗବାନ ସୃଷ୍ଟି ହେଲେ ଯିଏ ଆପସୁଙ୍କୁ ହତ୍ୟା କରି ବ୍ରହ୍ମାଣ୍ଡର ରାଜା ହେଲେ । କ୍ରୋଧାନ୍ୱିତ ତିଆମତ ପ୍ରଥମ ଡ୍ରାଗନ ଜନ୍ମ ଦେଲେ, ତାଙ୍କ ଦେହରେ ରକ୍ତ ବଦଳରେ ବିଷ ଭରିଥିଲେ ଓ ବିଶ୍ୱାସଘାତକ ସନ୍ତାନମାନଙ୍କ ମଧ୍ୟର ଯୁଦ୍ଧ କରେଇଦେଲେ ଓ ଝଡ଼ର ଦେବତା ମରଦୁକ (Marduk) ତାଙ୍କୁ ହତ୍ୟା କ୍କରି ତାଙ୍କର ମୃତ ଶରୀରରୁ ସ୍ୱର୍ଗ ଓ ପୃଥିବୀ ତିଆରି କଲେ ।

ଆଧାର ସମ୍ପାଦନା

  1. "Brill - Apsȗ" (in ଫରାସୀ). October 2006. doi:10.1163/1574-9347_bnp_e129820. {{cite journal}}: Cite journal requires |journal= (help)
  2. Green, Margaret Whitney (1975). Eridu in Sumerian Literature. University of Chicago: Ph.D. dissertation. pp. 180–182.
  3. Jeremy Black and Anthony Green, 1992. Gods, Demons, and Symbols of Ancient Mesopotamia: an illustrated dictionary, s.v. "abzu, apsû". ISBN 0-292-70794-0.
  4. Orlin, Eric (2015-11-19). Routledge Encyclopedia of Ancient Mediterranean Religions. Routledge. p. 8. ISBN 978-1134625529.
  5. Horowitz, Wayne (1998). Mesopotamian Cosmic Geography. Eisenbrauns. p. 308. ISBN 0931464994.
  6. Putthoff, Tyson (2020). Gods and Humans in the Ancient Near East. Cambridge University Press. p. 71. ISBN 978-1108490542.
  7. Eppihimer, Melissa (2019). Exemplars of Kingship: Art, Tradition, and the Legacy of the Akkadians. Oxford University Press. p. 188. ISBN 978-0190903015.
  8. N. Pope, Charles (2016). Living in Truth: Archaeology and the Patriarchs (Part I): Early Pharaohs. DomainOfMan.com. p. 17.
  9. Jordan, Michael (1993). Encyclopedia of gods: over 2,500 deities of the world. New York: Facts on File. p. 2. ISBN 9780816029099 – via Internet Archive.