ଆପୋଲୋ ୧୧
ଆପୋଲୋ ୧୧ (ଇଂରାଜୀ ଭାଷାରେ Apollo 11) ଏକ ମାନବ ଅନ୍ତରୀକ୍ଷ ଯାନ (spaceflight) ଯାହା ମାନବ ସହିତ ଚନ୍ଦ୍ର (Moon) ଉପରେ ପ୍ରଥମ ଥର ନିମନ୍ତେ ଓହ୍ଲେଇ ଥିଲା । କମାଣ୍ଡର ନିଲ ଆର୍ମସ୍ଟ୍ରଙ୍ଗ (Neil Armstrong), ଲୁନାର ମୋଡ୍ୟୁଲ ପାଇଲଟ ବୁଜ ଆଲଡ୍ରିନ (Buzz Aldrin) ଆମେରିକୀୟ ଦ୍ୱୟ ଆପଲୋ ଲୁନାର ମୋଡ୍ୟୁଲ ଇଗଲ ସାଥିରେ ଜୁଲାଇ ୨୦, ୧୯୬୯ରେ (୨୦:୧୭ ୟୁଟିସି) (UTC) ଦିନ ଓହ୍ଲେଇଥିଲେ । ପ୍ରାୟ ୬ ଘଣ୍ଟା ୩୯ ମିନିଟର ଯାତ୍ରା ପରେ ଜୁଲାଇ ୨୧, ୦୨:୫୬ ୟୁଟିସି ତାରିଖ ଦିନ ପ୍ରଥମେ ଆର୍ମସ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲେ ଓ ୧୯ ମିନିଟ ପରେ ତାଙ୍କ ସାଥିରେ ଆଲଡ୍ରିନ ଯୋଗଦେଇଥିଲେ । ଚନ୍ଦ୍ରଯାନ ବାହାରେ ୨ ଘଣ୍ଟା ୧୫ ମିନିଟ ରହି ପ୍ରାୟ ୪୭୫ ପାଉଣ୍ଡ/ ୨୧.୫ କେଜି ଚନ୍ଦ୍ର ପଦାର୍ଥ ସଂଗ୍ରହ କରି ପୃଥିବୀକୁ ଫେରି ଆସିଥିଲେ । ସେମାନେ ଚନ୍ଦ୍ର ପୃଷ୍ଠରେ ବିଚରଣ କରୁଥିବା ବେଳେ କମାଣ୍ଡ ମୋଡ୍ୟୁଲ ପାଇଲଟ ମାଇକେଲ କଲିନସ ଏକାକୀ ଯାନ ଭିତରେ ରହିଥିଲେ । ଆର୍ମସ୍ଟ୍ରଙ୍ଗ ଓ ଆଲଡ୍ରିନ ୨୧ ଘଣ୍ଟା ୩୬ ମିନିଟ ଚନ୍ଦ୍ର ପୃଷ୍ଠରେ ଥିବା ସ୍ଥାନକୁ ଟ୍ରାଙ୍କୁଇଲିଟି ବେସ ନାମକରଣ କରିବା ପରେ ଚନ୍ଦ୍ର କକ୍ଷରେ ଥିବା କଲମ୍ବିଆ ଯାନକୁ ଫେରି ଆସିଥିଲେ ।
ମିସନ ପ୍ରକାର | Crewed lunar landing (G) | ||||
---|---|---|---|---|---|
ପରିଚାଳକ | NASA | ||||
COSPAR ID |
| ||||
SATCAT № | |||||
ମିସନ ଅବଧି | 8 days, 3 hours, 18 minutes, 35 seconds | ||||
ମହାକାଶ ଯାନର ବିଶେଷତ୍ୱ | |||||
ମହାକାଶ ଯାନ |
| ||||
ଉତ୍ପାଦକ |
| ||||
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ | 100,756 pounds (45,702 kg) | ||||
ଅବତରଣ ବସ୍ତୁତ୍ୱ | 10,873 pounds (4,932 kg) | ||||
Crew | |||||
ଦଳ ସଂଖ୍ୟା | 3 | ||||
ସଦସ୍ୟଗଣ | |||||
Callsign |
| ||||
ମିସନ ପ୍ରାରମ୍ଭ | |||||
ଉତକ୍ଷେପଣ ତାରିଖ | Did not recognize date. Try slightly modifying the date in the first parameter. UTC[୩] | ||||
ରକେଟ୍ | Saturn V SA-506 | ||||
ଉତକ୍ଷେପଣ ସ୍ଥଳ | Kennedy Space Center LC-39A | ||||
ମିସନ ସମାପ୍ତି | |||||
Recovered by | USS Hornet | ||||
Landing date | Did not recognize date. Try slightly modifying the date in the first parameter. UTC | ||||
Landing site |
| ||||
କକ୍ଷପଥ ମାପଦଣ୍ଡ | |||||
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ | Selenocentric | ||||
Pericynthion | 100.9 kilometers (54.5 nmi)[୪] | ||||
Apocynthion | 122.4 kilometers (66.1 nmi)[୪] | ||||
Inclination | 1.25 degrees[୪] | ||||
କକ୍ଷୀୟ ଅବଧି | 2 hours[୪] | ||||
Epoch | July 19, 1969, 21:44 UTC[୪] | ||||
Lunar orbiter | |||||
Spacecraft component | Command and service module | ||||
Orbital insertion | July 19, 1969, 17:21:50 UTC[୫] | ||||
Departed orbit | July 22, 1969, 04:55:42 UTC[୬] | ||||
Orbits | 30 | ||||
Lunar lander | |||||
Spacecraft component | Apollo Lunar Module | ||||
Landing date | July 20, 1969, 20:17:40 UTC | ||||
Return launch | July 21, 1969, 17:54:00 UTC[୭] | ||||
Landing site | |||||
Sample mass | 21.55 kilograms (47.51 lb) | ||||
Surface EVAs | 1 | ||||
EVA duration | 2 hours, 31 minutes, 40 seconds | ||||
ଛାଞ୍ଚ:Infobox spaceflight/Dock ଛାଞ୍ଚ:Infobox spaceflight/Dock | |||||
|
ଫ୍ଲୋରିଡାର ମେରିଟ ଦ୍ୱୀପରେ ଥିବା କେନେଡ଼ି ସ୍ପେସ ସେଣ୍ଟରରୁ ସଟର୍ଣ୍ଣ ୫ ରକେଟ ସାହାଯ୍ୟରେ ଜୁଲାଇ ୧୬, ୧୯୬୯: ୧୩:୩୨ରେ ଆପଲୋ ୧୧ ଯାନ ଉତ୍କ୍ଷେପଣ କରାଯାଇଥିଲା ; ନାସାର ଆପୋଲୋ ପ୍ରୋଗ୍ରାମରେ (Apollo program) ଏହା ପଞ୍ଚମ ଦଳଗତ ପ୍ରଚେଷ୍ଟା ଥିଲା । ଆପୋଲୋ ଯାନର (spacecraft) ତିନୋଟି ଅଂଶ ଥିଲା: ଆପୋଲୋ କମାଣ୍ଡ ଆଣ୍ଡ ସର୍ଭିସ ମୋଡ୍ୟୁଲ (command module (CM)) ଯେଉଁଥିରେ ତିନି ମହାକାଶଚାରୀଙ୍କ ନିମନ୍ତେ ଗୋଟିଏ କ୍ୟାବିନ ଥିଲା ଯାହା ଏକମାତ୍ର ଅଂଶ ଭାବରେ ପୃଥିବୀକୁ ଫେରି ଆସିଥିଲା; ଆପୋଲୋ ସର୍ଭିସ ମୋଡ୍ୟୁଲ ଯାହା କମାଣ୍ଡ ମୋଡ୍ୟୁଲକୁ ଭାରା ଦେଇ ଉତ୍କ୍ଷେପଣ କରେ, ବୈଦ୍ୱିତିକ ଶକ୍ତି, ଜଳ ଓ ଅମ୍ଳଜାନ ଯୋଗାଏ; ଆପୋଲୋ ଲୁନାର ମୋଡ୍ୟୁଲ ଯାହାର ଦୁଇଟି ସୋପାନ ଥାଏ - ଚନ୍ଦ୍ରରେ ଓହ୍ଲେଇବା ଓ ଚଢ଼ିସାରି ଲୁନାର ଅରବିଟକୁ ଆସିବା ।
ସଟର୍ଣ୍ଣ ୫ର ତୃତୀୟ ସୋପାନରେ ଉତ୍କ୍ଷେପଣ ପରେ ମହାକାଶଚାରୀମାନେ ଏହାଠାରୁ ସ୍ପେସକ୍ରାଫ୍ଟକୁ ବିଚ୍ଛିନ୍ନ କରିଦେଲେ ଓ ତିନି ଦିନ ପର୍ଯ୍ୟନ୍ତ ଯାନ ଲୁନାର ଅରବିଟରେ ପହଞ୍ଚିବା ପର୍ଯ୍ୟନ୍ତ ରହିଲେ । ଆର୍ମସ୍ଟ୍ରଙ୍ଗ ଓ ଆଲଡ୍ରିନ ଇଗଲ ମଧକୁ ଯାଇ ସି ଅଫ ଟ୍ରାଙ୍କ୍ୱିଲିଟିରେ (Sea of Tranquility) ଓହ୍ଲେଇଲେ । ଇଗଲର ଆସେଣ୍ଟ ସ୍ଟେଜ ବ୍ୟବହାର କରି ପ୍ରତ୍ୟାବର୍ତ୍ତନ କଲେ ଓ କମାଣ୍ଡ ମୋଡ୍ୟୁଲରେ ଥିବା କଲିନସ ସାଥିରେ ମିଶିଲେ । ପୃଥିବୀକୁ ଫେରିବା ନିମନ୍ତେ କଲମ୍ବିଆର ୩୦ଅରବିଟର ଶେଷ ଅରବିଟରେ ସେମାନେ କଲମ୍ବିଆକୁ ପ୍ରୋପେଲ କରିବା ପୂର୍ବରୁ ଇଗଲକୁ ଫିଙ୍ଗିଦେଲେ । [୬] ଅବଶେଷରେ ସେମାନେ ଜୁଲାଇ ୨୪ ତାରିଖ ଦିନ ପ୍ରଶାନ୍ତ ମହାସାଗର ଗର୍ଭରେ ଓହ୍ଲେଇଲେ
ଚନ୍ଦ୍ର ପୃଷ୍ଠରେ ଆର୍ମସ୍ଟ୍ରଙ୍ଗଙ୍କର ପ୍ରଥମ ପଦକ୍ଷେପର ଦୃଶ୍ୟ ଟିଭିରେ ଟେଲିକାଷ୍ଟ ହେବାରୁ ସାରା ପୃଥିବୀର ଦର୍ଶକମାନେ ଦେଖୁଥିଲେ । ଏହି ଘଟଣାକୁ ସେ "ଜଣେ ମଣିଷର ଏକ ଛୋଟ ପଦକ୍ଷେପ, ସାରା ମାନବ ଜାତିର ଏକ ବିରାଟ ଲମ୍ଫ" ଭାବରେ ବର୍ଣ୍ଣନା କରିଥିଲେ । ଆପୋଲୋ ସରଫେସ ଜର୍ନାଲରେ ଏରିକ ଜୋନସ ବ୍ୟାଖ୍ୟା କରି କହିଥିଲେ ଜଣେ ମଣିଷ ଓ ମାନବ ଜାତି ଭିତର ବୈଷମ୍ୟ ଉପରେ ଆଲୋକପାତ କରିଥିଲେ । [୯]
ଆଧାର
ସମ୍ପାଦନା- ↑ "Apollo 11 Command and Service Module (CSM)". NASA Space Science Data Coordinated Archive. Retrieved November 20, 2019.
- ↑ "Apollo 11 Lunar Module / EASEP". NASA Space Science Data Coordinated Archive. Retrieved November 20, 2019.
- ↑ Loff, Sarah (April 17, 2015). "Apollo 11 Mission Overview". NASA. Retrieved September 22, 2018.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Apollo 11 Mission Summary". Smithsonian Air and Space Museum.
- ↑ Orloff 2000, p. 106.
- ↑ ୬.୦ ୬.୧ Orloff 2000, p. 109.
- ↑ Orloff 2000, p. 97.
- ↑ Williams, David R. (December 11, 2003). "Apollo Landing Site Coordinates". NASA Space Science Data Coordinated Archive. NASA. Retrieved September 7, 2013.
- ↑ Jones, Eric (April 8, 2018). "One Small Step". Apollo 11 Lunar Surface Journal. Retrieved September 6, 2019.