ମୁଖ୍ୟ ସୂଚୀ ଦେଖିବେ

ଆପୋଲୋ-୪(ଚନ୍ଦ୍ର ଅଭିଯାନ) (AS-501 ଭାବେ ମଧ୍ୟ ନାମିତ) ସଟର୍ନ-୫ ଲଞ୍ଚ ମହାକାଶଯାନର ପ୍ରଥମ ମାନବ ରହିତ ପରୀକ୍ଷଣ ଅଭିଯାନ । ଏହା ଆମେରିକାର ନାସାଦ୍ୱାରା ଚନ୍ଦ୍ରକୁ ମାନବ ପ୍ରେରଣ ନିମିତ୍ତ ଆପୋଲୋ ଚନ୍ଦ୍ର ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ । ପ୍ରଥମ ଥର ପାଇଁ ଫ୍ଲୋରିଡା ସ୍ଥିତ ଜନ୍ ଏଫ୍ କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ୍-୩୯ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା ।

ଆପୋଲୋ-୧ ଦୁର୍ଘଟଣା ପରେ ଆପୋଲୋ ଅଭିଯାନର ନାମକରଣ ପ୍ରକ୍ରିୟାକୁ ବଦଳାଇଦିଆଗଲା । ତେବେ ମାନବ ବାହିତ ପ୍ରଥମ ଆପୋଲୋ ଅଭିଯାନରେ ଦୁର୍ଘଟଣାଗ୍ରସ୍ତ ତିନି ମହାକାଶଚାରୀଙ୍କ ସମ୍ମାନାର୍ଥେ ତଥା ଉକ୍ତ ଅଭିଯାନ ପ୍ରଥମ ମାନବ ବାହିତ ଅଭିଯାନ ହୋଇଥିବା ଯୋଗୁଁ ଉକ୍ତ ଅଭିଯାନର ନାମ ଆପୋଲୋ-୧ ରଖାଗଲା । ତେବେ ଏହାପରେ ନାସାର ସୁପାରିଶ କ୍ରମେ ମାନବ ରହିତ ସାଟର୍ଣ୍ଣ-ଆଇଭି ମିଶନର ଅନ୍ୟ ତିନୋଟି ଅଭିଯାନର ଆପୋଲୋ -୨ କିମ୍ବା ଆପୋଲୋ-୩ ଭାବେ ପୁନଃ ନାମକରଣ ନ କରାଯାଇ , ପରବର୍ତ୍ତୀ ଅଭିଯାନ ଆପୋଲୋ-୪ ଅଭିଯାନ ଭାବେ ନାମିତ ହେଲା ।[୧]

ଆପୋଲୋ-୪ ଏକ "all-up" ପରୀକ୍ଷଣ ଥିଲା ଯାହାର ଅର୍ଥ ହେଉଛି, ପ୍ରାରମ୍ଭିକ ଉଡାଣ ବେଳେ ହିଁ ଅନ୍ତରୀକ୍ଷ ଯାନ ତଥା ରକେଟ ଏକାବେଳକେ କାର୍ଯ୍ୟ଼କ୍ଷମ କରାଯାଇଥିଲା । ନାସା ପକ୍ଷରେ ଏଭଳି ପରୀକ୍ଷଣ ଉଡାଣ ପ୍ରଥମ ଥିଲା । ଏହି ଅନ୍ତରୀକ୍ଷ ଯାନରେ ଏକ ପ୍ରମୁଖ କମାଣ୍ଡ ଓ ସର୍ୱିସ ମଡ୍ୟୁଲର ବ୍ୟବହାର କରାଯାଇଥିଲା ଯାହା କି ଆପୋଲୋ ଅନ୍ତରୀକ୍ଷ ଯାନ ଡିଜାଇନର ଅନେକ ସଂଶୋଧନର ପରୀକ୍ଷଣ କରିବା ସହ କାଳ୍ପନିକ ଚନ୍ଦ୍ର ଫେରନ୍ତା ଯାତ୍ରା ସମୟରେ ଯାନର ବେଗ ଏବଂ ତଦ୍‌ଜନିତ ତାପ ନିୟଂତ୍ରଣ କରିବାରେ ତାପନିରୋଧୀ ପ୍ରଲେପର କାର୍ଯ୍ୟକାରିତାର ପରୀକ୍ଷଣ ମଧ୍ୟ ସାମିଲ ଥିଲା ।

ଅଭିଯାନ ସଂପର୍କରେସମ୍ପାଦନ କରନ୍ତୁ

ମୂଳତଃ ୧୯୬୬ ମସିହାର ଶେଷ ଭାଗରେ ଏହି ଅଭିଯାନ କାର୍ଯ୍ୟକାରିତା କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ ବିଭିନ୍ନ କାରଣରୁ ଏହା ବିଳମ୍ବିତ ହୋଇ ୧୯୬୭ ନଭେମ୍ବର ୬ ଯାଏଁ ଘୁଞ୍ଚାଇଦିଆଯାଇଥିଲା । ଲଞ୍ଚ ପ୍ୟାଡ ନିର୍ମାଣରେ ବିଳମ୍ବ ତଥା ଉତ୍ତର ଆମେରିକି ସଂସ୍ଥାଦ୍ୱାରା ନିର୍ମିତ ମହାକାଶ ଯାନରେ ରହିଥିବା ଅନେକ ତାରରେ ନାସାଦ୍ୱାରା ତ୍ରୁଟି ପରିଲକ୍ଷିତ ହେବା କାରଣରୁ ଏଭଳି ବିଳମ୍ବ ଘଟିଥିଲା ।

ତେବେ ଅଭିଯାନଟି ପ୍ରାୟ ନ ଘଣ୍ଟା ଧରି ଉଡାଣ ଭରିଥିଲା । ଉଡାଣ ଶେଷରେ ଯାନଟି ପ୍ରଶାନ୍ତ ମହାସାଗର ମଧ୍ୟରେ ଅବତରଣ କରି ନଷ୍ଟ ହୋଇଗଲେ ହେଁ ଅଭିଯାନରେ ନିର୍ଦ୍ଦିଷ୍ତ କରାଯାଇଥିବା ସମସ୍ତ ଲକ୍ଷ ହାସଲ ହୋଇଥିଲା । ନାସା ମତରେ ଏହା ଏକ ସଫଳ ପରୀକ୍ଷଣ ଥିଲା କାରଣ ଏକଥା ସିଦ୍ଧ ହୋଇଗଲା ଯେ ସଟର୍ନ-୫ ଯାନ ଏହି ଅଭିଯାନରେ ସଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରିବ । ଏସବୁ ଦୃଷ୍ଟିରୁ ପରବର୍ତ୍ତି ସମସ୍ତ ଆପୋଲୋ ଅଭିଯାନ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ।[୨]

ଆଧାରସମ୍ପାଦନ କରନ୍ତୁ

  1. "chapter 4". history.nasa.gov. Retrieved 15 June 2019.
  2. "NASA - NSSDCA - Spacecraft - Details". nssdc.gsfc.nasa.gov. Retrieved 14 June 2019.