ଆନ୍ତର୍ଜାତୀୟ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ

ଆନ୍ତର୍ଜାତୀୟ କ୍ରୀତଦାସପ୍ରଥା ଉଚ୍ଛେଦ ଦିବସ ପ୍ରତିବର୍ଷ ଡିସେମ୍ବର ୨ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘର ସାଧାରଣ ପରିଷଦଦ୍ୱାରା ମାନ୍ୟତା ପ୍ରାପ୍ତ ଏହା ଏକ ଆନ୍ତର୍ଜାତୀୟ ଦିବସ ।[୧] ୧୯୮୬ ମସିହାରୁ ଏହି ଦିବସ ପାଳିତ ହୋଇଆସୁଅଛି ।

ମାନବ ଚାଲାଣ ତଥା ବେଶ୍ୟାବୃତ୍ତିଦ୍ୱାରା ଶୋଷଣର ସମାପନ ନିମିତ୍ତ ସମ୍ମେଳନରେ ପାରିତ ଏହି ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ପରିଷଦଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ପରେ ଡିସେମ୍ବର ୨ ତାରିଖକୁ ଆନ୍ତର୍ଜାତୀୟ କ୍ରୀତଦାସପ୍ରଥା ଉଚ୍ଛେଦ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଅଛି ।[୨] [୩]। ଏହା ବାଦ, ମିଳିତ ଜାତିସଂଘର ସାଧାରଣ ପରିଷଦରେ ୧୮ ଡିସେମ୍ବର ୨୦୦୨ରେ ପାରିତ ପ୍ରସ୍ତାବ ସଂଖ୍ୟା ୫୭/୧୯୫ ଅନୁସାରେ ୨୦୦୪ ମସିହାକୁ ଦାସତ୍ୱ ପ୍ରଥାର ଉନ୍ମୂଳନ ନିମିତ୍ତ ସଂଘର୍ଷକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବର୍ଷ ଭାବେ ପାଳନ କରାଯାଇଥିଲା ।

ବାହାର ତଥ୍ୟ ସମ୍ପାଦନା

ଆଧାର ସମ୍ପାଦନା

  1. "International Day for the Abolition of Slavery". www.timeanddate.com.
  2. Refugees, United Nations High Commissioner for. "Refworld - Convention for the Suppression of the Traffic in Persons and of the Exploitation of the Prostitution of Others".
  3. "General Assembly of the United Nations". www.un.org.