ଆନିମୋମିଟର

ପବନ ବେଗମାପକ ଯନ୍ତ୍ର

ପୃଥିବୀର ସବୁ ସ୍ଥାନରେ ସବୁ ସମୟରେ ବାୟୁଚାପ ସମାନ ନଥାଏ । କେତେକ ସ୍ଥାନରେ ବାୟୁଚାପ ଅଧିକ ହୋଇଥାଏ ତ ଆଉ କେତେକ ସ୍ଥାନରେ ବାୟୁଚାପ କମ୍ ଥାଏ । ଦୁଇଗୋଟି ପାଖାପାଖି ରହିଥିବା ସ୍ଥାନରେ ବାୟୁଚାପ ଅଲଗା ହୋଇଥିଲେ ବାୟୁ ବହିବା ଆରମ୍ଭ ହୁଏ । ବାୟୁ ସବୁବେଳେ ଅଧିକ ଚାପ ଅଳରୁ କମ୍ ଚାପ ଅଳକୁ ବହେ । ବାୟୁ ବହିବା ଆରମ୍ଭ ହେଲେ ତାହାକୁ ବାୟୁ ପ୍ରବାହ ବା ପବନ କୁହାଯାଏ । ଦୁଇଗୋଟି ସ୍ଥାନ ମଧ୍ୟରେ ବାୟୁ ଚାପର ତଫାତ୍ ଅଧିକ ହୋଇଥିଲେ ଜୋର୍‌ରେ ପବନ ବହେ । ତେଣୁ ପାଣିପାଗ କେନ୍ଦ୍ରଗୁଡ଼ିକରେ ପବନର ବେଗ ମାପ କରି ଜଣାଇବା ପାଇଁ ଏକ ପ୍ରକାର ଯନ୍ତ୍ର ବ୍ୟବହାର କରାଯାଏ । ଏହାକୁ ପବନ ବେଗମାପକ ଯନ୍ତ୍ର ବା ଆନିମୋମିଟର କୁହାଯାଏ । ପ୍ରତି ଘଣ୍ଟାରେ ବା ମିନିଟ୍‌ରେ ପବନ କେତେ କିଲୋମିଟର ବେଗରେ ବହୁଥାଏ ତାହା ଏହି ଯନ୍ତ୍ର ଜଣାଇଥାଏ ।

A hemispherical cup anemometer of the type invented in 1846 by John Thomas Romney Robinson

ଆନିମୋମିଟର ଶବ୍ଦଟି ଗ୍ରୀକ୍ ଶବ୍ଦ "ଆନିମୋସ୍ "ରୁ ଆସିଛି । ଏହାର ଅର୍ଥ ହେଉଛି ପବନ ।

ଇତିହାସ

ସମ୍ପାଦନା

୧୫ଶ ଶତାବ୍ଦୀରେ ଏହାର ଉଦ୍ଭାବନ ପରଠାରୁ ଆନିମୋମିଟରରେ ମୂଳ ସଂରଚନାରେ ବହୁତ କମ ପରିବର୍ତ୍ତନ ହୋଇଛି । ୧୪୫୦ ଲିଓନ୍ ବାଟିଷ୍ଟା ଆଲ୍‌ବର୍ଟି (Leon Battista Alberti) ବାୟୁ ବେଗମାପକ ଯନ୍ତ୍ର ସମ୍ପର୍କରେ ପ୍ରଥମ ଧାରଣା ଦେଇଥିଲେ ।[] ଏହି ଶତାବ୍ଦୀ ଭିତରେ ରୋବର୍ଟ୍ ହୁକ୍ ଓ ମାୟା ସଭ୍ୟତାର ଲୋକେ ଆନିମୋମିଟରର ଅନ୍ୟାନ୍ୟ ସଂସ୍କରଣ ତିଆରି କରିଥିଲେ । ୧୮୪୬ ମସିହାରେ ଜନ୍ ଥୋମାସ୍ ରବିନ୍‌ସନ୍ ଗୋଟିଏ ସରଳ ଆନିମୋମିଟର ତିଆରି କରିଥିଲେ । ଏଥିରେ ଚାରିଗୋଟି ଅର୍ଦ୍ଧଗୋଲକାକୃତି ଧାତବ କପ୍ ଲାଗିଥିଲା । ମାତ୍ର ଏହାପରେ ୧୯୨୬ ମସିହାରେ କାନାଡ଼ାର ଜନ୍ ପାଟରସନ୍ ଆଉ ଗୋଟିଏ ଆନିମୋମିଟର ବାହାର କଲେ । ଏଥିରେ ତିନିଗୋଟି କପ୍ ଲାଗିଥିଲା । ୧୯୯୪ରେ Dr. Andrews Pflitsch ସୋନିକ୍ ଆନିମୋମିଟର୍ ତିଆରି କଲେ ।[] ଏବେ ବିଭିନ୍ନ ପ୍ରକାରର ଆନିମୋମିଟର ବାହାରିଲାଣି । ତେବେ ରବିନ୍ସନ୍ କପ୍ ଜାତୀୟ ଆନିମୋମିଟରର ବ୍ୟବହାର ଅଧିକ ହେଉଛି । ଏଥିରେ ତିନି ବା ଚାରିଗୋଟି ଆଲୁମିନିୟମ୍ କପ୍ ଲାଗିଥାଏ । ଏଗୁଡ଼ିକୁ ଏକ ଲୁହା ବା କାଠ ଦଣ୍ଡ ଉପରେ ପ୍ରତିଷ୍ଠା କରାଯାଇଥାଏ । ଏହି ଲୁହା ଦଣ୍ଡଟିକୁ ଲମ୍ବ ଭାବରେ ଏକ ଆଧାର ଉପରେ ରଖାଯାଇଥାଏ । ପବନ ବହିଲେ ଆନିମୋମିଟର କପ ଗୁଡ଼ିକ ଘୂରିବା ଆରମ୍ଭ କରନ୍ତି ।

ବ୍ୟବହାର

ସମ୍ପାଦନା
 
Cup anemometer animation

ଆନିମୋମିଟରର କପ୍ ଗୁଡ଼ିକ ଘୂରିବା ଆରମ୍ଭ କଲେ ସେଥିରୁ ବିଦ୍ୟୁତ୍ ଶକ୍ତି ସୃଷ୍ଟି ହୁଏ । ଏହାଫଳରେ ସେଥିରେ ଥିବା ମିଟର କଣ୍ଟାଟି ଘୂରି ପବନର ବେଗକୁ ସୂଚାଇଥାଏ । ଏହି ମିଟର ମଧ୍ୟରେ ବି ଗୋଟିଏ ବଲ୍ବ ଜଳିଉଠେ । କେତେକ କ୍ଷେତ୍ର ସେଥିରେ ଘଣ୍ଟିଟି ବାଜିଉଠେ । ମିଟର ଭିତରେ ସଂଖ୍ୟା ଗୁଡ଼ିକ ଏପରି ସଜାଇ ହୋଇ ରହିଥାଏ ଯେ, ଘଣ୍ଟିବାଜିବା ମାତ୍ରେ ସଂଖ୍ୟାଗୁଡ଼ିକ ଆପେ ଆପେ ବଦଳିଯାଆନ୍ତି । ଦିନକୁ ଦୁଇ ଅର୍ଥାତ ସକାଳେ ଓ ସଂନ୍ଧ୍ୟାରେ ଏହି ସଂଖ୍ୟାଗୁଡ଼ିକୁ ପଢ଼ି ତାହାକୁ ଟିପି ରଖାଯାଏ । ଏହି ଦୁଇଟି ସଂଖ୍ୟା ମଧ୍ୟରେ ଅନ୍ତର ବାହାର କରି ତାହାକୁ ସେହି ସମୟ ବ୍ୟବଧାନରେ ଭାଗ କରାଯାଏ । ଏହାଫଳରେ ସେହିଦିନ ପ୍ରତିଘଣ୍ଟା ବା ମିନିଟ୍‌ରେ ପବନର ବେଗ ବାହାର କରାଯାଏ । ତେବେ ଏହିଯନ୍ତ୍ର ସାହାଯ୍ୟରେ ବାୟୁର ଠିକ୍ ବେଗ ଜାଣିବା ସମ୍ଭବ ହୁଏ ନାହିଁ । ପବନ ବହିବା ବନ୍ଦ ହୋଇଗଲେ ବି କେତେ ସମୟ ପର୍ଯ୍ୟନ୍ତ ଏହାର କପ୍ ଗୁଡ଼ିକ ଘୂରୁଥାଏ । ତେଣୁ ଏହି ଯନ୍ତ୍ରରେ ପବନର ପ୍ରକୃତ ବେଗରୁ ଅଧିକ ବେଗ ରେକର୍ଡ ହେଉଥାଏ । ସେଥିପାଇଁ ଆଜିକାଲି ଏଥିପାଇଁ ସ୍ୱୟଂଚାଳିତ ବୈଦୁତିକଯନ୍ତ୍ର ବ୍ୟବହାର କରାଯାଉଛି । ଏଥିରେ ବାୟୁରବେଗ ଏକ ଗ୍ରାଫ୍ କାଗଜରେ ଆଙ୍କି ହୋଇଯାଉଥାଏ ।

ଆହୁରି ଦେଖନ୍ତୁ

ସମ୍ପାଦନା
  1. Invention of the Meteorological Instruments, W.E. Knowles Middleton, Johns Hopkins Press, Baltimore, 1969
  2. "History of the Anemometer". Logic Energy. Archived from the original on 16 June 2013. Retrieved 14 April 2013.

ବାହାର ଲିଙ୍କ

ସମ୍ପାଦନା