ଆଧାରଶିଳା

୧୯୮୨ର ହିନ୍ଦୀ କଥାଚିତ୍ର

ଆଧାରଶିଲା(English: The Foundation Stone) ଏକ 1982ରେ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅଶୋକ ଆହୁଯାଙ୍କଦ୍ୱାରା ଲିଖିତ , ନିର୍ଦ୍ଦେଶିତ ଓ ନିର୍ମିତ ହେଇଥିଲା । ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ  ଓ ଅନିତା କନୱର ଅଭିନୟ କରିଥିଲେ । 

ଆଧାରଶିଲା
ନିର୍ଦ୍ଦେଶକAshok Ahuja
ପ୍ରଯୋଜକAshok Ahuja
ସଂଳାପAshok Ahuja
କଳାକାରNaseeruddin Shah
Anita Kanwar
Devki Nandan Pandey
Neena Gupta
Raja Bundela
K. K. Raina
Anu Kapoor
ସଙ୍ଗୀତUttam Singh
ଚିତ୍ରଗ୍ରହଣSharad Navle
ସମ୍ପାଦକRenu Saluja
ମୁକ୍ତିଲାଭ ତାରିଖ
[[Category:ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । films]]1982 (1982)
କଥାଚିତ୍ରର ସମୟ
154 minutes
ଭାଷାHindi

ଫିଲ୍ମଟି ଫିଲ୍ମଫେୟାରଦ୍ୱାରା ଶ୍ରେଷ୍ଠ ଫିଲ୍ମ ହିସାବରେ ସମାଲୋଚକ ପୁରସ୍କାର ଲାଭ କରିଥିଲା । ଏହା ନିର୍ଦ୍ଦେଶକଙ୍କ ପ୍ରଥମ ଫିଲ୍ମ ହିସାବରେ ଶ୍ରେଷ୍ଠ ଫିଲ୍ମ ପାଇଁ ଥିବା ଇନ୍ଦିରା ଗାନ୍ଧୀ  ପୁରସ୍କାର ମଧ୍ୟ ପ୍ରାପ୍ତ ହେଇଥିଲା ।[୧]


ସାରମର୍ମ  ସମ୍ପାଦନା

ଫିଲ୍ମର ମୁଖ୍ୟ ପାତ୍ର ଅଜୟ ( ନାସିରୁଦ୍ଦିନ ଶାହ ) ଜଣେ ଯୁବ ଫିଲ୍ମ ନିର୍ମାତା । ସେ ତାଙ୍କର ପ୍ରଥମ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ଆଶା ରଖିଥାନ୍ତି । ସେ ବିବାହ ବନ୍ଦନରେ ଅବଦ୍ଧହ ହେଇ ତାଙ୍କ ପତ୍ନୀ ଆଶା ( ଅନିତା କନବର )ଙ୍କ ସହ ତାଙ୍କର ଆଶା ବଣ୍ଟନ କରନ୍ତି । ଆଶା ପରିବାର ପୋଷଣ ପାଇଁ  ସ୍କୁଲ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ।ତେବେ ସର୍ବଦା ଆଶା ରଖିଥାନ୍ତି ଯେ ତାଙ୍କ ସ୍ୱାମୀ ଫିଲ୍ମ ନିର୍ମାଣ କରିପାରିବେ । ସେମାନଙ୍କର ଏହି ଭାବନା ଓ ଅଭିଳାଷକୁ ନେଇ ଅହରହ ସଂଗ୍ରାମକୁ ବିଷୟବସ୍ତୁ କରି ଆଧାରଶିଲା ଫିଲ୍ମ ନିର୍ମିତ । ଫିଲ୍ମ ଶିଲ୍ପାରେ ଅନେକ ଉଚ୍ଛଭିଳାଷୀ ଯୁବକ ଯୁବତୀ , ବିଶେଷ କରି ଯେଉଁମାନେ ଫିଲ୍ମ ପ୍ରତିଷ୍ଠାନରୁ ଉତ୍ତିରଣା ହେଇଥାନ୍ତି , ସେହିପରି ଫିଲ୍ମ ଜଗତରେ ପାଦପତନ ପାଇଁ ଏହିପରି ସଂଗ୍ରାମ କରିଥାନ୍ତି । ଫିଲ୍ମଟି ଅଜୟ ଫିଲ୍ମ ନିର୍ମାଣ କରିବାରେ ସଫଳ ହେବା  ପରେ ସମାପ୍ତ ହୁଏ ।  

ଗୀତ ସବୁ  ସମ୍ପାଦନା

  1. "Mehka Hua Gulab Ho Tum" - Dilraj Kaur, Suresh Wadkar
  2. "Sapnon Ka Sheher Hai Ye" -Bhupinder Singh
  3. "Sabse Bada Hai Kyo" - Aziz Nazan, Mahendra Kapoor
  4. "Yeh Jag Jhootha" - Anuradha Paudwal
  5. "Sarka Le Khatiya Naa Baba" - Krishna Kalle, Bhushan Mehta

ଅଭିନୟ ଚରିତ୍ର ସବୁ  ସମ୍ପାଦନା

ଏହି ଫିଲ୍ମରେ ନାସିରୁଦ୍ଦିନ ଶାହଙ୍କ ବ୍ଯତୀତ ଅନ୍ୟ ପ୍ରାୟ ସମସ୍ତ କଳାକାର ନବାଗତ । ଏଥିରେ ନାସିରୁଦ୍ଦିନ ଶାହ , ଅନିତା କନବର , ଦେବକୀ ନନ୍ଦନ ପାଣ୍ଡେ, ନିନା ଗୁପ୍ତା , ପଙ୍କଜ କପୁର , ରଘୁବୀର ଯାଦବ , ଅନୁ କପୁର ଆଦି ଅଭିନୟ କରିଥିଲେ । 

ପୁରସ୍କାର ସବୁ  ସମ୍ପାଦନା

  • ଫିଲ୍ମଫେୟାର ସମାଲୋଚକ ପୁରସ୍କାର ଶ୍ରେଷ୍ଠ ଫିଲ୍ମ ପାଇଁ 
  • ଇନ୍ଦିରା ଗାନ୍ଧୀ ପୁରସ୍କାର ଶ୍ରେଷ୍ଠ ପ୍ରଥମ ଫିଲ୍ମ ନିର୍ଦ୍ଦେଶକ ଭାବେ 
  • Film Ducat, International Filmfestival Mannheim-Heidelberg [୨]


ଫିଲ୍ମ ମହୋତଶବରେ ଅଂଶ ଗ୍ରହଣ  ସମ୍ପାଦନା

  • International Film Festival of India, CALCUTTA 1982
  • National Film Festival, NEW DELHI, 1982
  • TASHKENT International Film Festival, 1982
  • MANNHEIM International Filmwoche, 1982
  • HONGKONG International Film Festival, 1983
  • MOSCOW International Film Festival, 1983
  • PIA Film Festival, TOKYO, 1983

ଆଧାର  ସମ୍ପାଦନା

  1. "29th National Film Awards" (PDF). Directorate of Film Festivals. Retrieved 4 ଅକ୍ଟୋବର 2011.
  2. "Films in 1982: 31st International Film Week Mannheim 04 - 09 October 1982". International Filmfestival Mannheim-Heidelberg. Archived from the original on 30 ଜୁନ 2013. Retrieved 16 ଅପ୍ରେଲ 2013. {{cite web}}: Cite has empty unknown parameter: |3= (help)

ବାହାର ଲିଙ୍କ  ସମ୍ପାଦନା