ଆଦିବାସୀ ଭାଷା କୌଣସି ଅଞ୍ଚଳର ସ୍ଥାନୀୟ ଏବଂ ଆଦିମ ଅଧିବାସୀମାନଙ୍କଦ୍ୱାରା କଥିତ ଏକ ଭାଷା । ଏହି ଭାଷା ଭାଷାଗତ ଦୃଷ୍ଟିରୁ ଭିନ୍ନ ଏକ ସମ୍ପ୍ରଦାୟଦ୍ୱାରା କଥିତ ସ୍ଥାନୀୟ ଅଞ୍ଚଳରେ ଜନ୍ମିତ ହୋଇଥାଏ । ଆଦିବାସୀ ଭାଷା ଜାତୀୟ ଭାଷା ହୋଇଥାଇପାରେ (ଆଇମାରା ଭାଷା ବଲିଭିଆର ଏକ ସରକାରୀ ଭାଷା) ବା ହୋଇନଥାଇପାରେ । ଜାତୀୟ ଭାଷାଗୁଡ଼ିକ ଆଦିମ ଅଧିବାସୀମାନଙ୍କ ଭାଷା ହୋଇନଥାଇପାରେ ।

ବିଶ୍ୱସ୍ତରରେ ଅନେକ ଆଦିବାସୀ ସେମାନଙ୍କ ପୂର୍ବ ପିଢ଼ିର ଭାଷାକୁ ପର ପିଢ଼ିକୁ ପାଖକୁ ପହଞ୍ଚାଇବାରେ ବିଫଳ ହୋଇଛନ୍ତି । ଏହା ପରିବର୍ତ୍ତେ ସେମାନେ ସଂଖ୍ୟାଗରିଷ୍ଠ ଭାଷାକୁ ସଂଖ୍ୟାଗରିଷ୍ଠ ସଂସ୍କୃତିର ଅପସଂସ୍କୃତିକରଣ ହେତୁ ଆଦରି ନେଇଛନ୍ତି । ଅନେକ ଆଦିବାସୀ ଭାଷା ହତ୍ୟାର (ଭାଷାକୁ ମାରିଦେବା) ଶିକାର ହୋଇଛନ୍ତି ।[୧]

ଆଦିବାସୀ ଭାଷାଗୁଡ଼ିକର ଦୁର୍ବଳତାକୁ ଭିତ୍ତି କରି ମିଳିତ ଜାତିସଂଘ ୨୦୧୯ ମସିହାକୁ ଆନ୍ତର୍ଜାତିକ ଆଦିବାସୀ ଭାଷା ବର୍ଷ ଭାବେ ଘୋଷଣା କରିଥିଲେ । "ଆଦିବାସୀ ଭାଷାର ଗୁରୁତର କ୍ଷୟକ୍ଷତି ଓ ସେସବୁର ଜରୁରୀ ସଂରକ୍ଷଣ, ପୁନର୍ଜୀବୀତ କରିବା, ପ୍ରଚାର କରିବା ପାଇଁ ଦୃଷ୍ଟି ଆକର୍ଷଣ ଏହାର ଉଦ୍ଦେଶ୍ୟ ।"[୨]

ଶିକ୍ଷା ସମ୍ପାଦନା

ବିଶ୍ୱସ୍ତରରେ ଅନେକ ଆଦିବାସୀ ଭାଷା ଶବ୍ଦତାଲିକା, ବ୍ୟାକରଣ, ପଠନ ଓ ରେକର୍ଡ଼ିଂ ଆଦି ସହ ପାରମ୍ପାରିକ ଭାବେ ଶିଖାଯାଇଥାଏ ।[୩]

୬,୦୦୦ ପାଖାପାଖି ଭାଷା ଅନ୍ୟ କାମ ପାଇଁ କରାଯାଇଥିବା ରେକର୍ଡ଼ିଂ ଯଥା ଅନୁବାଦ ଥିବା ଧାର୍ମିକ ଲେଖା ଆଦି ଶୁଣି କରାଯାଇପାରିବ ।[୪][୫]

ଗ୍ରନ୍ଥସୂଚୀ ସମ୍ପାଦନା

  • Frawley, William, & Hill, Kenneth C. (2002) Making Dictionaries: preserving indigenous languages of the Americas. Berkeley: University of California Press.
  • Harrison, K. David. (2007) When Languages Die: the extinction of the world's languages and the erosion of human knowledge. New York and London: Oxford University Press.
  • Singerman, Robert. (1996) Indigenous languages of the Americas: a bibliography of dissertations and theses. Lanham, MD: Scarecrow Press
  • Wurm, S. A. & Heyward, Ian (eds.) (2001) Atlas of the World's Languages in Danger of Disappearing. Paris: UNESCO Pub.

ଆଧାର ସମ୍ପାଦନା

  1. See pp. 55-56 of Zuckermann, Ghil‘ad, Shakuto-Neoh, Shiori & Quer, Giovanni Matteo (2014), Native Tongue Title: Proposed Compensation for the Loss of Aboriginal Languages, Australian Aboriginal Studies 2014/1: 55-71.
  2. United Nations General Assembly, 71st session, Third Committee, 16 November 2016 [୧]
  3. "Reviews of Language Courses". Lang1234. Retrieved 11 Sep 2012.
  4. "Countries of the World". Global Recordings Network. Retrieved 11 Sep 2012.
  5. "GEOGRAPHIC LANGUAGE MUSEUM". ForeignLanguageExpertise.com. Retrieved 11 Sep 2012.