ଆଣ୍ଡାମାନ ସାଗର

ସମୁଦ୍ର

ଆଣ୍ଡାମାନ ସାଗର (ଐତିହାସିକ ଭାବରେ ବର୍ମା ସାଗର ଭାବରେ ଜଣାଶୁଣା) ଉତ୍ତର-ପୂର୍ବ ଭାରତ ମହାସାଗରର ଭାଗ ଯାହାକି ମିଆଁମାର ଏବଂ ଥାଇଲ୍ୟାଣ୍ଡର ଉପକୂଳବର୍ତ୍ତୀ ସୀମାନ୍ତରେ ଅବସ୍ଥିତ ଏବଂ ମାର୍ଟାବାନ୍ ଉପସାଗରରେ ଏବଂ ମାଲାୟ ଉପଦ୍ୱୀପର ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ । ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଦ୍ୱର ବଙ୍ଗୋପସାଗରଠାରୁ ପୃଥକ ହୋଇଛି । ଏହାର ଦକ୍ଷିଣତମ ସୀମା ସୁମାତ୍ରାର ଉତ୍ତରରେ ଥିବା ବ୍ରେହୁ ଦ୍ୱୀପ ଏବଂ ମାଲାକା ପ୍ରଣାଳି ସହିତ ସଂଯୁକ୍ତ ।

ପାରମ୍ପରିକ ଭାବେ ଆଣ୍ଡାମାନ ସାଗର ,ସମୁଦ୍ର ଉପକୂଳବର୍ତ୍ତୀ ଦେଶମାନଙ୍କ ମଧ୍ୟରେ ସାମଗ୍ରୀ ପରିବହନ ଏବଂ ମତ୍ସ୍ୟ ଉତ୍ପାଦନ ପାଇଁ ବ୍ୟବହୃତ । ଏହାର ପ୍ରବାଳ ବନ୍ଧ ଏବଂ ଦ୍ୱୀପପୁଞ୍ଜଗୁଡ଼ିକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବରେ ଜଣାଶୁଣା ।

ଭୂଗୋଳ ସମ୍ପାଦନା

 
ଆଣ୍ଡାମାନ ସାଗର ସ୍ଥିତି

୯୨° ପୂର୍ବରୁ ୧୦୦° ପୂର୍ବ ଦ୍ରାଘିମା ଏବଂ ୪° ଉତ୍ତରରୁ ୨୦° ଉତ୍ତର ପର୍ଯ୍ୟନ୍ତ ବ୍ୟାପିଥିବା ଆଣ୍ଡାମାନ ସାଗର ଭାରତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଅଧିକାର କରିଛି |ଏହା ମିଆଁମାରର ଦକ୍ଷିଣରେ, ଥାଇଲ୍ୟାଣ୍ଡର ପଶ୍ଚିମରେ ଏବଂ ଇଣ୍ଡୋନେସିଆର ଉତ୍ତରରେ ଅବସ୍ଥିତ। ଏହି ସମୁଦ୍ରକୁ ବଙ୍ଗୋପସାଗରରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଇଣ୍ଡୋ-ବର୍ମା ପ୍ଲେଟ ସୀମା ସହିତ ସମୁଦ୍ରର ଏକ ଶୃଙ୍ଖଳ ପୃଥକ କରିଛି । ମାଲାକା ପ୍ରଣାଳି ଏହାର ଦକ୍ଷିଣ ଦିଗରେ ଏକ ପ୍ରସ୍ଥାନ ପଥ ସୃଷ୍ଟି କରେ ଯାହା କି ୩ କିଲୋମିଟର ଚଉଡା ଏବଂ ୩୭ ମିଟର ଗଭୀର ଅଟେ ।

ଭୂତତ୍ତ୍ୱ ସମ୍ପାଦନା

ଆଣ୍ଡାମାନ ସାଗର ବେସିନର ଉତ୍ତର ଏବଂ ପୂର୍ବ ପାର୍ଶ୍ୱ ମିଆଁମାର ଏବଂ ଥାଇଲ୍ୟାଣ୍ଡ ଉପକୂଳରୁ ୨୦୦ କିଲୋମିଟର ଦୁର ମହୀସୋପାନରେ ବିସ୍ତୃତ ଏବଂ ଅଗଭୀର | ଏହାର ପ୍ରାୟ ୪୫ ପ୍ରତିଶତ ଅଗଭୀର (୫୦୦ ମିଟରରୁ କମ୍ )। ପୂର୍ବ ଦିଗରେ ମହୀସୋପାନକୁ ଅନୁସରଣ କରୁଥିବା ମହୀଢାଲୁ ୯° ଉତ୍ତରରୁ ୧୪° ଉତ୍ତର ମଧ୍ୟରେ ଯଥେଷ୍ଟ ତୀଖ ଓ ଗଭୀର ।

ଇରାୱାଡି ନଦୀଦ୍ୱାରା ଜମା ହୋଇଥିବା ଅବକ୍ଷୀପ୍ତ ଯୋଗୁ ଉତ୍ତର ଏବଂ ପୂର୍ବ ଭାଗ ୧୮୦ ମିଟର (୫୯୦ ଫୁଟ)ରୁ କମ୍ ଗଭୀର ଅଟେ | ଏହି ପ୍ରମୁଖ ନଦୀ ଉତ୍ତରରୁ ମିଆଁମାର ଦେଇ ସମୁଦ୍ରକୁ ପ୍ରବାହିତ ହେଉଛି | ପଶ୍ଚିମ ଏବଂ କେନ୍ଦ୍ରୀୟ ଭାଗଗୁଡିକର ଗଭୀରତା ୯୦୦–୩୦୦୦ ମିଟର (୩୦୦୦–୯୮୦୦ ଫୁଟ) ଅଟେ |ସମଗ୍ର ସାଗରର 5%ରୁ କମ୍ ୩୦୦୦ ମିଟର (୯୮୦୦ ଫୁଟ)ଠାରୁ ଗଭୀର ଅଟେ।

ଆଗ୍ନେୟଗିରି ସମ୍ପାଦନା

 
ବାରେନ୍ ଦ୍ୱୀପର ଆଗ୍ନେୟଗିରି

ସମୁଦ୍ର ମଧ୍ୟରେ, ମୁଖ୍ୟ ଗ୍ରେଟ୍ ଆଣ୍ଡାମାନ ଦ୍ୱୀପ ପୁଞ୍ଜର ପୂର୍ବରେ, ବାରେନ୍ ଦ୍ୱୀପରେ ଏକମାତ୍ର ସକ୍ରିୟ ଆଗ୍ନେୟଗିରି ଅବସ୍ଥିତ | ଏହି ଦ୍ୱୀପ-ଆଗ୍ନେୟଗିରିର ବ୍ୟାସ ୩ କିଲୋମିଟର (୨ ମାଇଲ) ଏବଂ ସମୁଦ୍ର ପତ୍ତନଠାରୁ ୩୫୪ ମିଟର ଉଚ୍ଚ। ପ୍ରାୟ 200 ବର୍ଷର ଶାନ୍ତ ରହିବା ପରେ ପରେ ୧୯୯୧ରେ ଏହା ପୁନର୍ବାର ସକ୍ରିୟ ହୋଇଛି ।[୧]

ପରିସଂସ୍ଥା ସମ୍ପାଦନା

ଉଦ୍ଭିଦ ସମ୍ପାଦନା

ଆଣ୍ଡାମାନ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ହେନ୍ତାଳ ଜଙ୍ଗଲ ଏବଂ ସମୁଦ୍ର ଘାସଦ୍ୱାରା ଘେରା | ଉପକୂଳବର୍ତି ଅଞ୍ଚଳରେ ହେନ୍ତାଳ ଗଛର ମୂଳ ମାଟି ଏବଂ ପଙ୍କର ସଂରକ୍ଷଣ କରିଥାଏ । ଏହା ମାଛ ଏବଂ କ୍ଷୁଦ୍ର ଜଳଜୀବମାନଙ୍କ ଏକ ଉନ୍ନତ ଆଶ୍ରୟସ୍ଥଳୀ ହୋଇଥାଏ । [୨]

ପ୍ରାଣୀ ସମ୍ପାଦନା

ମାଳୟ ଉପଦ୍ୱୀପର ଉପକୁଳବର୍ତ୍ତି ସମୁଦ୍ର ଜଳ ଶାମୁକା ଜାତୀୟ ପ୍ରାଣିଙ୍କ ବୃଦ୍ଧିକୁ ସହୟତା କରେ। ଏଠାରେ ପ୍ରାୟ ୭୫ଟି ପରିବାରର ୨୮୦ ପ୍ରକାର ଖାଇବା ମାଛ ପ୍ରଜାତି ଅଛନ୍ତି | ସେଥିମଧ୍ୟରୁ ୧୩୨ ପ୍ରଜାତି (୬୯ ପରିବାର) ହେନ୍ତାଳ ଜଙ୍ଗଲରେ ଦେଖାଯାଅନ୍ତି ଏବଂ ୧୪୯ ପ୍ରଜାତି (୫୧ ପରିବାର) ସମୁଦ୍ର ଘାସରେ ବାସ କରନ୍ତି; ୧୦୧ ପ୍ରଜାତି ଉଭୟ ସ୍ଥାନରେ ବାସ କରନ୍ତି । [୨]

ଆଧାର ସମ୍ପାଦନା

  1. Chandrasekharam, D.; Bundschuh, J. (2002). Geothermal Energy Resources for Developing Countries. CRC Press. p. 408. ISBN 978-1-4398-3357-5. Retrieved 2020-11-18.
  2. ୨.୦ ୨.୧ Panjarat, Sampan (2008). "Sustainable Fisheries in the Andaman Sea Coast of Thailand" (PDF). United Nations. Retrieved 16 May 2015.