ଆଞ୍ଜେଲିନା ଜୋଲି

ଆମେରକୀୟ ଅଭିନେତ୍ରୀ

ଅଞ୍ଜେଲିନା ଜୋଲି (/ˈl/; ଜନ୍ମ: ଅଞ୍ଜେଲିନା ଜୋଲି ଭୋଇଗତ୍, ୪ ଜୁନ୍ ୧୯୭୫)[୧] ଜଣେ ଆମେରିକୀୟ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା । ସେ ଗୋଟିଏ ଆକାଡେମୀ ପୁରସ୍କାର, ଦୁଇଟି ଗିଲ୍ଡ ପୁରସ୍କାର ଏବଂ ତିନୋଟି ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ପାଇଛନ୍ତି । ଏଥି‌ସ‌ହ ହଲିଉଡ୍‌ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଆଭିନେତ୍ରୀମାନଙ୍କ ମଧ୍ଯରୁ ଆଞ୍ଜେଲିନା ଅନ୍ୟତମ । ଆଞ୍ଜେଲିନା ଜଣେ ଶିଶୁ କଳାକାର ଭାବରେ ତାଙ୍କର ବାପାଙ୍କର ସ‌ହ ୧୯୮୨ ମସିହରେ ଅଭିନୟ ଆରମ୍ଭ କରିଥିଲେ ।[୨] ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଲୁକିନ୍ ଟୁ ଗେଟ୍ ଆଉଟ୍ । ଏହପରେ ତାଙ୍କର ଗୋଟିଏ ଦିଶନ୍ଧିପରେ ତାଙ୍କର ଅଭିନୟ ଆରମ୍ବ ହେଲା ୧୯୯୩ରୁ ।[୨] ନାୟିକା ଭାବରେ ସେ ଏକ ସ୍ୱଳ୍ପ ବ୍ୟୟରେ ନିର୍ମିତ ଏକ ଚଳଚ୍ଚିତ୍ର କାଏବୋର୍ଗ ୨ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ହ୍ୟାକର୍‌ସ୍ ଚଳଚ୍ଚିତ୍ରରେ ତାଙ୍କୁ ଏକ ବଡ଼ ଭୂମିକରେ ସୁଯୋଗ ମିଳିଥିଲା ଏବଂ ସେଥିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୩] ଏହାପରେ ଆଞ୍ଜେଲିନା କିଛି ଆତ୍ମଜୀବନି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଗୁଡ଼ିକ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ୧୯୯୭ ମସିହାର ଜର୍ଜ ୱାଲେନ୍ସ[୪] ଏବଂ ୧୯୯୮ ମସିହାର ଜିଆ[୫] ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୧୯୯୯ ମସିହାରେ ଗାର୍ଲ ଇଣ୍ଟରପ୍ଟେଡ୍‌ରେ[୬] ଆଞ୍ଜେଲିନା ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ପାଇଁ ତାଙ୍କୁ ଆକାଡ଼େମି ପୁରସ୍କାର ମିଳିଥିଲା ।[୭] ଏଥିରେ ସେ ସ‌ହ-ଅଭିନେତ୍ରୀ ଭାବରେ ପୁରସ୍କାର ପାଇଥିଲେ ।

ଅଞ୍ଜେଲିନା ଜୋଲି
Photograph of Angelina Jolie
ଜୁନ୍ ୨୦୧୪ରେ ଆଞ୍ଜେଲିନା
Born
ଅଞ୍ଜେଲିନା ଜୋଲି ଭୋଇଗତ୍

(1975-06-04) ୪ ଜୁନ ୧୯୭୫ (ବୟସ ୪୮)
ଲସ୍ ଅଞ୍ଜଲସ୍, କାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା
Citizenship
  • ଯୁକ୍ତରାଷ୍ଟ୍ର ଆମେରିକା
  • କମ୍ବୋଡ଼ିଆ
Occupations
  • ଅଭିନେତ୍ରୀ
  • ଚଳଚ୍ଚିତ୍ର ନିର୍ମାତା
Years active୧୯୮୨–ଏବେଯାଏ
Spouses
  • ଜନି ଲୀ ମିଲର୍
    (m. ୧୯୯୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • ବିଲ୍ଲୀ ବ‌ବ୍ ଥୋରନ୍‌ଟୋନ୍
    (m. ୨୦୦୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • (m. ୨୦୧୪; separated ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Children
Parents
  • ଜନ୍ ଭୋଇଗତ୍
  • ମାର୍ଚ୍ଚେଲାଇନ୍ ବେର୍‌ଟ୍ରେଣ୍ଡ୍
Relativesଜେମ୍‌ସ୍ ହାଭେନ୍ (ଭାଇ)

୨୦୦୧ ମସିହାରେ ଆଞ୍ଜେଲିନା ଜୋଲି ଏକ ଭିଡ଼ିଓ ଗେମ୍‌ରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଲାରା କ୍ରଫ୍ଟ: ଟମ୍ବ ରାଇଡର ଭିଡ଼ିଓ ଗେମ୍‌ର ମୁଖ୍ୟ ଚରିତ୍ର ଲାରା କ୍ରଫ୍ଟ ଭାବରେ ଆଞ୍ଜେଲିନା କାର୍ଯ୍ୟ କରିଥିଲେ[୮] ଏବଂ ଏହି ଗେମ୍‌ରେ ତାଙ୍କର କାର୍ଯ୍ୟ ଯୋଗୁଁ ସେ ଇଂରାଜୀ ଚଳଚ୍ଚିତ୍ର ଜଗତ ତ‌ଥା ହଲିଉଡର ଜଣେ ଖ୍ୟାତାନାମା ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ[୯] ଓ ଅଧିକ ସଫଳ ଚଳଚ୍ଚିତ୍ର ତାଙ୍କୁ ସ୍ଥାନ ମିଳିଥିଲା । ୨୦୦୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ୍ ସ୍ମିଥ୍[୧୦], ୨୦୦୮ର ୱାଣ୍ଟେଡ୍[୧୧] ଏବଂ ୨୦୧୦ର ସଲ୍ଟ[୧୨] ଆଦି ଚଳଚ୍ଚିତ୍ରରେ ଆଞ୍ଜେଲିନା ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ସ‌ହ ଆକ୍ସନ ଦୃଶ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକ ସଫଳ ହେବାସ‌ହ ତାଙ୍କୁ ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ । ୨୦୦୭ ମସିହାର ଚଳଚ୍ଚିତ୍ର ଏ ମାଇଟି ହାର୍ଟ[୧୩] ଓ ୨୦୦୮ର ଚଳଚ୍ଚିତ୍ର ଚ୍ୟାଲେଞ୍ଜିଂ[୧୪] ପାଇଁ ଅଞ୍ଜେଲିନା ଜୋଲିକୁ ସମାଲୋଚନାତ୍ମକ ପ୍ରଶଂସା ମିଳିଥିଲା ଏବଂ ସେ ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ଆକାଡେମି ଆୱାର୍ଡ଼ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । ୨୦୧୪ରେ ଅଞ୍ଜେଲିନାଙ୍କର ସବୁଠାରୁ ବଡ଼ ବ୍ୟବସାୟିକ ସଫଳତା ପାଇଥିବା ଚଳଚ୍ଚିତ୍ର ମାଲେଫିସେଣ୍ଟ ମୁକ୍ତିଲାଭ କରିଥିଲା ।[୧୫] ଏହି ଚଳଚ୍ଚିତ୍ରଟିର ସେ ଜଣେ ଦୁଷ୍ଟପରୀ ଭୂମିକାରେ ଅଭିନୟ କରିଥିଲେ ।[୧୬] ୨୦୧୦ ପରେ ଅଞ୍ଜେଲିନା ନିର୍ଦ୍ଦେଶନା, ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା ଆରମ୍ଭ କରିଥିଲେ । ୨୦୧୧ର ଚଳଚ୍ଚିତ୍ର ଲାଣ୍ଡ ଅଫ୍ ବ୍ଲଡ୍ ଆଣ୍ଡ ହନି, ୨୦୧୪ର ଅନ୍‌ବ୍ରୋକେନ୍ ଏବଂ ୨୦୧୭ର ଫାର୍ସ୍ଟ ଦେ କିଲ୍‌ଡ୍ ମାଇଁ ଫାଦର୍ ଆଦି ଚଳଚ୍ଚିତ୍ର ତାଙ୍କଦ୍ୱାରା ତିଆରି ହୋଇଥିଲା ।[୧୭]

ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଅଞ୍ଜେଲିନା ମଧ୍ୟ କିଛି ସାମାଜିକ ସେବା ସଂସ୍ଥା ସ‌ହ ଜଡ଼ିତ ଅଛନ୍ତି ।[୧୮] ତାଙ୍କର କାମ ପାଇଁ ତାଙ୍କୁ ଜୀନ୍ ହର୍‌ସଲ୍ଟ ହ୍ୟୁମାନିଟାରିଆନ୍ ପୁରସ୍କାର ଏବଂ କିଛି ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି ।[୧୯][୨୦] ସେ ଆରକ୍ଷଣ, ଶିକ୍ଷା ଏବଂ ମହିଳା ଅଧିକାର ଉପରେ ବିଶେଷ ଭାବରେ କାର୍ଯ୍ୟ କରନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଶରଣାର୍ଥୀମାନଙ୍କ ତରଫରୁ ଜଣେ ବକ୍ତା ଭାବରେ ତାଙ୍କର କାର୍ଯ୍ୟ ସବୁଠାରୁ ଉଲ୍ଲେଖନୟୀ କାର୍ଯ୍ୟ ଭାବରେ ଗଣନା କରାଯାଏ ।[୨୧] ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର୍ ଏବଂ ବିଲ୍ଲି ବ‌ବ୍‌ଙ୍କୁ ଛାଡ଼ିବା ପରେ ବ୍ରାଡ଼ ପିଟଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅଞ୍ଜେଲିନାଙ୍କର ସମୁଦାୟ ୬ଟି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ସେ ଅଲଗା ଅଲଗା ଦେଶରୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ ।

ଆଧାର ସମ୍ପାଦନା

  1. "Angelina Jolie Biography: Director, Film Actress (1975–)". Biography.com (FYI (TV network / A&E Networks). Archived from the original on August 25, 2015. Retrieved November 11, 2015.
  2. ୨.୦ ୨.୧ Heath, Chris (July 5, 2001). "Blood, Sugar, Sex, Magic". Rolling Stone. Retrieved December 28, 2014.
  3. Maslin, Janet (September 15, 1995). "Those Wacky Teenagers and Their Crazy Fads". The New York Times. Retrieved December 29, 2014.
  4. Winfrey, Lee (August 24, 1997). "A Story Of Civil Wrongs And Eventual Repentance". The Philadelphia Inquirer. Retrieved January 13, 2015.
  5. Vance, Vanessa. "Gia (1998)". Reel.com. Archived from the original on June 11, 2009.
  6. "IMDb Movie of the Day". IMDb. March 7, 2003. Archived from the original on December 22, 2003.
  7. Levy, Emanuel (December 9, 1999). "Reviews: Girl, Interrupted". Variety. Retrieved December 29, 2014.
  8. Anderson, John (June 15, 2001). "It's No Game: She's a Woman of Action". Newsday. Archived from the original on June 25, 2001.
  9. "Angelina Jolie Movie Box Office Results (Actor)". Box Office Mojo. Retrieved December 29, 2014.
  10. Covert, Colin (June 9, 2005). "Mr. & Mrs. Smith". Minneapolis Star Tribune. Retrieved December 29, 2014.
  11. Dargis, Manohla (June 27, 2008). "You Talkin' to Me, Boys? (Bang-Bang, My Pretties)". The New York Times. Retrieved January 28, 2015.
  12. Thomas, William (July 2010). "Empire's Salt Movie Review". Empire. Archived from the original on 2011-07-10. Retrieved December 29, 2014.
  13. "10 Questions for Mariane Pearl". Time. ଜୁନ 21, 2007. Archived from the original on ଜୁନ 26, 2007.
  14. Foundas, Scott (December 19, 2007). "Clint Eastwood: The Set Whisperer". LA Weekly. Retrieved December 29, 2014.
  15. "Maleficent (2014)". Rotten Tomatoes (Flixster). Retrieved December 29, 2014.
  16. Linden, Sheri (May 28, 2014). "'Maleficent': Film Review". The Hollywood Reporter. Retrieved December 29, 2014.
  17. Borger, Julian (January 11, 2017). "Among the ghosts of Cambodia's killing fields: on the set of Angelina Jolie's new film". The Guardian. Retrieved February 5, 2017.
  18. Miller, Prairie (ଜୁନ 2001). "Angelina Jolie On Filling Lara Croft's Shoes and D-size Cups". NY Rock. Archived from the original on ଡିସେମ୍ବର 2, 2001. Retrieved ଡିସେମ୍ବର 30, 2014.
  19. "Angelina Jolie to be honored with Oscars' Jean Hersholt Humanitarian Award". Associated Press. September 5, 2013. Retrieved January 7, 2015.
  20. Milliken, Mary (November 17, 2013). "Angelina Jolie receives humanitarian award from Academy". Reuters. Retrieved January 7, 2015.
  21. Barnes, Brooks (November 20, 2008). "Angelina Jolie's Carefully Orchestrated Image". The New York Times. Retrieved January 15, 2015.

ବାହାର ଆଧାର ସମ୍ପାଦନା