ଆଘ୍ରାଣହାନୀ

ଆଘ୍ରାଣହାନୀ ରୋଗରେଏକ ବା ଏକାଧିକ ଗନ୍ଧ ଚିହ୍ନଟ କରିବାର କ୍ଷମତା ନଷ୍ଟ ହୋଇଯାଏ |

ଆଘ୍ରାଣହାନୀ (ଇଂରାଜୀ ଭାଷାରେ anosmia) ରୋଗରେଏକ ବା ଏକାଧିକ ଗନ୍ଧ ଚିହ୍ନଟ କରିବାର କ୍ଷମତା ନଷ୍ଟ ହୋଇଯାଏ | [୧] [୨] ଏହା ଅସ୍ଥାୟୀ କିମ୍ବା ସ୍ଥାୟୀ ହୋଇପାରେ | [୩] କେତେକ ମାମଲା ଜନ୍ମ ସମୟରେ ଉପସ୍ଥିତ ଥିବାବେଳେ ଅନ୍ୟଗୁଡିକ ଜୀବନରେ ଅର୍ଜନ କରାଯାଇଥାଏ | [୩] କ୍ଷତିକାରକ ଗନ୍ଧ ଚିହ୍ନଟ କରିବାରେ ଅକ୍ଷମତା ବିପଜ୍ଜନକ ହୋଇପାରେ ଏବଂ ଖାଦ୍ୟର ଉପଭୋଗ ପ୍ରଭାବିତ ହୋଇପାରେ। [୩]

Anosmia, smell blindness,[୧] odor blindness
A side view anatomical drawing of the nasal sinuses depicting inflamed mucosa.
Inflamed nasal mucosa causing anosmia
ଉଚ୍ଚାରଣ
ବିଭାଗOtorhinolaryngology
ଲକ୍ଷଣLoss of the ability to detect one or more odors[୧][୨]
କାରଣBlockage of the noses, dysfunction of the neurons involved with smell[୩]
ସଠିକ ରୋଗ ନିର୍ଣ୍ଣୟHyposmia, parosmia, phantosmia[୩]
ଚିକିତ୍ସାDepends on the underlying cause[୩]
ପୁନଃପୌନିକ3 to 20% of those over 40 years[୩][୪]

ପ୍ରାୟ ୫୦%ରୁ ୭୦% ରୋଗୀଙ୍କର ନାକ ଅବରୋଧ ହେତୁ ହୋଇଥାଏ, ଯେପରିକି ପ୍ରଦାହ କିମ୍ବା ନାକ ପଲିପ୍ | [୩] ମୁଣ୍ଡ ଆଘାତ, ଅର୍ବୁଦ, ବାର୍ଦ୍ଧକ୍ୟ, ବିଷାକ୍ତ ପଦାର୍ଥ କିମ୍ବା କେତେକ ଜେନେଟିକ୍ ଅବସ୍ଥା ହେତୁ ନିଉରନ ପ୍ରଭାବିତ ହୋଇ କେତେକ ମାମଲା ହୋଇଥାଏ | [୩] କୋଭିଡ-୧୯ର ଏକ ଲକ୍ଷଣ ମଧ୍ୟ ହୋଇପାରେ, ବିଶେଷତଃ ସାମାନ୍ୟ ସଂକ୍ରମଣର ପ୍ରାରମ୍ଭରେ | [୫] ଏହାର ମୂଳ କାରଣ ନିର୍ଣ୍ଣୟ କରିବା ଅନ୍ୟ ଲକ୍ଷଣ ଏବଂ ପରୀକ୍ଷାକୁ ଧ୍ୟାନରେ ରଖାଯାଏ । [୩] କେତେକ କେନ୍ଦ୍ରରେ ଅଧିକ ବିସ୍ତୃତ ବିଶ୍ଳେଷଣ କରିବାର କ୍ଷମତା ଥାଏ | [୩] ହାଇପୋସ୍ମିଆଠାରୁ ଏହା ଭିନ୍ନ ଯାହା କିଛି ବା ସମସ୍ତ ଗନ୍ଧ ପ୍ରତି ସମ୍ବେଦନଶୀଳତା ହ୍ରାସ କରିଥାଏ | [୨]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୩] ଅନେକ କ୍ଷେତ୍ରେ ସ୍ଟିରଏଡ ନାକ ସ୍ପ୍ରେ ଏହି ରୋଗ ଉପଶମ କରିପାରେ ।[୩] କିଛି ସାଇନସ୍ ସମସ୍ୟା ଥଲେ ଅସ୍ତ୍ରୋପଚାର ଏକ ବିକଳ୍ପ ହୋଇପାରେ | [୩] ନିଉରନ ଗୁଡ଼ିକର ଅକ୍ଷମତା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, ଯଦିଓ କିଛି ମାମଲା କିଛି ଦିନ ବା ବର୍ଷ ମଧ୍ୟରେ ଉନ୍ନତ ହୋଇପାରେ | [୩]

ଚାଳିଶ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ପ୍ରାୟ ୩ରୁ ୨୦% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [୩] [୪]ସାଧାରଣତଃ ବୟସ ବୃଦ୍ଧି ସହିତ ରୋଗ ଅଧିକ ହୁଏ; ୮୦ ବର୍ଷ ବୟସ ଉପରେ ଥିବା ଲୋକଙ୍କ ମଧ୍ୟରୁ 40% ଲୋକ ପ୍ରଭାବିତ ହୋଇପାରନ୍ତି । [୩] ମୁଣ୍ଡ ଆଘାତ ଯୋଗୁ ଲଣ୍ଡନରେ ୧୮୬୪ ମସିହାରେ ଗନ୍ଧହାନୀର ଏକ ମାମଲା ହୁଘଲିଙ୍ଗ ଜାକସନ ରିପୋର୍ଟ କରିଥିଲେ |[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Coon D, Mitterer J (2014). "4. Sensation and perception". Introduction to Psychology: Gateways to Mind and Behavior (in ଇଂରାଜୀ). Boston: Cengage Learning. p. 136. ISBN 978-1-305-09187-0. LCCN 2014942026.
  2. ୨.୦ ୨.୧ ୨.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Jon2010 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ Li, Xi; Lui, Forshing (6 July 2020), "Anosmia", StatPearls, StatPearls Publishing, PMID 29489163, retrieved 1 December 2020
  4. ୪.୦ ୪.୧ Boesveldt, Sanne; Postma, Elbrich M; Boak, Duncan; Welge-Luessen, Antje; Schöpf, Veronika; Mainland, Joel D; Martens, Jeffrey; Ngai, John; Duffy, Valerie B (September 2017). "Anosmia—A Clinical Review". Chemical Senses. 42 (7): 513–523. doi:10.1093/chemse/bjx025. ISSN 0379-864X. PMID 28531300.
  5. Srivastava, Piyush; Gupta, Nidhi (2020). "3. Clinical manifestations of coronavirus disease". In Prabhakar, Hemanshu; Kapoor, Indu; Mahajan, Charu (eds.). Clinical Synopsis of COVID-19: Evolving and Challenging. Springer. p. 31-40. ISBN 9789811586804.
  6. Costanzo, Richard M.; Ward, John D.; Young, Harold F. (2012). "20. Olfaction and Head Injury". In Michael J. Serby (ed.). Science of Olfaction. Karen L. Chobor. New York: Springer-Verlag. pp. 546–548. ISBN 978-1-4612-2836-3.