ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ
ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ ବା ଏଏଫଏମ (ଇଂରାଜୀ ଭାଷାରେ Acute flaccid myelitis/ AFM) ଏକ ସାଂଘାତିକ ମେରୁଦଣ୍ଡ (spinal cord) ରୋଗ ।[୩][୫] ଏଥିରେ ଗୋଡ଼ ଓ ହାତ ସବୁ ଦୁର୍ବଳ ହୁଅନ୍ତି ଓ ରିଫ୍ଲେକ୍ସ (reflexes) କମିଯାଏ ।[୩] ଆଖି ଡୋଲା ବୁଲେଇବାରେ, କଥା କହିବାରେ ଓ ଗିଳିବାରେ ଅସୁବିଧା ହୁଏ ।[୩] ବେଳେବେଳେ ଯନ୍ତ୍ରଣା ଓ କାଲୁଆ ଲାଗେ । [୩] ସାଂଘାତିକ ହେଲେ ଶ୍ୱାସକ୍ରିୟା ଅସୁବିଧା ହୁଏ ।[୩]
ଆକ୍ୟୁଟ ଫ୍ଲାକସିଡ ମାୟେଲାଇଟିସ Acute flaccid myelitis | |
---|---|
Acute flaccid paralysis with anterior myelitis, polio-like syndrome[୧] | |
ବିଭାଗ | ସ୍ନାୟୁରୋଗ ବିଜ୍ଞାନ (Neurology)[୩] |
ଲକ୍ଷଣ | ଦୌର୍ବଲ୍ୟ, କମ୍ ରିଫ୍ଲେକ୍ସ, ଗିଳିବା ଓ କଥା କହିବା ସମସ୍ୟା [୩] |
ଆକ୍ରାନ୍ତ ସମୟ | ଦୃତ[୩] |
କାରଣ | ଅଦ୍ୟାବଧି ଅଜ୍ଞାତ[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ *Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା [୩][୫] |
ସଠିକ ରୋଗ ନିର୍ଣ୍ଣୟ | Transverse myelitis, Guillain–Barré syndrome, acute disseminated encephalomyelitis[୩][୫] |
ପ୍ରତିକାର | ପୋଲିଓ ଟିକା (Polio vaccination), ମଶା କାମୁଡ଼ା ଏଡ଼େଇବା [୫] |
ଚିକିତ୍ସା | ସହାୟକ ଯତ୍ନ (Supportive care), ଫିଜିକାଲ ଥେରାପି (physical therapy), ମେକାନିକାଲ ଭେଣ୍ଟିଲେସନ (mechanical ventilation)[୩][୫] |
Prognosis | ପରିବର୍ତ୍ତନଶୀଳ[୫] |
ପୁନଃପୌନିକ | କ୍ୱଚିତ[୪] |
ଅଧିକାଂଶ କ୍ଷେତ୍ରରେ ଏହି ରୋଗର କାରଣ ସ୍ପଷ୍ଟ ହେଉନାହିଁ ।[୪] ପ୍ରାୟ ୯୦% କ୍ଷେତ୍ରରେ ଏଣ୍ଟେରୋଭୁତାଣୁ (enteroviruses) ଭଳି ସାମାନ୍ୟ ଭୁତାଣୁ ସଂକ୍ରମଣ (viral infection) ପରେ ମଧ୍ୟ ଏହି ରୋଗ ଆରମ୍ଭ ହୋଇଯାଏ ।[୪] ପୋଲିଓମାୟେଲାଇଟିସ ଏହି ରୋଗ ସୃଷ୍ଟି କରିପାରୁଥିଲେ ମଧ୍ୟ ସନ ୨୦୨୪ରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ କାରଣ ହୋଇନାହିଁ ।[୩][୬] ମେରୁଦଣ୍ଡ ମଧ୍ୟରେ ଥିବା ଗ୍ରେ ମ୍ୟାଟର (grey matter) ନଷ୍ଟ ହୋଇଯିବା କାରଣରୁ ଏହି ରୋଗ ହୁଏ ।[୩] ମେଡିକାଲ ଇମେଜିଙ୍ଗ (Medical imaging), ନର୍ଭ କଣ୍ଡକସନ ଟେଷ୍ଟ (nerve conduction studies), ସିଏସଏଫ (cerebral spinal fluid) ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩][୫]
ପୋଲିଓ ଟିକା (Polio vaccination) ନେଇ ଓ ମଶା କାମୁଡ଼ା ଏଡ଼େଇ ଏହି ରୋଗର ପ୍ରତିଷେଧ କରାଯାଇପାରିବା । [୫] ସହାୟକ ଯତ୍ନ (Supportive care) ସାହାଯ୍ୟରେ ଏହାରି ଚିକିତ୍ସା ଆରମ୍ଭ କରାଯାଏ ।[୫][୩] ଫିଜିକାଲ ଥେରାପି (physical therapy) ସୁପାରିସ ମଧ୍ୟ କରାଯାଏ ।[୩] ବେଳେବେଳେ ଶ୍ୱାସକ୍ରିୟା ସହଜ କରିବା ନିମନ୍ତେ ମେକାନିକାଲ ଭେଣ୍ଟିଲେସନ (mechanical ventilation) ଆବଶ୍ୟକ ହୁଏ ।[୩] ରୋଗର ଫଳାଫଳ ଅନିଶ୍ଚିତ ।[୫] କ୍ୱଚିତ ଏହି ରୋଗ ହୁଏ ଓ ସାଧାରଣତଃ ପିଲାଙ୍କୁ ହୁଏ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୨ ନିୟୁତରେ ଜଣକୁ ଏ ରୋଗ ହୁଏ ।[୩] ଏହା ଏକ ନୂଆ ରୋଗ ନହେଲେ ମଧ୍ୟ ସନ ୨୦୧୪ ପରଠାରୁ ଏହାର ସଂଖ୍ୟା ବଢ଼ୁଛି । [୩]
ଆଧାର
ସମ୍ପାଦନା- ↑ "Acute Flaccid Myelitis" (PDF). www.dhs.wisconsin.gov. January 2017. Retrieved 22 December 2018.
- ↑ Esposito, S; Chidini, G; Cinnante, C; Napolitano, L; Giannini, A; Terranova, L; Niesters, H; Principi, N; Calderini, E (11 January 2017). "Acute flaccid myelitis associated with enterovirus-D68 infection in an otherwise healthy child". Virology Journal. 14 (1): 4. doi:10.1186/s12985-016-0678-0. PMC 5234096. PMID 28081720.
{{cite journal}}
: CS1 maint: unflagged free DOI (link) - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ "About Acute Flaccid Myelitis". CDC. Retrieved 2018-10-11.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Acute Flaccid Myelitis". CDC (in ଆମେରିକୀୟ ଇଂରାଜୀ). 17 December 2018. Retrieved 21 December 2018.
- ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ "Acute flaccid myelitis | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. 2018. Retrieved 22 December 2018.
- ↑ Bitnun, A; Yeh, EA (29 June 2018). "Acute Flaccid Paralysis and Enteroviral Infections". Current Infectious Disease Reports. 20 (9): 34. doi:10.1007/s11908-018-0641-x. PMID 29959591.