ଆକବରପୁର

ଆମ୍ବେଦକର ନଗର, ଭାରତର ଏକ ସହର

ଆକବରପୁର ଏକ ସହର ଓ ମୁନ୍ସିପାଳ ଅଞ୍ଚଳ । ଏହା ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶର ଆମ୍ବେଦକରନଗର ଜିଲ୍ଲାରେ ଅବସ୍ଥିତ ଓ ଏହାର ମୁଖ୍ୟାଳୟ । ଭାରତର ବିଶିଷ୍ଟ ସମାଜବାଦୀ ନେତା ରାମ ମନୋହର ଲୋହିଆ ଏହିଠାରେ ଜନ୍ମ ଗ୍ରହଣ କରିଥିଲେ । 

ଭୌଗୋଳିକ ସ୍ଥିତି  ସମ୍ପାଦନା

 
Lohia bhavan Akbarpur

ଆକବରପୁର ତମସା ନଦୀ ତୀରରେ ରହିଛି । ରାମାୟଣର ଲେଖା ଅନୁସାରେ ଦଶରଥ ଏହି ସ୍ଥଳ ଶିକାର କଳା ବେଳେ ଭୁଲରେରେ ଶ୍ରବଣ କୁମାରଙ୍କୁ ତୀର ବିଦ୍ଧ  କରିଥିଲେ । ଏଥିପାଇଁ ଏହାର ପୁରାତନ ନାମ ଶ୍ରବଣ କ୍ଷେତ୍ର ରହିଥିଲା । ଏଠାରେ ଋଷି ଶୃଙ୍ଗିଙ୍କ ଆଶ୍ରମ ମଧ୍ୟ ଥିଲା । ରାମାୟଣ ଅନୁସାରେ ରାମଙ୍କ ପରେ ତାଙ୍କର ପୁତ୍ର କୁଶ ଏହାର ଶ୍ରବସତି ଅଞ୍ଚଳ ଶାସନ କରୁଥିଲେ । ଏହାର ନିକଟ ଅଞ୍ଚଳରେ ଶିବ ବାବାଙ୍କ ମନ୍ଦିର ରହିଛି । ଅଜୋଧ୍ୟା ମଧ୍ୟ ଏଠାରୁ 50 କିଲୋମିଟର ଦୁରବର୍ତୀ । 

ପ୍ରକୃତରେ ତମଶା ନଦୀ ଆମ୍ବେଦକର ନଗରକୁ ଡିଭାକତା କରିଥାଏ । ଏକପଟାରେ ଆକବରପୁର ପ୍ରଶାସନିକ କେନ୍ଦ୍ର ହେଇଥିବା ବେଳେ ଅନନ୍ୟ ପାଟରେ ଶେହଜଦପୁର ବାଣିଜ୍ୟିକ କେନ୍ଦ୍ର ରହିଛି । ଆକବରପୁରଠାରେ ପ୍ରକତାନ ଲୋରେପୁର ରାଜମହଳ ମଧ୍ୟ ଏକ ଦର୍ଶନୀୟ ସ୍ଥଳ । 

ଜନସଂଖ୍ୟା ସମ୍ପାଦନା

 2011 ଜନଗଣନା ଅନୁସାରେ ଆକବରପୁରର ଜନସଂଖ୍ୟା 111,594   ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 57,560   ଥିଲା ବେଳେ ମହିଳା ସଂଖ୍ୟା54,034   ଥିଲା । 6 ବର୍ଷରୁ କମ ସଂଖ୍ୟା 14,037 ଥିଲା । ଏଠାରେ ସାକ୍ଷ୍ୟରତା ହାର 83.89 %  ଥଲା ।ଏଠାରେ ସାକ୍ଷ୍ୟରତା ହାର ଜାତୀୟ ହାରଠାରୁ ଅଧିକ ରହିଥିଲା ।  

[୧]

Religions in Akbarpur
Religion Percent
Hindus
  
80%
Muslims
  
16%
Jains
  
1.4%
Others†
  
0.6%
Distribution of religions
Includes Sikhs (0.2%), Buddhists (<0.2%).

ଶିକ୍ଷା ସମ୍ପାଦନା

 
ସରକାରୀ ବିମାନ ଅବତରଣ କେନ୍ଦ୍ର 
 
ଆକବରପୁର ରେଳ ଜଙ୍କସନ 

 ଏଠାରେ ICSEର ହାଇ ସ୍କୁଲ ସହ ସରକାରୀ ମହାବିଦ୍ୟାଳୟ ସମୂହ ରହିଛି । ସ୍ନାତକୋତ୍ତର ସ୍ତରର ମହିଳା ମହାବିଦ୍ୟାଳୟ ମଧ୍ୟ ଏଠାରେ ଉପଲବ୍ଧ । [୨]

ଡାକ୍ତରୀ କଲେଜ  ସମ୍ପାଦନା

  • ଏଠାରେ ମହାମାୟା ରାଜକୀୟ ମେଡିକାଲ କଲେଜ ରହିଛି । 

ଅର୍ଥନୈତିକ ପରିସ୍ଥତି  ସମ୍ପାଦନା

ଏଠାରେ କୃଷି ସହିତ ଅନେକ ଶିଳ୍ପ ରହିଥିବାରୁ ଅଧିବାସୀମାନେ ଖୁବ ଭଲ ରୋଜଗାର ପନ୍ଥା ପାଇଥାନ୍ତି । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. "Akbarpur City". census2011.co.in.
  2. http://static.panoramio.com/photos/original/51149108.jpg