ଆଉପୀ କରିମ୍
ଆଉପୀ କରିମ୍ (ଜନ୍ମ: ୧ ମଇ ୧୯୭୯) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ତାଙ୍କର ପ୍ରକୃତ ନାମ ହେଉଛି ସ୍ୟେଦା ତୁହିନ୍ ଅର କରିମ୍ । ସେ ଅଭିନୟ ସହ ମଡେଲିଂ ଏବଂ ନୃତ କରନ୍ତି ।[୧] ଏତଦ ବ୍ୟତୀତ ସେ ଏକ ବିଦ୍ୟାଳୟରେ ଶିକ୍ଷିକା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଆଉପୀ ବଙ୍ଗଳାଦେଶର ଆମେରିକାନ୍ ଇଣ୍ଟରନ୍ୟାସନାଲ୍ ୟୁନିଭର୍ସିଟିରେ ବାସ୍ତୁବିତ୍ ଶିକ୍ଷିକା ରୂପରେ ସେ ଏବେ ଶିକ୍ଷାଦାନ କରୁଛନ୍ତି ।[୨] ୧୯୯୯ ମସିହାରେ ଆଉପୀ ଲକ୍ସ ପ୍ୟାସିଓନେଟିକ୍ ପ୍ରତିଯୋଗୀତାରେ ମିସ୍ ଫଟୋଜେନିକ୍ ପୁରସ୍କାର ପାଇଥିଲେ । ଆଉପୀ ବଙ୍ଗଳାଦେଶର ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି । ସେ ମଞ୍ଚ ଅଭିନୟ ସହ ବିଜ୍ଞାପନରେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି ।
ଜନ୍ମ ଏବଂ ଶିକ୍ଷା
ସମ୍ପାଦନାଆଉପୀ ୧ ମଇ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ବଙ୍ଗଳାଦେଶ ବାୟୁ ସେନା ଶାହୀନ ମହାବିଦ୍ୟାଳୟରୁ ଶେଷ କରିଥିଲେ ।[୩] ଏହାପରେ ସେ ତାଙ୍କର ମହାବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ବାସ୍ତୁବିଜ୍ଞାନରେ ସ୍ନାତକ କରିଥିଲେ । ୨୦୦୫ ମସିହାରେ ବଙ୍ଗଳାଦେଶ ୟୁନିଭରସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ବୈଷୟିକ ମହାବିଦ୍ୟାଳୟରୁ ସେ ତାଙ୍କର ସ୍ନାତକ ହାସଲ କରିଥିଲେ ।[୨] ଏହାପରେ ସେ ବାସ୍ତବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ସେ ଜର୍ମାନରେ ତାଙ୍କର ସ୍ନାତକୋତ୍ତର ଶେଷ କରିଥିଲେ । ଜର୍ମାନର ଅନହଲଟ୍ ୟୁନିଭରସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ସ୍ନାତକ ହାସଲ କରିଥିଲେ ।[୨]
ଅଭିନୟ ଜୀବନ
ସମ୍ପାଦନା୧୯୯୯ ଲକ୍ସ ପ୍ୟସିଓନେଟିକ୍ କାର୍ଯ୍ୟକ୍ରମରେ ମିସ୍ ଫଟୋଜିଏନିକ୍ ପୁରସ୍କାର ପାଇବା ପରେ ଆଉପୀ ୨୦୦୪ରେ ବାଚେଲର ନାମକ ଏକ ଚଳଚ୍ଚିତ୍ରରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୪] ଏହାପରେ ସେ ତାଙ୍କର ପାଠପଢ଼ାରେ ମନ ନିବେଶ କରିଥିଲେ ଏବଂ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ ଜାରି ରଖିଥିଲେ । ୨୦୦୩ ଏବଂ ୨୦୦୫ରେ ଆଉପୀ ଦର୍ଶକଙ୍କର ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୫][୬] ୨୦୦୭ରେ ସେ ସମୀକ୍ଷକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଆଉପୀ ୨୦୧୧ରେ ଜର୍ମାନରେ ତାଙ୍କର ପାଠପଢ଼ା ଶେଷ କରିବା ପରେ ମସୁଦ ହାସନ ଉଜ୍ଜଳଙ୍କୁ ବିବାହ କରିବା ପରେ ବଙ୍ଗଳାଦେଶରେ ସବୁଦିନ ପାଇଁ ରହିବାକୁ ସ୍ଥିର କଲେ ଏବଂ ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେତେବେଳେ ସେ ରେଦନ ରାଣୀଙ୍କ ନିର୍ଦ୍ଦେଶିତ ଧାରାବାହିକ ହାଉସଫୁଲ୍ରେ ଅଭିନୟ କରୁଥିଲେ । ୨୦୧୩ରେ ମସୁଦଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହେବା ପରେ ସେ ତାଙ୍କର ଅଭିନୟର ସମୟ ସ୍ୱଳ୍ପ କରିଦେଇଥିଲେ । ଏହାପରେ ସେ କେତେକ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ସେ କେତେକ ରିଆଲିଟି ସୋ'ରେ ମଧ୍ୟ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।[୭] ଆଉପୀ ଜଣେ ପ୍ରଶିକ୍ଷିତ କଥକ ନର୍ତ୍ତକୀ । ସେ ଅନେକ କଥକ ନୃତ୍ୟ ପରିବେଷଣ କରିଛନ୍ତି ।[୮]
ପୁରସ୍କାର
ସମ୍ପାଦନା- ୨୦୦୩: ଦର୍ଶକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ
- ୨୦୦୪: ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ଅଭିନେତ୍ରୀ)
- ୨୦୦୫: ଦର୍ଶକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ
- ୨୦୦୭: ସମୀକ୍ଷକ ପସନ୍ଦର ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ
ବୈବାହିକ ଜୀବନ
ସମ୍ପାଦନାଆଉପୀ କରିମ୍ ୨୦୦୭ରେ ଅସିର ଅହମଦଙ୍କୁ ବିବାହ କରିଥିଲେ ।[୯] ଏହାପରେ ୨୦୧୦ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଛାଡ଼ପତ୍ର ପରେ ସେ ୨୦୧୧ ସେପ୍ଟେମ୍ବର ୨ରେ ମସୁଦ ହାସନ ଉଜ୍ଜଳଙ୍କୁ ବିବାହ କରିଥିଲେ । ମସୁଦ୍ ଜଣେ ଦୂରଦର୍ଶନ ଧାରାବାହିକର ପ୍ରଯୋଜକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ୨ୟ ବିବାହ ମଧ୍ୟ ଅଳ୍ପ କେଇ ଦିନରେ ବିଚ୍ଛେଦ ଘଟିଲା । ଫଳରେ ମଇ ୨୦୧୩ରେ ଉଭୟଙ୍କ ଉଭୟଙ୍କୁ ଛାଡ଼ପତ୍ର ଦେଲେ ।[୧୦] ଏହାପରେ ଆଉପୀ ପୁଣିଥରେ ୨୦୧୬ରେ ବିବାହ କରିଥିଲେ । ୩ୟ ଥର ଆଉପୀ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ବାସ୍ତୁବିଦ୍ ଏନାମୁନ କରିମ୍ ନିର୍ଝରଙ୍କୁ ବିବାହ କରିଥିଲେ ।[୧୧]
ଆଧାର
ସମ୍ପାଦନା- ↑ Rafi Hossain (April 18, 2015). "One woman many roles: Aupee Karim". The Daily Star.
- ↑ ୨.୦ ୨.୧ ୨.୨ "School of Architecture". aiub.edu. Retrieved May 11, 2015.
- ↑ "Aupee Karim at DS Cafe". The Daily Star. June 4, 2010. Archived from the original on May 18, 2015. Retrieved November 28, 2017.
- ↑ "National Film Awards for the last fours years announced". The Daily Star. 2008-09-01. Archived from the original on 2016-01-29. Retrieved October 4, 2015.
- ↑ "Meril-Prothom Alo Award handed over". The Daily Star. May 22, 2004. Archived from the original on March 4, 2016. Retrieved November 28, 2017.
- ↑ "Meril-Prothom Alo awards for 2005 given". The Daily Star. May 13, 2006. Archived from the original on October 1, 2016. Retrieved November 28, 2017.
- ↑ "A busy year for TV artistes". The Daily Star. December 26, 2014.
- ↑ "Aupee's big day at Shilpakala Academy". The Daily Star. March 19, 2010. Archived from the original on May 18, 2015. Retrieved November 28, 2017.
- ↑ "Aupi Karim ties the knot". The Daily Star. October 30, 2007. Archived from the original on May 18, 2015. Retrieved November 28, 2017.
- ↑ "Heart to heart with Aupee Karim and Masud Hasan Ujjol". The Daily Star. October 30, 2011. Archived from the original on May 18, 2015. Retrieved May 11, 2015.
- ↑ "Aupee Karim ties the knot". The Daily Star. 21 July 2016. Retrieved 21 July 2016.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଉପୀ କରିମ୍