ଆଇଆର୍‌ଏନ୍‌ଏସ୍‌ଏସ୍-୧ସି

ଭାରତର ତୃତୀୟ ଦିଗବାରେଣୀ ଉପଗ୍ରହ

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଦେଶର ତୃତୀୟ ଦିଗବାରେଣୀ ଉପଗ୍ରହ ଭାରତୀୟ ଆଂଚଳିକ ଦିଗବାରେଣୀ ଉପଗ୍ରହ ବ୍ୟବସ୍ଥା- ଆଇଆର୍‌ଏନ୍‌ଏସ୍‌ଏସ୍-୧ସିକୁ ଆନ୍ଧ୍ରପ୍ରଦେଶସ୍ଥିତ ଶ୍ରୀହରିକୋଟା ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ଧ୍ରୁବୀୟ ଉତ୍‌କ୍ଷେପଣ ଯାନ ପୋଲାର୍ ସାଟେଲାଇଟ୍ ଭେହିକିଲ୍(ପିଏସ୍‌ଏଲ୍‌ଭି) ସି -୨୬ଦ୍ୱାରା ୧୩ ଅକ୍ଟୋବର ୨୦୧୪ରେ ଉତ୍‌କ୍ଷେପଣ କରିଛନ୍ତି । ଏହି ସାଟେଲାଇଟ୍ ପ୍ରକ୍ଷେପଣର ୨୦ ମିନିଟ୍ ପରେ ସଫଳତା ପୁର୍ବକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ କରାଯାଇଛି । ଏହି ଉପଗ୍ରହର ଓଜନ ୧୪୨୫.୪ କିଗ୍ରା ଏବଂ ଏହାର କାର୍ଯ୍ୟକାଳ ଦଶବର୍ଷ । ଏହି ଉପଗ୍ରହ ଆଇଆର୍‌ଏନ୍‌ଏସ୍‌ଏସ୍ ସିରିଜ୍ ମଧ୍ୟରୁ ତୃତୀୟ ଅଟେ । ଇସ୍ରୋ ଏହି ଉପଗ୍ରହକୁ ୧୭.୮୩ ଡିଗ୍ରୀ ଝୁଲାଇବା ସହ ପୃଥିବୀଠାରୁ ସବୁଠାରୁ କମ୍ ଦୂରତା ୨୮୪ କିମି ତଥା ସର୍ବାଧିକ ଦୂରତା ୨୦,୬୫୦ କିମି ଭୂପୃଷ୍ଠ ପ୍ରେରଣ ସମନ୍ୱୟ କକ୍ଷ (ସବ୍ ଜିଟିଓ)ରେ ସ୍ଥାପନ କରିଛନ୍ତି । ଭାରତ ଇଣ୍ଡିଆନ୍ ରେଜିଓନାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ସିରିଜ୍‌ର ପ୍ରଥମ ଆଇଆର୍‌ଏନ୍‌ଏସ୍‌ଏସ୍-୧ଏ ଏବଂ ଦ୍ୱିତୀୟ ଆଇଆର୍‌ଏନ୍‌ଏସ୍‌ଏସ୍-୧ବି ଯଥାକ୍ରମେ ୧ ଜୁଲାଇ ୨୦୧୩ ଏବଂ ୪ ଏପ୍ରିଲ୍ ୨୦୧୪ରେ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ କରିଥିଲା । ଆଇଆର୍‌ଏନ୍‌ଏସ୍‌ଏସ୍ ସିଷ୍ଟମରେ ଅନ୍ତତଃ ସାତଟି ଉପଗ୍ରହ ସାମିଲ୍ ହେବାକୁ ଅଛି ଏବଂ ଏଥିରେ ୨୦୧୫ ମସିହା ସୁଦ୍ଧା ୧୪୨୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟ ଅଛି । ଏହାକୁ ମିଶାଇ ସପ୍ତମ ଥର ଯେଉଁଥିରେ ଇସ୍ରୋ ନିଜ ଅଭିଯାନ ପାଇଁ ପିଏସ୍ଏଲ୍‌ଭିର ଏକ୍ସ୍‌ଏଲ୍ ସଂସ୍କରଣ ଉପଯୋଗ ହୋଇଥିଲା ଆଇଆର୍‌ଏନ୍‌ଏସ୍‌ଏସ୍-୧ସି ସହ ପିଏସ୍ଏଲ୍‌ଭିକୁ ପ୍ରକୃତରେ ଅକ୍ଟୋବର ୧୦ରେ ପ୍ରକ୍ଷେପଣ ହେବାକୁ ଥିଲା କିଣୁ କିଛି ଯାନ୍ତ୍ରିକ ତୃଟି ସକାଶେ ଏହାର ପ୍ରକ୍ଷେପଣ ସ୍ଥଗିତ ରଖାଯାଇଥିଲା । ପୂର୍ଣ୍ଣରୂପେ ବିକଶିତ ଆଇଆର୍‌ଏନ୍‌ଏସ୍‌ଏସ୍-୧କୁ ଭୂପୃଷ୍ଠ ଉପରେ ୩୬,୦୦୦ କିମି ଭୂପୃଷ୍ଠ ସ୍ଥିତିକ କକ୍ଷରେ ୪ଟି ତଥା ଅନ୍ୟ ୩ଟି ଜିଓ ସ୍ଥିତିକ କକ୍ଷରେ ଅବସ୍ଥାପିତ ହେବେ । [୧][୨][୩][୨][୪]

ନାଭିଗେସନ୍ ସିଷ୍ଟମ୍ଦ୍ୱାରା ଦୁଇ ପ୍ରକାର ସେବା ପ୍ରାପ୍ତ ହୋଇଥାଏ ଯଥା ଷ୍ଟାଣ୍ଡାର୍ଡ ଅବସ୍ଥିତି ସେବା ଯାହା ସମସ୍ତଙ୍କଦ୍ୱାରା ଉପଯୋଗ ହୁଏ ଏବଂ ନିଷିଧ ଅବସ୍ଥିତି ସେବା ଯାହା ଅଧିକୃତ ଉପଯୋଗକାରୀଙ୍କୁ ମିଳିଥାଏ ।[୫]

ଆଧାର ସମ୍ପାଦନା

  1. http://timesofindia.indiatimes.com/india/Isro-successfully-launches-navigation-satellite-IRNSS-1C/articleshow/44830537.cms
  2. ୨.୦ ୨.୧ "PSLV-C26/IRNSS-1C" (PDF). Retrieved 16 October 2014.
  3. "IRNSS". space.skyrocket.de. Retrieved 6 December 2014.
  4. "India launches third navigation satellite". Retrieved 16 October 2014.
  5. http://www.firstpost.com/living/isro-launches-irnss-1c-india-a-step-away-from-its-own-navigation-satellite-system-1759131.html