ଅଷ୍ଟଲକ୍ଷ୍ମୀ ମନ୍ଦିର, ଚେନ୍ନଇ

ଚେନ୍ନଇରେ ଅବସ୍ତିତ ଏକ ଲକ୍ଷ୍ମୀ ମନ୍ଦିର

ଅଷ୍ଟଲକ୍ଷ୍ମୀ କୋଭିଲ ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଚେନ୍ନଇରେ ଥିବା ଏଲିଓଟ ସମୁଦ୍ର କୂଳ ଧାରରେ ଅବସ୍ଥିତ । ଏହି ମନ୍ଦିର ସମର୍ପିତ ହୋଇଛି ଲକ୍ଷ୍ମୀଙ୍କୁ ଯିଏ ଆଠଟି ଧନ-ପ୍ରତିରୂପଦାତ୍ରୀ ଅଟନ୍ତି, ଯଥା – ସନ୍ତାନ, ସଫଳତା, ସମୃଦ୍ଧି, ସାହସ, ଧନ, ବିରତ୍ୱ, ଖାଦ୍ୟ ଓ ଜ୍ଞାନ । ଗର୍ଭଗୃହଗୁଡ଼ିକ ଏପରି ତିଆରି ହୋଇଛି, ଯେପରିକି କୌଣସି ସ୍ଥାନକୁ ଦ୍ୱିତୀୟ ଥର ଯିବେନାହିଁ ।[୧][୨]

ଅଷ୍ଟଲକ୍ଷ୍ମୀ ମନ୍ଦିର, ଚେନ୍ନଇ
ଚେନ୍ନଇରେ ଅଷ୍ଟଲକ୍ଷ୍ମୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଚେନ୍ନଇ
ଦେବାଦେବୀGoddess Lakshmi
Location
ସ୍ଥାନଚେନ୍ନଇ
Stateତାମିଲ ନାଡ଼ୁ
Countryଭାରତ
Architecture
TypeHindu architecture
Completed1976
ଅଷ୍ଟଲକ୍ଷ୍ମୀ କୋଭିଲ

ନିର୍ମାଣ ସମ୍ପାଦନା

କାଞ୍ଚି ମଠର ସ୍ୱାମୀ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀଙ୍କ ଇଚ୍ଛା ଅନୁସାରେ ଏହି ମନ୍ଦିର ତିଆରି ହୋଇଥିଲା ।[୧] କାଞ୍ଚି ପେରିୟାଭଙ୍କ ଇଚ୍ଛା ପୂର୍ତ୍ତି ନିମନ୍ତେ ଶ୍ରୀ ମୁକ୍କୁର ଶ୍ରୀନିବାସ ବରଦାଚାର୍ଯ୍ୟ ଏହି କାର୍ଯ୍ୟ ନିମନ୍ତେ ମହାତ୍ମା ସହାୟକ ହୋଇଥିଲେ । ଜଣ ସାଧାରଣଙ୍କ ସହଯୋଗରେ ଜାନୁଆରୀ ୧୯୪୭ ମସିହାରେ ମନ୍ଦିରର ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପାଞ୍ଚ ଅପ୍ରେଲ ୧୯୭୬ ମସିହାରେ ଏହି ମନ୍ଦିରକୁ ୪୪ତମ ଗୁରୁ ଅହୋବିଲା ମଠ ବେଦାନ୍ତ ଧେସିକା ୟଥିନ୍ଦ୍ର ମହାଦେଶୀକାନ ସ୍ୱାମୀ ଉତ୍ସର୍ଗ କରିଥିଲେ । [୩]

ମନ୍ଦିର ସମ୍ପାଦନା

ମନ୍ଦିରର ଦୈର୍ଘ୍ୟ ୬୫ ଫୁଟ ଓ ପ୍ରସ୍ଥ ୪୫ ଫୁଟ ଅଟେ । ଏହା ସୁନ୍ଦର ବରଦାରାଜ ପେରୁମାଲ ମନ୍ଦିର (ସୁନ୍ଦର ବରଦାରାଜ ପେରୁମାଲ ମନ୍ଦିର) ଢାଞ୍ଚାରେ ତିଆରି ହୋଇଛି ।[୩] ଚାରି ସ୍ତରରେ ଭିନ୍ନ ଭିନ୍ନ ନଅଟି ମନ୍ଦିରରେ ଅଷ୍ଟଲକ୍ଷ୍ମୀଙ୍କର ଆଠ ପ୍ରତିରୂପ ରହିଛି । ଦ୍ୱିତୀୟ ସ୍ତରରେ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ମନ୍ଦିର ଅଛି । ସେହି ସ୍ଥାନରୁ ପୂଜା ଆରମ୍ଭ କରାଯାଏ । ତା’ପରେ ତୃତୀୟ ଫ୍ଲୋରକୁ ପାହାଚ ଯାଇଛି ଯେଉଁଠାରେ ସନ୍ତାନଲକ୍ଷ୍ମୀ, ବିଜୟଲକ୍ଷ୍ମୀ, ବିଦ୍ୟାୟାଲକ୍ଷ୍ମୀ ଓ ଗଜଲକ୍ଷ୍ମୀଙ୍କ ମନ୍ଦିର ଅଛି । ଆଉ କିଛି ପଦକ୍ଷେପ ନେଲେ ଚତୁର୍ଥ ଫ୍ଲୋରରେ ଧନାଲକ୍ଷ୍ମୀ ମନ୍ଦିର ଅଛି । ସେଠାରୁ ଯାଇ ପ୍ରଥମ ସ୍ତରରେ ଆଦିଲକ୍ଷ୍ମୀ, ଧାନୟାଲକ୍ଷ୍ମୀ ଓ ଧୈର୍ଯ୍ୟଲକ୍ଷ୍ମୀ ମନ୍ଦିର ମିଳିବ । ଦଶାବତାର, ଗଣେଶ, ଧନ୍ୱନ୍ତରୀ, ଗଣେଶ ଓ ଗୁରୁବାୟୋରପପଣ ଦେବତାମାନଙ୍କ ମନ୍ଦିର ମଧ୍ୟ ଦେଖିବାକୁ ମିଳିବ ।

ନବୀକରଣ ସମ୍ପାଦନା

୨୦୧୨ ମସିହାରେ ୭ ନିୟୁତ ଟଙ୍କା ଖର୍ଚ୍ଚ କରି ମନ୍ଦିରର ନବୀକରଣ କରାଯାଇଥିଲା । ଏହା ବ୍ୟତୀତ ଏକ ହିନ୍ଦୁ ପର୍ବ (Jeernotharana Ashtabandana mahakumbhabhishekam) ପାଳନ କରାଯାଇଥିଲା ଯେଉଁଥିରେ ଅଧିକ ୧.୬ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା । ମନ୍ଦିରରେ ୩୨ଟି ନୂତନ କଳଶ ସ୍ଥାପନ କରାଯାଇଥିଲା ଯାହା ମଧ୍ୟରେ ଏକ ସୁନା ଛାଉଣି ହୋଇଥିବା ୫୫ ଫୁଟ ଉଚ୍ଚର କଳଶ ଥିଲା ।[୨]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "Astakalshmi temple". Indian heritage.com. March 2012. Retrieved 2 Dec 2012.
  2. ୨.୦ ୨.୧ "Ashtalakshmi temple consecrated in Chennai". Deccan Chronicle. Chennai: Deccan Chronicle. 2 June 2012. Retrieved 2 Dec 2012.
  3. ୩.୦ ୩.୧ திருக்கோயில்கள் வழிகாட்டி: சென்னை மாவட்டம் (in ତାମିଲ୍) (1st ed.). Chennai: Government of Tamil Nadu, Department of Hindu Religious and Charitable Endowments. July 2014. pp. 30–33.