ଜୋସେଫ ଅଶୋକ ନିହାଲ ଡି ସିଲ୍ଲଭା ବା ଅଶୋକ ଡି ସିଲ୍‌ଭା (ଜନ୍ମ ୧୭ ମଇ ୧୯୪୬) ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟର ୪୨ତମ ପ୍ରଧାନ ବିଚାରପତି ଥିଲେ ।[୧]

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

କାଣ୍ଡିସ୍ଥିତ ସେଣ୍ଟ ଆନ୍ଥୋନି କଲେଜରୁ ସିଲଭା ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ୧୯୭୧ ମସିହାରେ ପେରେଡେନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିସେମ୍ବର ୧୯୭୨ରେ ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟରେ ଆଡଭୋକେଟ ଭାବରେ ଯୋଗଦାନ କରିଥିଲେ । ଏପ୍ରିଲ ୨, ୧୯୭୪ରେ ସେ ଆଟର୍ଣ୍ଣି ଜେନେରାଲ ଭାବେ ଯୋଗ ଦେଇଥିଲେ । ୧୯୮୭ରେ ସେ ଜଣେ ସିନିୟର ଡେପୁଟି ସଲିସିଟର ଜେନେରାଲ ହୋଇଥିଲେ ଏବଂ ଆଟର୍ଣ୍ଣି ଜେନେରାଲ ଭାବେ ୨୨ ବର୍ଷ କାର୍ଯ୍ୟ କରିବା ପରେ ବିଭାଗଦ୍ୱାରା ତାଙ୍କୁ ୧୨ ଅକ୍ଟୋବର ୧୯୯୫ରେ ଅପିଲ୍ କୋର୍ଟର ବିଚାରପତି ଭାବରେ ନିଯୁକ୍ତ ଦିଆଯାଇଥିଲା । ପ୍ରଧାନ ବିଚାରପତି ଅଶୋକ ଡି ସିଲ୍‌ଭା ଫେବୃଆରୀ ୨୦୦୧ରେ ଅପିଲ୍ କୋର୍ଟର ପୀଠାଧୀଶ ହୋଇଥିଲେ ଏବଂ ପରେ ୧ ଅଗଷ୍ଟ ୨୦୦୧ରେ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିଲେ ।

୩୧ ଜୁଲାଇ ୨୦୧୩ରେ କେନିଆର ନୂତନ ସମ୍ବିଧାନ ଅନୁଯାୟୀ ସେ କେନିଆର ନ୍ୟାୟପାଳିକାରୁ ଅନୁପଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ବିଦା ପାଇଁ ପ୍ରତିଷ୍ଠିତ "ଜଜ୍ ଏବଂ ମାଜିଷ୍ଟ୍ରେଟ୍ ପୁନରୀକ୍ଷଣ (ଭେଟିଂ) ବୋର୍ଡ"ର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।[୨]

ଅଶୋକ ଡି ସିଲ୍‌ଭା ୧୯୮୩/୮୪ରେ କଲମ୍ବୋ ବିଶ୍ୱବିଦ୍ୟାଳୟରୁ ପ୍ରଶାସନିକ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଯୁକ୍ତରାଷ୍ଟ୍ରର ଇଲିନୋଇସ୍ ବିଶ୍ୱବିଦ୍ୟାଳୟରେ କ୍ରିମିନୋଲୋଜିରେ ସ୍ନାତକୋତ୍ତର ଡିପ୍ଲୋମା କରିଛନ୍ତି ।

ପଦ ପଦବୀ ସମ୍ପାଦନା

  • ଶ୍ରୀଲଙ୍କା ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ
  • କଲମ୍ବୋ ବିଶ୍ୱାବିଦ୍ୟାଳୟରେ ଆଇନ ବିଭାଗରେ ଅଧ୍ୟାପକ
  • 'ବ୍ରାଜିଲରେ ସ୍ଥାୟୀ ବିକାଶ' ସଂପର୍କିତ ଯୁକ୍ତରାଜ୍ୟ ସମ୍ମିଳନୀରେ ଶ୍ରୀଲଙ୍କାର ପ୍ରତିନିଧୀତ୍ୱ କରିଥିଲେ
  • 'ଜାତୀୟ ପରିବେଶ ନୀତି' ତିଆରି କରିବା ସମ୍ବନ୍ଧୀତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ଥିଲେ
  • ଯୁକ୍ତରାଷ୍ଟ୍ର ସେକ୍ରେଟାରୀ ଜେନେରାଲ କୋଫି ଆନ୍ନାନ୍‌ଙ୍କଦ୍ୱାରା ରୁଆଣ୍ଡା ନିମିତ୍ତ ଅନ୍ତଃରାଷ୍ଟ୍ରୀୟ ଅପରାଧିକ ନ୍ୟାୟାଧୀକରଣରେ ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି (3 August 2004). ଅନ୍ତଃରାଷ୍ଟ୍ରୀୟ ଅପରାଧିକ ନ୍ୟାୟାଧୀକରଣରେ ୧୬ ଜଣ ବିଚାରପତିମଧ୍ୟରୁ ଅନ୍ୟତମ ବିଚାରପତି ଭାବେ ସେ କାର୍ଯ୍ୟ ତୁଲାଇଥିଲେ ।[୩]

ଆଧାର ସମ୍ପାଦନା

  1. "Justice Asoka de Silva takes oath as new Chief Justice - News Photo". web.archive.org. 19 October 2013. Archived from the original on 19 October 2013. Retrieved 8 December 2020.{{cite web}}: CS1 maint: bot: original URL status unknown (link)
  2. "Judges and Magistrates Vetting Board :: Restructuring Of The Board". web.archive.org. 2 February 2014. Archived from the original on 2 February 2014. Retrieved 8 December 2020.
  3. "ICTR News Detail". archive.vn. 16 April 2013. Archived from the original on 16 April 2013. Retrieved 8 December 2020.{{cite web}}: CS1 maint: bot: original URL status unknown (link)