ଅଶୋକ କୁମାର ମହାନ୍ତି
ଅଶୋକ କୁମାର ମହାନ୍ତି (୧୯୫୫–୧୬ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଓ ଓଡ଼ିଆ-ଭାଷୀ ଶିଶୁ ସାହିତ୍ୟିକ ଥିଲେ । ତାଙ୍କ ରଚନାବଳୀଗୁଡ଼ିକ ମଧ୍ୟରେ "ଓଡ଼ିଶାର କଳାକୃତି ଓ କୀତି", "ଶିଶୁ ସାହିତ୍ୟ", "ଶିଶୁ ଚିତ୍ରକଳା", "ଆମ ଭଦ୍ରକ", "ବେକାର ଜୀବନର କାହାଣୀ", "ପ୍ରିୟତମା", "ପାଠ ବତାଏ ବାଟ", ଜୀବନୀ ପୁସ୍ତକ "ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ" ଆଦି ପ୍ରମୁଖ । ତାଙ୍କର କଳା ପ୍ରତି ଅବଦାନ ନିମନ୍ତେ ସେ ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର, ଶିଳ୍ପୀ ଗୁରୁ ସମ୍ମାନ, କଳାରତ୍ନ ଉପାଧି ଆଦି ପୁରସ୍କାର ପାଇଥିଲେ ।[୧]
ଅଶୋକ କୁମାର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୫୫ ପାଳିଆବିନ୍ଧା |
ମୃତ୍ୟୁ | ୧୬ ସେପ୍ଟେମ୍ବର ୨୦୨୨ ଜଗନ୍ନାଥପୁର |
ସମାଧି ସ୍ଥଳ | ପାଳିଆବିନ୍ଧା |
ବୃତ୍ତି | ଚିତ୍ରଶିଳ୍ପୀ , ଶିଶୁ ସାହିତ୍ୟିକ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକ, ଡିପ୍ଲୋମା (ଗ୍ରାଫିକ କଳା) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ବବିଦ୍ୟାଳୟ, ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟ |
ପୈତୃକ ବାସସ୍ଥାନ | ପାଳିଆବିନ୍ଧା |
ସାହିତ୍ୟ କୃତି | ଓଡ଼ିଶାର କଳାକୃତି ଓ କୀତି, ଧୌତ ଚିତ୍ରକଳା ଓ ଶିଳ୍ପୀ ରବିନାରାୟଣ |
ଜୀବନୀ ସମ୍ପାଦନା
ଅଶୋକ କୁମାର ମହାନ୍ତି ୧୯୫୫ ମସିହାରେ ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତିହିଡ଼ି ବ୍ଲକର ପାଳିଆବିନ୍ଧାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଓ ଖଲିକୋଟ ଚିତ୍ରକଳା ମହାବିଦ୍ୟାଳୟରୁ ଗ୍ରାଫିକ କଳାରେ ଡିପ୍ଲୋମା ଲାଭକରିଥିଲେ ।[୧]
ମୃତ୍ୟୁ ସମ୍ପାଦନା
୨୦୨୨ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କର ୬୭ ବର୍ଷ ବୟସରେ ନିଜ ଜଗନ୍ନାଥପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା ।[୧]
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ "ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ପରଲୋକ". ସମ୍ବାଦ. 17 September 2022. Archived from the original on 17 September 2022. Retrieved 17 September 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |