ଅଲିଶା ପ୍ରଧାନ

ବଙ୍ଗଳାଦେଶର ଅଭିନେତ୍ରୀ

ଅଲିଶା ପ୍ରଧାନ ଜଣେ ବଙ୍ଗଳାଦେଶି ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା ଏବଂ ଉଦ୍ୟୋଗପତି ।[୧][୨][୩]

ଅଲିଶା ପ୍ରଧାନ
আলিশাহ প্রধান
୨୦୧୩ରେ ଅଲିଶା
Born
ଗୁଲଶାନ ଥାନା, ଢାକା, ବଙ୍ଗଳାଦେଶ
Educationଅର୍ଥଶାସ୍ତ୍ର
Occupations
  • ଅଭିନେତ୍ରୀ
  • ମଡେଲ
  • ଉପସ୍ଥାପିକା
  • ଉଦ୍ୟୋଗପତି
Years active୨୦୦୯–ଏବେଯାଏଁ
Height163 cm (5 ft 4 in)

ଅଲିଶା ପ୍ରଧାନ ଜଣେ ଦୂରଦର୍ଶନ ଅଭିନେତ୍ରୀ ଭାବରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେତେବେଳେ ସେ କିଶୋରୀ ଥିଲେ । ୨୦୦୮ରେ ସେ ମାତ୍ର ୧୪ ବର୍ଷ ବୟସରେ ମଡେଲିଂ ଜଗତରେ ପ୍ରବେଶ କରିଥିଲେ । ସେ କୋଭା ଚକୋଲେଟ ପାଇଁ ପ୍ରଥମେ ମଡେଲିଂ ଆରମ୍ଭ କରିଥିଲେ । 1st ଡେଟ୍ ଧାରାବାହିକରେ ତାଙ୍କର ଅଦିତି ମାଡାମ ଭୂମିକାଟି ତାଙ୍କୁ ଦୂରଦର୍ଶନ ଦୁନିଆରେ ଅଧିକ ଲୋକପ୍ରିୟ କରାଇଥିଲା । ସ୍ୱପ୍ନ‌ଚୁର ଧାରାବାହିକ ଜରିଆରେ ସେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଧାରାବାହିକରେ ତାଙ୍କର ଅଭିନୟ ମଧ୍ୟ ସେତେବେଳେ ଅଧିକ ଆକର୍ଷଣ ସୃଷ୍ଟି କରିଥିଲା ।

ଏଇତ ଭଲବାଶ ଚଳଚ୍ଚିତ୍ରରେ ସେ ଜଣେ ଅତିଥି କଳାକାର ଭାବରେ ୨୦୧୩ରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ୨୦୧୫ରେ ସେ ଅନ୍ତରଙ୍ଗ ଚଳଚ୍ଚିତ୍ର ଜରିଆରେ କଥାଚିତ୍ର ଜଗତରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚାସି ନ‌ଜରୁଲ ଇସଲାମ ।[୫] ଏହି ଚଳଚ୍ଚିତ୍ରଟି ୬ ନଭେମ୍ବର ୨୦୧୫ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସେତେବେଳେ ଏକ ବଡ଼ ସଫଳତା ପାଇଥିଲା । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବରେ ମନୋନିତ କରାଯାଇଥିଲା । ଏହି କଥାଚିତ୍ରଟି ତାଙ୍କ ମାଆ ପ୍ରଯୋଜନା କରିଥିଲେ ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅଲିଶା ବଙ୍ଗଳାଦେଶର ବ୍ୟବସାୟୀ ଦମ୍ପତି ମୋନିର୍ ପ୍ରଧାନ ଏବଂ ହୋସନ୍ ପ୍ରଧାନଙ୍କର କନ୍ୟା । ତାଙ୍କ ବାପା ଜଣେ ଉଦ୍ୟୋଗପତି ଏବଂ ତାଙ୍କ ମାଆ ଜଣେ ଚଳଚ୍ଚିତ୍ର ପ୍ରଯୋଜିକା । ଅଲିଶା ତାଙ୍କର ପ୍ରାଥମିକ ଶିକ୍ଷା ଢାକାର ଫ୍ଲୋରା ବିଦ୍ୟାଳୟରୁ ଆରମ୍ଭ କରିଥିଲେ ଏବଂ ସେଠାରେ ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ତାଙ୍କର ଶିକ୍ଷା ୨୦୧୨ରେ ବ୍ରିଟିଶ କାଉନ୍‌ସିଲ୍ ବୋର୍ଡ଼ରୁ ଶେଷ କରିଥିଲେ । ଯେହେତୁ ସେ ଛୋଟବେଳୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ପଢ଼ିଥିଲେ, ତାଙ୍କୁ ବଙ୍ଗଳା ଶିକ୍ଷା କରିବା କଷ୍ଟ ହୋଇଥିଲା । ଚାଶି ନ‌ଜରୁଲ ଇସଲାମଙ୍କର ତ‌ତ୍ୱାବଧାନରେ ସେ ଜଣେ ଶ୍ରେଷ୍ଠ ବଙ୍ଗଳା ଶିକ୍ଷକ ଶ୍ରୀ ମୁଖାର୍ଜୀଙ୍କଠାରୁ ଦୀର୍ଘ ୮ ମାସ ଧରି ବଙ୍ଗଳା ଶିକ୍ଷା କରିଥିଲେ । [୬]

ଅଭିନୟ ଜୀବନ ସମ୍ପାଦନା

ଅଲିଶା ଶାସ୍ତ୍ରୀୟ ନୃତ୍ୟ ଏବଂ ସାଲ୍‌ସା ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି । ସେ ମଧ୍ୟ ହିପ୍‌-ହପ୍ ଏବଂ ଫ୍ରି-ଷ୍ଟାଇଲ୍ ନୃତ୍ୟ ପ୍ରବୀଣା । ସେ ପିଆନୋ, ହାରମୋନିଅମ ଏବଂ ଗୀଟାର ବାଦନ ଆଦି ଶିକ୍ଷା କରିଛନ୍ତି । ସେ ତାଙ୍କର ଚଳଚ୍ଚିତ୍ରରେ ଫାଇଟିଂ ଦୃଶ୍ୟ ପାଇଁ ସାମରିକ କଳା, ଗାଡ଼ି ଚାଳନା, ଘୋଡ଼ା ଚଢ଼ିବା ଆଦିରେ ଉତ୍ତମ ପ୍ରଶିକ୍ଷଣ ନେଇଛନ୍ତି । ସେ ତାଙ୍କର ଉପସ୍ଥାପନା ଶୈଳୀ ପାଇଁ ମଧ୍ୟ ଅଧିକ ଚର୍ଚ୍ଚିତ ରହିଛନ୍ତି । ସେ କିଛି ବଛାବଛା ବକୃତା ସଭାରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି, ଯାହାକି ତାଙ୍କୁ ଏକ ବଡ଼ ସଫଳତା ଦେଇଛି । ୨୦୧୩ ବଙ୍ଗଳାଦେଶ ପ୍ରିମିୟର ଲିଗ୍ (BPL)ର ଖେଳାଳୀ ମନୋନୟନ ବେଳେ ମଧ୍ୟ ସେ ଉପସ୍ଥାପନା କରିଥିଲେ ।[୭][୮]

୨୦୦୯ରେ ଅଲିଶା ଦୂରଦର୍ଶନ ଧାରାବାହିକ ସ୍ୱପ୍ନ‌ଚୁର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମୋହନ‌ଗର, ଫାର୍ଷ୍ଟ ଡେଟ୍, ଲାଇଫ୍, ଅ‌ହଙ୍କାର, ମୋଙ୍କୋରା, ତିନି ବୁଝତେ ପାରଲେନ ଆତା ପ୍ରେମ ନୋଇ, ଅଲ୍ ରାଉଣ୍ଡର୍, ମେଣ୍ଟାଲ ଫ୍ରେଣ୍ଡସ୍, ଆଇ ଖୁକୁ ଆଇ ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ ସମ୍ପାଦନା

  • ସ୍ୱପ୍ନ‌ଚୁର
  • ମୋହନ‌ଗର
  • ଫାର୍ଷ୍ଟ ଡେଟ୍
  • ଲାଇଫ୍
  • ଅ‌ହଙ୍କାର
  • ମୋଙ୍କୋରା
  • ତିନି ବୁଝତେ ପାରଲେନ ଆତା ପ୍ରେମ ନୋଇ
  • ଅଲ୍ ରାଉଣ୍ଡର୍
  • ମେଣ୍ଟାଲ ଫ୍ରେଣ୍ଡସ୍
  • ଆଇ ଖୁକୁ ଆଇ

ଅଭିନିତ କଥାଚିତ୍ର ସମ୍ପାଦନା

  • ଏଇତ ଭଲବାଶ
  • ଅନ୍ତରଙ୍ଗ
  • ଭୁଲ ଯଦି ହୋୟେ
  • ଅଜାଣତେ ଭଲୋବାସ
  • ପ୍ରେମେର କାଜୋଲ
  • ପ୍ରବାସିନି ଡନ୍
  • ରଙ୍ଗଧୁନ
  • ତୁମି ନେଇ କିଚୁ ନେଇ
  • ମୋନପୁରା ପ୍ରେମ

ଆଧାର ସମ୍ପାଦନା

  1. "youth icon Alisha Pradhan 's Interview". Archived from the original on 22 June 2013. Retrieved 7 August 2013.
  2. "Alisha Pradhan: A Bangladeshi Actress". Archived from the original on 8 July 2013. Retrieved 7 August 2013.
  3. ঝলমলে অভিষেকের অপেক্ষায় আলিশা [Alisha wait a Glamorous Introduction in Movie]. Amader Orthoneeti (in Bengali). {{cite news}}: Invalid |script-title=: missing prefix (help)
  4. "এই তো ভালোবাসা' আসছে ২৪ মে অতিথি চরিত্রে আলিশা প্রধান" [Ei to Bhalobasha releases on 24th may, Alisha Pradhan's guest appearance]. Archived from the original on 2016-03-07. Retrieved 2017-11-09.
  5. "ছাড়পত্র পেল চাষী নজরুলের শেষ ছবি 'অন্তরঙ্গ'" [Chashi Nazrul's Last movie 'Antaranga' for censored,starer Alisha Pradhan & Emon].
  6. "বিপিএল এর দ্বিতীয় আসরটা মাত করতে আসছেন মডেল ও অভিনেত্রী আলিশা প্রধান" [Superstar Alisha is joining Bangladesh Premiere Leage BPL to Excite the audience]. Archived from the original on 2016-03-07. Retrieved 2017-11-09.
  7. দেশ-বিদেশের ক্রিকেটারদের সাক্ষাৎকার এবং নিলামে নেব [Alisha Pradhan will host the Auction of international Cricket player]. Manob Kantha (in Bengali). {{cite news}}: Invalid |script-title=: missing prefix (help)[permanent dead link]
  8. "বিপিএল এর দ্বিতীয় আসরটা মাত করতে আসছেন মডেল ও অভিনেত্রী আলিশা প্রধান" [Sizzling Alisha Pradhan Joins 2nd BPL to excite the Audience in Bangladesh Premiere League]. Archived from the original on 2016-03-07. Retrieved 2017-11-09.