ଅଲନା ଅସ୍ଥିଭଗ୍ନ

ଅଗ୍ରବାହୁରେ ଥିବା ଅଲନା ହାଡ଼ ଭାଙ୍ଗିଲେ ଏହି ନାମ ଦିଆଯାଏ ।

ଅଲନା ଅସ୍ଥିଭଗ୍ନ, ଅଗ୍ରବାହୁରେ ଥିବା ଦୁଇ ହାଡ଼ ମଧ୍ୟରୁ ଅଲନା ହାଡ଼ ଭଙ୍ଗାକୁ କୁହାଯାଏ ।[୪] ଅଲନାର ଠିକ ମଧ୍ୟ ସ୍ଥାନରେ ଭାଙ୍ଗିଲେ ତାହାକୁ ନାଇଟ ଷ୍ଟିକ ଭଙ୍ଗା କୁହାଯାଏ । [୫] ଅଧିକାଂଶ ସମୟରେ ଏହା ପାଖରେ ଥିବା ଅନ୍ୟ ହାଡ଼ ରାଡିଅସର ଭଙ୍ଗା ବା ଡିସଲୋକେସନ ଥାଏ । [୬] [୭] ଏହା ଜଟିଳ ହେଲେ ନନ୍‌ୟିନିଅନ ହୋଇପାରେ ।[୮]

Ulna fracture
Nightstick fracture
ଫାଇଲ:Nightstick-fracture-1.png
Isolated fracture of the ulna (known as a nightstick fracture)
ବିଭାଗOrthopedic surgery
କାରଣDirect blow to side of forearm, fall[୧]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[୨]
ସଠିକ ରୋଗ ନିର୍ଣ୍ଣୟGaleazzi fracture[୩]
ଚିକିତ୍ସାCasting, surgery[୩]
ପୁନଃପୌନିକRelatively commons[୨]

ନିଜ ମୁଣ୍ଡକୁ ରକ୍ଷା କରିବା ମୁଦ୍ରାରେ ହାତ ଟେକିଥିବା ବେଳେ ଅଗ୍ରବାହୁର ଭିତର ପାଖକୁ କେହି ବାଡ଼ିରେ ପିଟିଲେ ମୁଖ୍ୟତଃ ଏହି ଭଙ୍ଗା ହେବା ଦେଖାଯାଏ ।[୮] [୪] ପତନ ହେତୁ ଏହି ପ୍ରକାରର ଭଗ୍ନ ସାଧାରଣତଃ ହୁଏନି ।[୧] ଅନ୍ୟାନ୍ୟ ପ୍ରକାରର ଅଲନାର୍ ଭଙ୍ଗା ପଡ଼ିଗଲେ, ମୋଟର ଯାନ ଧକ୍କା ହେଲେ କିମ୍ବା ଆଥଲେଟିକ୍ ଆଘାତରୁ ହୋଇଥାଏ ।[୬] ସାଧାରଣତଃ ଏକ୍ସ‌-ରେ କରି ଏହି ଭଙ୍ଗା ନିର୍ଣ୍ଣୟ କରାଯାଏ | [୨]

ଯଦି କେବଳ ଉଲନା ଭଗ୍ନ ହୋଇଥାଏ ଏବଂ ସ୍ଥିର ଥାଏ, ତେବେ ଏହା ୪ରୁ ୬ସପ୍ତାହ ପର୍ଯ୍ୟନ୍ତ ପ୍ରାଷ୍ଟର କରି ଚିକିତ୍ସା କରାଯାଏ । [୪] ଅନ୍ୟଥା ସାଧାରଣତଃ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୩] ଯଦି କମ୍ବାଉଣ୍ଡ ଭଙ୍ଗା ହୋଇଥାଏ ତେବେ ଆଣ୍ଟିବାୟିଟିକ ଆବଶ୍ୟକ ହୁଏ ।[୬] ଅଲନାର ଭଗ୍ନତା ଅପେକ୍ଷାକୃତ ସାଧାରଣ, ଯଦିଓ ନାଇଟ୍ ଷ୍ଟିକ୍ ଭଙ୍ଗା ଏକ ଅସାଧାରଣ ହୁଏ ।[୫] [୨] ୪୦ ବର୍ଷ ବୟସ ପୂର୍ବରୁ ଏହି ଭଙ୍ଗା ପୁରୁଷ ଏବଂ ସ୍ତ୍ରୀ ସମାନ ହାରରେ ପ୍ରଭାବିତ ହୁଅନ୍ତି; କିନ୍ତୁ ୬୦ ବର୍ଷ ବୟସ ପରେ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Nightstick fracture (ulna) | Radiology Reference Article | Radiopaedia.org". Radiopaedia. Archived from the original on 12 November 2020. Retrieved 6 December 2020.
  2. ୨.୦ ୨.୧ ୨.୨ ୨.୩ ୨.୪ Small, Roy F.; Yaish, Amjad M. (2020). "Radius and Ulnar Shaft Fractures". StatPearls. StatPearls Publishing. Archived from the original on 2021-08-29. Retrieved 2020-12-06.
  3. ୩.୦ ୩.୧ ୩.୨ "Ulna and Radius Fractures (Forearm Fractures)". www.hopkinsmedicine.org (in ଇଂରାଜୀ). Archived from the original on 2020-12-02. Retrieved 2020-12-06.
  4. ୪.୦ ୪.୧ ୪.୨ "Ulna and Radius Fractures (Forearm Fractures)". www.hopkinsmedicine.org (in ଇଂରାଜୀ). Archived from the original on 2020-12-02. Retrieved 2020-12-06.
  5. ୫.୦ ୫.୧ Cai, X.-Z.; Yan, S.-G.; Giddins, G. (n.d.). "A systematic review of the non-operative treatment of nightstick fractures of the ulna". The Bone & Joint Journal. 95-B (7): 952–959. doi:10.1302/0301-620X.95B7.31669. ISSN 2049-4408. PMID 23814249.
  6. ୬.୦ ୬.୧ ୬.୨ Small, Roy F.; Yaish, Amjad M. (2020). "Radius and Ulnar Shaft Fractures". StatPearls. StatPearls Publishing. Archived from the original on 2021-08-29. Retrieved 2020-12-06.
  7. Richards, Todd A.; Deal, D. Nicole (2014). "Distal ulna fractures". The Journal of Hand Surgery. 39 (2): 385–391. doi:10.1016/j.jhsa.2013.08.103. ISSN 1531-6564. PMID 24411292.
  8. ୮.୦ ୮.୧ "Nightstick fracture (ulna) | Radiology Reference Article | Radiopaedia.org". Radiopaedia. Archived from the original on 12 November 2020. Retrieved 6 December 2020.