ଅରୁନ୍ଧତୀ ଭଟାଚ୍ଚାର୍ଯ୍ୟ

ଭାରତୀୟ ବ୍ୟାଙ୍କ ବ୍ୟବସାୟୀ

ଅରୁନ୍ଧତୀ ଭଟାଚ୍ଚାର୍ଯ୍ୟ ଜଣେ ଭାରତୀୟ ବ୍ୟାଙ୍କର ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବର୍ତ୍ତମାନର ଚେୟାର ମ୍ୟାନେଜିଙ୍ଗ ଡାଇରେକ୍ଟର ଅଟନ୍ତି । [୧] ସେ ପ୍ରଥମ ମହିଳା ଯିଏକି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚେୟାର ମ୍ୟାନେଜିଙ୍ଗ ଡାଇରେକ୍ଟ ହୋଇଛନ୍ତି । ଫୋର୍ବସ ତଲିକାରେ ସେ ୨୫ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଥିଲେ ।[୨]

ଅରୁନ୍ଧତୀ ଭଟାଚ୍ଚାର୍ଜ୍ୟ
ଦ୍ୱିତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ
Assumed office
୭ ଅକ୍ଟୋବର ୨୦୧୩
ପୂର୍ବ ଅଧିକାରୀପ୍ରତିପ ଚୌଧୂରୀ
ପର ଅଧିକାରୀIncumbent
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-03-18) ୧୮ ମାର୍ଚ୍ଚ ୧୯୫୬ (ବୟସ ୬୭)
କଲିକତା, ପଶ୍ଚିମ‌ବଙ୍ଗ, ଭାରତ
ଜାତୀୟତାଭାରତୀୟ
ଘରମୁମ୍ବାଇ, ଭାରତ[୧]
ଶିକ୍ଷାନୁଷ୍ଠାନଯାଦବପୁର ବିଶ୍ୱବିଦ୍ୟାଳୟ[୧]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଭଟାଚ୍ଚାର୍ଯ୍ୟ କଲିକତା ସ‌ହରରେ ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିଲେ । ସେ ତାଙ୍କ ପିଲାଦିନ ଭିଲାଇରେ କାଟିଥିଲେ । ତାଙ୍କର ବାପା ପ୍ରଦ୍ୟୁତ୍ କୁମାର ମୁଖାର୍ଜୀ ବୋକାରୋ ଷ୍ଟିଲ୍ କାରଖାନାରେ କାମ କରୁଥିଲେ । ତାଙ୍କ ମା' କଲ୍ୟାଣୀ ମୁଖାର୍ଜୀ। ବୋକାରୋରେ ହୋମିଓପାଥି ପରାମର୍ଶଦାତା ଥିଲେ । ସେ ବୋକାରୋର ସେଣ୍ଟ୍ ଜାଭିଅର୍ ବିଦ୍ୟାଳୟରେ ପଡ଼ିଥିଲେ ।[୩]

ସେ କଲିକତାର ଲେଡି ବ୍ରାବୋର୍ଣ୍ଣ୍ ମହାବିଦ୍ୟାଳୟରେ ଇଂରାଜୀ ଓ ପରେ ଯାଦବପୁର ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ । ତାଙ୍କର ସ୍ୱାମୀ ଭାରତୀୟ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ, ଖଡ଼ଗପୁରର ଜଣେ ପୂର୍ବତନ ଅଧ୍ୟାପକ । ତାଙ୍କ ସ୍ୱାମୀଙ୍କ ନାମ ପ୍ରୀତିମୟ ଭଟାଚ୍ଚାର୍ଯ୍ୟ ।[୪].

ଚାକିରୀ ଜୀବନ ସମ୍ପାଦନା

ଭଟାଚ୍ଚାର୍ଯ୍ୟ ଏସ୍‌ବିଆଇରେ ସେପ୍ଟେମ୍ବର ୧୯୭୭ରେ ଯୋଗ ଦେଇଥିଲେ । ସେ ପ୍ରଥମ ମହିଳା ଭାବେ ଭାରତୀୟ କମ୍ପାନୀ ଫର୍ଚୁନ୍ ଇଣ୍ଡିଆ ୫୦୦ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ସେ ୧୯୭୭ରେ ୨୨ ବର୍ଷ ବୟସରେ ଏସ୍‌ବିଆଇରେ ପ୍ରୋବେସନାରି ଅଫିସର୍ ଭାବେ ଯୋଗ ଦେଇଥିଲେ ।[୫] ସେ ବ୍ୟାଙ୍କରେ ତାଙ୍କର ୩୬ ବର୍ଷର ଚାକିରୀ ଜୀବନରେ ବିଭିନ୍ନ ପଦବୀରେ ଅଛନ୍ତି, ଯଥା: ବିଦେଶ ଦେଣନେଣ, ଅର୍ଥ, ରିଟେଲ୍ ଅପରେସନ୍, ମାନବ ସମ୍ବଳ ଓ ଜମା ବ୍ୟାଙ୍କିଙ୍ଗ୍ । ଏଥିରେ chief executive of the bank's merchant banking arm- State Bank of India Capital Markets; ନୂତନ ପ୍ରକଳ୍ପର ସାଧାରଣ କାର୍ଯ୍ୟ ନିର୍ବାହୀ ଅଧିକାରୀ । ସେ ମଧ୍ୟ ବ୍ୟାଙ୍କର ନ୍ୟୁୟର୍କ କାର୍ଯ୍ୟାଳୟରେ କାମ କରିଥିଲେ । ସେ ମଧ୍ୟ ବିଭିନ୍ନ ନୂତନ ବ୍ୟବସାୟର ବଜାର ପ୍ରବେଶରେ ଅନ୍ତର୍ଭୁକ୍ତ ଥିଲେ, ଯଥା: ଏସ୍‌ବିଆଇ ସାଧାରଣ ଇନ୍‌ସୁରାନ୍ସ୍, ଏସ୍‌ବିଆଇ କଷ୍ଟୋଡ଼ିଆଲ୍ ସର୍ଭିସ୍, ଏସ୍‌ବିଆଇ ପେନ୍‌ସନ୍ ଫଣ୍ଡ୍‌ସ ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ବିଆଇ ମାକରି ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ ।[୫] ସେ ପ୍ରତିପ ଚୌଧୂରୀଙ୍କ ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋଇଥିଲେ, ଯେ ୩୦ ସେପ୍ଟେମ୍ବରରେ ଅବସର ଗ୍ରହଣ କରିଥିଲେ[୬] । ସେ ବ୍ୟାଙ୍କର ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ବା ବରିଷ୍ଠ ଯତ୍ନ ପାଇଁ ଏକ ଦୁଇ ବର୍ଷିଆ ଛୁଟି ପଲିସି ଆରମ୍ବ କରିଥିଲେ । ମହିଳା ଦିବସ ଅବସରରେ ସେ ବ୍ୟାଙ୍କର ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ସର୍‌ଭିକାଲ୍ କର୍କଟ ପାଇଁ ମାଗଣା ପ୍ରତିଷେଧକର ବ୍ୟବସ୍ଥା କରିଥିଲେ ।

୨୦୧୬ରେ, ସେ ଫୋର୍ବ୍‌ସଦ୍ୱାରା ବିଶ୍ୱର ୨୫ତମ ଶକ୍ତିଶାଳୀ ମହିଳା ଭାବେ ଆଖ୍ୟା ପାଇଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ #25 Arundhati Bhattacharya. Forbes
  2. ୨.୦ ୨.୧ "The World's 100 Most Powerful Women". Forbes. Forbes. Retrieved 7 June 2016.
  3. "All you need to know about Arundhati Bhattacharya, SBIs first woman chief". FirstPost.
  4. "Steady climb to the top". telegraphindia.
  5. ୫.୦ ୫.୧ Mayur Shetty (8 October 2013). "SBI gets its first woman chair in 206 years". The Times of India. Retrieved 14 October 2013.
  6. "Arundhati Bhattacharya is new chief of SBI".

ବାହାର ଆଧାର ସମ୍ପାଦନା