ଅରୁଣିମା ସିହ୍ନା

ଭାରତୀୟ ପର୍ବତାରୋହଣକାରୀ

ଅରୁଣିମା ସିହ୍ନା‌ (ଜନ୍ମ: ୨୦ ଜୁଲାଇ ୧୯୮୯) ଭାରତର ଜଣେ ଜାତୀୟ ସ୍ତରର ପୂର୍ବତନ ଭଲୀବଲ ଖେଳାଳି ଏବଂ ଏଭରେଷ୍ଟ ଶିଖର ଉପରକୁ ଚଢିବାରେ ଭିନ୍ନକ୍ଷମ ପ୍ରଥମ ଭାରତୀୟ ମହିଳା ଅଟନ୍ତି ।[୧][୨][୩]

ଅରୁଣିମା ସିହ୍ନା
Arunima Sinha in 2014
ଜନ୍ମ (1989-07-20) ୨୦ ଜୁଲାଇ ୧୯୮୯ (ବୟସ ୩୪)
ବୃତ୍ତିସମୂହ
ବୈବାହିକ-ସାଥୀଗୌରଭ ସିଂ
ପୁରସ୍କାର
  • ପଦ୍ମଶ୍ରୀ ଆୱାର୍ଡ ୨୦୧୫
  • Tenzing Norgay National Adventure Award (2015)
  • ପ୍ରଥମ ମହିଳା ଆୱାର୍ଡ(2016)
  • ମାଲାଲା ଆୱାର୍ଡ
  • ୟସ୍ ଭାରତୀ ଆୱାର୍ଡ
  • ରାଣୀ ଲକ୍ଷ୍ମୀ ବାଇ ଆୱାର୍ଡ

ପ୍ରାରମ୍ଭିକ ଜୀବନ ଓ ବୃତ୍ତି ସମ୍ପାଦନା

ଅରୁଣିମା ଏକ କାୟସ୍ଥ ପରିବାରରୁ ଅଟନ୍ତି । ସେ ଉତ୍ତରପ୍ରଦେଶର କେ.ଆମ୍ବେଦକାର ନଗରର ବାସିନ୍ଦା ଅଟନ୍ତି ଏବଂ ସେ ୨୦୧୨ ମସିହାରୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସଏଫ)ରେ ହେଡ କନେଷ୍ଟବଳ ଭାବରେ କାର୍ଯ୍ୟ କରିଆସୁଛନ୍ତି ।[୪][୫]

ଟ୍ରେନ ଦୁର୍ଘଟଣା ସମ୍ପାଦନା

୧୨ ଏପ୍ରିଲ ୨୦୧୧ ମସିହାରେ, ଅରୁଣିମାଙ୍କ ବ୍ୟାଗ ଓ ସୁନା ଟାଣିବାକୁ ଉଦ୍ୟମ କରୁଥିବା ବେଳେ କିଛି ଅପରାଧୀଙ୍କଦ୍ୱାରା ବରେଲି ନିକଟ ପଦ୍ମାବତୀ ଏକ୍ସପ୍ରେସରୁ ଅରୁଣିମାଙ୍କୁ ଫିଙ୍ଗି ଦିଆଯାଇଥିଲା , ଯେଉଁଥିପାଇଁ ସେ ଗୋଟେ ଗୋଡ଼ ହରାଇଥିଲେ। [୬]

ଉଦ୍ୟମ ସମ୍ପାଦନା

ଅପରାଧୀଙ୍କଦ୍ୱାରା ଫୋପାଡ଼ି ଦିଆଯିବା ହେତୁ ଗୋଡ଼ ହରାଇବା ସତ୍ତ୍ୱେ ଅରୁଣିମା ୨୧ ମଇ ୨୦୧୩ ମସିହାରେ ଦୁନିଆର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ (୨୯୦୨୮ ଫୁଟ)କୁ ମାପ କରି ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ। ସେ ପ୍ରଥମ ଭିନ୍ନକ୍ଷମ ମହିଳା ଯିଏ ହେବାର ରେକର୍ଡ ନିଜ ନାମରେ କରିନେଇଥିଲେ । ଟ୍ରେନ ଦୁର୍ଘଟଣା ପୂର୍ବରୁ ସେ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ଭଲିବଲ ଏବଂ ଫୁଟବଲ ଦଳକୁ ପ୍ରତିନିଧିତ୍ୱ କରିଥିଲେ ।[୭]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ଭାରତ ଭାରତୀ ସଂସ୍ଥା ବିଶ୍ୱର ସର୍ବୋଚ୍ଚ ଶିଖର ଏଭରେଷ୍ଟ ପର୍ବତରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା ଏହି ଭିନ୍ନକ୍ଷମ ମହିଳାଙ୍କୁ ସୂର୍ଯ୍ୟପୁର ରତ୍ନ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା । ୨୦୧୬ ମସିହାରେ ଅରୁଣିମା ସିହ୍ନାଙ୍କୁ ଆମ୍ବେଦକର ନଗର ମହୋତ୍ସବ ସମିତିଦ୍ୱାରା ଆମ୍ବେଦକର ନଗର ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।[୮]

ଆଧାର ସମ୍ପାଦନା

  1. "Arunima Sinha, Indian Woman, Is First Female Amputee To Climb Everest". The Huffington Post. 2013-05-22. Archived from the original on 27 फ़रवरी 2014. Retrieved 2014-02-21. {{cite news}}: Check date values in: |archive-date= (help)
  2. "Arunima Sinha first Indian amputee to climb Mt Everest". Archived from the original on 22 फ़रवरी 2014. Retrieved 21 फ़रवरी 2014. {{cite web}}: Check date values in: |access-date= and |archive-date= (help)
  3. "Arunima becomes first Indian amputee to scale Everest". The Hindu. 2013-05-21. Archived from the original on 28 फ़रवरी 2014. Retrieved 2014-02-21. {{cite news}}: Check date values in: |archive-date= (help)
  4. "Amputee Everest climber Arunima Sinha to be an officer in CISF". The Times of India. 2013-05-23. Archived from the original on 9 जून 2013. Retrieved 2014-02-21. {{cite news}}: Check date values in: |archive-date= (help)
  5. "विक्लांग अरूणिमा ने फतह किया माउंट एवरेस्ट". Archived from the original on 4 मार्च 2016. Retrieved 21 फ़रवरी 2014. {{cite web}}: Check date values in: |access-date= and |archive-date= (help)
  6. "National player thrown off train in UP, loses leg". इंडिया टुडे. 2011-04-13. Archived from the original on 13 अप्रैल 2014. Retrieved 2014-02-21. {{cite news}}: Check date values in: |archive-date= (help)
  7. "देशबंधू,22 मई 2013, शीर्षक:विकलांगता को मात दे अरूणिमा पहुंची एवरेस्ट". Archived from the original on 5 जनवरी 2019. Retrieved 21 फ़रवरी 2014. {{cite web}}: Check date values in: |access-date= and |archive-date= (help)
  8. "लाइव हिंदुस्तान,21 दिसम्बर 2013, शीर्षक:पर्वतारोही अरूणिमा सिन्हा को सुल्तानपुर रत्न". Archived from the original on 12 फ़रवरी 2014. Retrieved 21 फ़रवरी 2014. {{cite web}}: Check date values in: |access-date= and |archive-date= (help)