ଅମୃତା ସୁରେଶ

ଭାରତୀୟ ଗାୟିକା

ଅମୃତା ସୁରେଶ (ଜନ୍ମ ୨ ଅଗଷ୍ଟ ୧୯୯୦) ଜଣେ ଭାରତୀୟ ଗାୟିକା, କବୟିତ୍ରୀ, ରେଡିଓ ଜକି (radio jockey) ଓ କମ୍ପୋଜର ଅଟନ୍ତି । ୨୦୦୭ ମସିହାରେ ରିଏଲିଟି ଟେଲିଭିଜନର ଏସିଆ ନେଟର ଷ୍ଟାର ଗାୟିକା ପ୍ରତିଯୋଗୀତାରେ ଗୀତ ଗାଇ ସେ ଲୋକପ୍ରିୟ ହୋଇଥିଲେ । ତା'ପରଠାରୁ ସେ ଅନେକ ଚଳଚ୍ଚିତ୍ର ଓ ଅଲବନ ନିମନ୍ତେ ସେ ଗୀତ ଗାଇଛନ୍ତି । 'ରେଡିଓ ସୁନୋ ୯୧.୭'ର (Radio Suno 91.7) ସଙ୍ଗୀତ ସିରିଆଲ 'ସୁନୋ ମେଲୋଡ଼ି'ରେ ସେ ବିଖ୍ୟାତ ରେଡିଓ ଜକି ହୋଇଥିଲେ । ୨୦୧୪ ଖ୍ରଷ୍ଟାବ୍ଦରେ ସେ ଅମୃତମ୍ ଗମୟମ୍ ନାମକ ଏକ ରକ ଓ ପ‌ପ ସଙ୍ଗୀତ ବ୍ୟାଣ୍ଡ ପ୍ରତିଷ୍ଠ କରିଥିଲେ ଯେଉଁଥିରେ ସେ ଓ ତାଙ୍କ ଭଉଣୀ ମୁଖ୍ୟ କଳାକାର ଥିଲେ ।[୧]

ଅମୃତା ସୁରେଶ
ଜନ୍ମ (1990-08-02) ୨ ଅଗଷ୍ଟ ୧୯୯୦ (ବୟସ ୩୩)
Kochi, Kerala, India
ଅନ୍ୟ ନାମAmmu
ବୃତ୍ତିସମୂହ
  • Singer
  • Composer
  • Radio Jockey
  • Model
ସକ୍ରିୟ ବର୍ଷ2007  – present
ବୈବାହିକ-ସାଥୀ
(m. ୨୦୧୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ1
ସମ୍ପର୍କୀୟAbhirami Suresh (sister)
Musical career
ଶୈଳୀ
ବାଦ୍ୟଯନ୍ତ୍ରVocals
ଲେବଲIndependent artist
ଅନ୍ୟ ଅଂଶଗ୍ରହଣAmrutam Gamay
ୱେବସାଇଟamrutamgamay.com

ପ୍ରାକ୍ ଜୀବନ ସମ୍ପାଦନା

ଲୈଲା ଓ ସଙ୍ଗୀତକାର ପି. ଆର. ସୁରେଶଙ୍କ ଔରସରୁ ୨ ଅଗଷ୍ଟ ୧୯୯୦ ମସିହାର ଅମୃତା ଜନ୍ମ ଗ୍ରହଣ କରିଥିଲେ ।[୨] ତାଙ୍କର ପିତା ସୁରେଶ ହିନ୍ଦୁ ଥିଲେ ଓ ମାତା ଲୈଲା ଖ୍ରୀଷ୍ଟିଆନ ଥିଲେ । ଅମୃତାଙ୍କଠାରୁ ୫ ବର୍ଷ ସାନ ଭଉଣୀ ଅଭିରାମି ସୁରେଶ ମଧ୍ୟ ଜଣେ ଗାୟିକା ଓ ଗୀତିକାର ଥିଲେ ।[୩] ସେମାନଙ୍କର ବାସ ସ୍ଥାନ କୋଚିର ଏଡାପଲ୍ଲି ଥିଲା ।[୪] ଗୋଟିଏ ସଙ୍ଗୀତଜ୍ଞ ପରିବାରରେ ଜନ୍ମ ହୋଇଥିବାରୁ ସେ ଅଳ୍ପ ବୟସରୁ ସଙ୍ଗୀତ ପ୍ରତି ପ୍ରେରଣା ପାଇ ରୁଚି ରଖିଥିଲେ ।[୫] ମାତ୍ର ତିନି ବର୍ଷ ବୟସରୁ ସେ ଗାଇବାକୁ ଆରମ୍ଭ କରିଥିଲେ; ସେଲିନ‌ ଡାୟୋନ ଓ ମାଇକେଲ ଜାକସନ ଭଳି ଗାୟକଠାରୁ ସେ ପ୍ରେରଣା ପାଇଥିଲେ ।[୬] ସ୍କୁଲରେ ଅମୃତା ଜଣେ ଶୀର୍ଷ ଶ୍ରେଣୀର ଛାତ୍ରୀ ଥିଲେ ।[୩] ରିଏଲିଟି ଟେଲିଭିଜନର ପ୍ରତିଯୋଗୀତାର ଭାଗ ନେବା ପାଇଁ ସେ ୧୨ତମ ଷ୍ଟାଣ୍ଡାର୍ଡ ଛାଡ଼ିଥଲେ ଓ ପରବର୍ତ୍ତୀ ସମୟରେ ଘରୋଇ ଭାବରେ ତାହା ପାସ କରିଥିଲେ ।[୭] ଏହା ପରେ ସେ ବିବିଏରେ ସ୍ନାତକ ହେଲେ ଓ ଏମ‌ବିଏ କଲେ ଏବଂ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ କ୍ଲାସିକାଲ ସଙ୍ଗୀତରେ ଡିଗ୍ରୀ ହାସଲ କରିଥିଲେ ।[୫]

ବୃତ୍ତି ସମ୍ପାଦନା

ସଙ୍ଗୀତ ସମ୍ପାଦନା

ଗୋଟିଏ ସଙ୍ଗୀତ ପରିବାରରୁ ଆସିଥିବାରୁ ସେ ବାଲ୍ୟାବସ୍ଥାରେ ମଞ୍ଚରେ ପ୍ରଦର୍ଶନ ଦେବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲା ବେଳେ ନାଦିର ଶାହଙ୍କର ମଞ୍ଚ ପ୍ରଦର୍ଶନରେ ଶିଶୁ ଗାୟିକା ଭାବରେ କାମ କରିଥିଲେ ।[୮] ୨୦୦୭ ମସିହାରେ ସେ ଏସିଆନେଟ ଆଇଡିଆ ଷ୍ଟାର ସିଙ୍ଗର ପ୍ରତିଯୋଗିତାରେ ଦ୍ୱିତୀୟ ବର୍ଷ ନିମନ୍ତେ ଭାଗ ନେଇଥିଲେ ଜଣେ ଲୋକପ୍ରିୟ ଗାୟିକ ସାବ୍ୟସ୍ତ ହୋଇଥିଲେ ।[୯] ଏହି ପ୍ରଦର୍ଶନ ତାଙ୍କୁ ଚଳଚ୍ଚିତ୍ର ଜଗତକୁ ଯିବା ପାଇଁ ସାହାଯ୍ୟ କରିଥିଲା । ସେହି ଦେନଠାରୁ ଅନେକ ମଲୟାଲମ ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟିକ କାମ ସମ୍ପାଦନ କରୁଛନ୍ତି । ପ୍ରଚ୍ଛଦପଟ ଗାୟିକା ଭାବରେ ତାଙ୍କର ପ୍ରଥମ ଚିତ୍ର ଥିଲା ପୁଲ୍ଲିମ୍ୟାନ ଯାହାକୁ ଶରେଥ କମ୍ପୋଜ କରିଥିଲେ । ଆଗାଥନ ଚଳଚ୍ଚିତ୍ରରେ (୨୦୧୦) ସେ ମୁନ୍ଥିରପୁ ଗୀତ ଗାଇଥିଲେ ଯାହା ଲୋକମାନେ ପସନ୍ଦ କରିଥିଲେ । [୧୦]

ଶରେଥଙ୍କ ସଙ୍ଗୀତ ନିର୍ଦ୍ଦଶନାର ଆଲବମ 'ସ୍ଟ୍ରବେରି ଥେୟାମ'ରେ (୨୦୧୪) ସେ 'କନ୍ନୁ କରୁଥ' ଗୀତ ଗାଇଥିଲେ ଯେଉଁଥିରେ ଲୋକ ସଙ୍ଗୀତ ଓ ପଶ୍ଚିମ ସଙ୍ଗୀତର ମିଶ୍ରଣ ଥିଲା ଓ ସେହି ୯ ଟ୍ରାକ ଅଲବମକୁ ଲୋକମାନେ ବ‌ହୁତ ପସନ୍ଦ କରିଥିଲେ । [୧୧] ସେହି ୨୦୧୪ ମସିହାରେ ଅମୃତା ନିଜର ଏକ ରକ୍ ପ‌ପ୍ ବ୍ୟାଣ୍ଡ 'ଅମୃତମ୍ ଗମୟ' ପ୍ରତିଷ୍ଠା କରିଥିଲେ । ଅମୃତା ଓ ତାଙ୍କର ଭଗିନୀ ସେହି ବ୍ୟାଣ୍ଡର ମୂଖ୍ୟ କଳାକାର ଥିଲେ । ତାହା ପ୍ରତିଷ୍ଠା ହେବାର ମାତ୍ର ୬ ମାସ ମଧ୍ୟରେ ଗିଗରେ (gigs) ଆନ୍ତର୍ଜାତୀୟ ପ୍ରଦର୍ଶନ କରିଥିଲେ ।[୧୨]

ଆଧାର ସମ୍ପାଦନା

  1. M, Athira (25 August 2015). "These young female musicians are winning ears and hearts with their music". The Hindu.
  2. "A Musical Love Story". The New Indian Express. 7 May 2012. Retrieved 24 February 2020.
  3. ୩.୦ ୩.୧ Shyama (12 September 2019). "'എല്ലാവർക്കും വേണ്ടേ അവരവരുടെ ജീവിതം ജീവിക്കാനുള്ള അവകാശം'; വിവാദങ്ങൾ ആഘോഷമാക്കുന്നവരോട് അമൃത ചോദിക്കുന്നു". Vanitha (in ମାଲାୟଲମ୍). Retrieved 2 March 2020.
  4. "Travel and music are two sides of a coin - Amrutha Suresh". Malayala Manorama. 5 July 2018. Retrieved 24 February 2020.
  5. ୫.୦ ୫.୧ വിജയൻ, ലക്ഷ്മി (6 February 2019). "തോറ്റുപോയില്ല; പാട്ടും ചിരിയുമായി വീണ്ടും അമൃത സുരേഷ്". Malayala Manorama (in ମାଲାୟଲମ୍). Retrieved 29 February 2020.
  6. FWD media (28 July 2017). "Amrutha Suresh Is Back With A Breath Of New Life". FWD Life. Retrieved 2 March 2020.
  7. എം., പുഷ്പ (7 August 2017). "ഒരു കംപ്ലീറ്റ് മെയ്‌ക്കോവറാണ് ഞാന്‍ ആഗ്രഹിക്കുന്നത്: അമൃത സുരേഷ്‌". Mathrubhumi (in ମାଲାୟଲମ୍). Archived from the original on 6 February 2021. Retrieved 29 February 2020.
  8. "വീട്ടുകാർ വേണ്ട എന്ന് പറഞ്ഞ ബന്ധമാണ്, അതെന്റെ തെറ്റായ തീരുമാനമായിരുന്നു". Mathrubhumi (in ମାଲାୟଲମ୍). 23 April 2018. Retrieved 2 March 2020.
  9. "Sisters Amrutha Suresh and Abhirami to feature in 'Paadam Namukku Paadam'". The Times of India. 30 July 2019. Retrieved 3 March 2020.
  10. സ്വന്തം ലേഖകൻ (28 July 2017). "ഈ മോഡലിങ് ഒരു സ്വപ്നം; ഗായിക അമൃത സുരേഷിന്റെ കിടിലൻ ഫോട്ടോ ഷൂട്ട്". Malayala Manorama (in ମାଲାୟଲମ୍). Retrieved 2 March 2020.
  11. M., Athira (30 April 2014). "When folk music goes pop". The Hindu. Retrieved 2 March 2020.
  12. Menon, Anoop (24 July 2015). "Sister Act". The New Indian Express. Retrieved 27 February 2020.