ଅମୀରା ସାହା (ଜନ୍ମ: ୨୪ ସେପ୍ଟେମ୍ବର ୧୯୭୯) ଜଣେ ଭାରତୀୟ ଉଦ୍ୟୋଗୀ ଏବଂ ମେଟ୍ରୋପଲିସ ସ୍ୱାସ୍ଥ୍ୟ ସେବାର ପରିଚାଳନା ନିର୍ଦ୍ଧେଶକ ଅଟନ୍ତି । ସେ ମେଟ୍ରୋପଲିସ ହେଲଥ କେୟାରର ପ୍ରତିଷ୍ଠାତା ତଥା ସଭାପତି ଡଃ ସୁଶୀଲ ସାହାଙ୍କ ଝିଅ ଅଟନ୍ତି।[୧] ତାଙ୍କୁ ବିଶ୍ୱ ଅର୍ଥନୈତିକ ଫୋରମଦ୍ୱାରା ୨୦୧୫ ମସିହାର ୟଙ୍ଗ ଗ୍ଲୋବାଲ ଲିଡ଼ର ଭାବେ ସମ୍ମାନିତ କରାଯାଇଛି । ସେ ୨୦୧୭, ୨୦୧୮ ଏବଂ ୨୦୧୯ ମସିହାରେ ଫର୍ଚ୍ଚୁନ ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ମହିଳା ବ୍ୟବସାୟ ତାଲିକାରେ ନାମିତ ହୋଇଥିଲେ ।[୨] ସାହା "ଫୋର୍ବସ ଇଣ୍ଡିଆଜ୍ ଟାୟକୁନ୍ସ ଅଫ ଟୁମୋରୋ" ୨୦୧୮ ମସିହାର ତାଲିକାରେ ସ୍ଥାନ ପାଇଥିଲା ।

ଅମୀରା ସାହା‌
ଜନ୍ମ (1979-09-24) ୨୪ ସେପ୍ଟେମ୍ବର ୧୯୭୯ (ବୟସ ୪୪)
ଜାତୀୟତାIndian
ଶିକ୍ଷାନୁଷ୍ଠାନUniversity of Texas at Austin
ବୃତ୍ତି(ସମୂହ)MD, Metropolis Healthcare
ୱେବସାଇଟAmeera Shah - Metropolis Healthcare

ଜୀବନୀ ସମ୍ପାଦନା

ଅମୀରା ସାହା ଡଃ ସୁଶୀଲ ସାହା ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ଦୂରୁ ସାହାଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବଡ଼ ଭଉଣୀ ଅପର୍ଣ୍ଣା ସାହା ଜଣେ ଜେନେଟିକ ଅଟନ୍ତି । ସେ "ଏଚଆର କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ" କଲେଜରୁ ବାଣିଜ୍ୟ କରିଥିଲେ । ସାହା ଅଷ୍ଟିନରେ ଟେକ୍ସାସ ବିଶ୍ୱବିଦ୍ୟାଳୟ ଡ଼ାଲାସରୁ ଫାଇନାନ୍ସରେ ଡିଗ୍ରୀ ହାସଲ କରିଥିଲେ। କିଛି ସମୟ ପାଇଁ ସେ ନ୍ୟୁୟର୍କରେ ଗୋଲ୍ଡମ୍ୟାନ ସାକ୍ସଙ୍କ ସହ କାମ କରିଥିଲେ ।

ପରେ ସେ ହାୱାର୍ଡ ବିଜନେସ ସ୍କୁଲରେ ଓନର-ପ୍ରେସିଡେଣ୍ଟ-ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ । ସାହା ଜଣେ ଶିଳ୍ପ ମୁଖ୍ୟପାତ୍ର ଏବଂ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଫୋରମ, ଶିଳ୍ପ ଇଭେଣ୍ଟ ଏବଂ ସମ୍ମିଳନୀରେ ବକ୍ତା ଭାବରେ ସ୍ଥାନ ପାଇଛନ୍ତି । ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅହମ୍ମଦାବାଦ, ହାୱାର୍ଡ ବିଜନେସ ସ୍କୁଲ TED ଓ CIIଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ଭାବରର କାର୍ଯ୍ୟ କରିଛନ୍ତି । [୩]

ସେ ୨୦୦୧ ମସିହାରେ ନିଜ ପିତାଙ୍କ ପାଥୋଲୋଜି ବ୍ୟବସାୟ ମେଟ୍ରୋପଲିସ ଲ୍ୟାବକୁ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ମାରିକୋ କାୟା ଏଣ୍ଟରପ୍ରାଇଜେସ ଲିମିଟେଡ଼ର ବୋର୍ଡ ସଦସ୍ୟ ତଥା ମେଟ୍ରୋପଲିସ ହେଲଥ କେୟାର ଲିମିଟେଡ଼ର ପରିଚାଳନା ନିର୍ଦ୍ଧେଶକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ଟରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ଼, ସାପର୍ସ ଷ୍ଟପ ଲିମିଟେଡ଼ ଏବଂ କାୟା ଲିମିଟେଡ଼ର ନିର୍ଦ୍ଦେଶକ ଅଟନ୍ତି । ସାହା ଇଣ୍ଡିଆନ ଆସୋସିଏସନ ଅଫ ପାଥୋଲୋଜି ଲାବୋରେଟୋରୀ (IAPL)ର ସଚିବ ଏବଂ ଫେଡରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ସ୍ୱାସ୍ଥ୍ୟ ସେବା କମିଟିର ସହ-ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୭ ମସିହାରେ ସଶକ୍ତିକରଣ ପ୍ରତିଷ୍ଠା କରିଥଲେ ।

ଆଧାର ସମ୍ପାଦନା

  1. "Ameera Shah made Metropolis Healthcare a leading diagnostics player". The Economic Times. 2 May 2014. Archived from the original on 3 अक्तूबर 2018. Retrieved 2 October 2018. {{cite news}}: Check date values in: |archive-date= (help)
  2. "Dr Sushil Shah - The Scindia School". The Scindia School (in ଆମେରିକୀୟ ଇଂରାଜୀ). Archived from the original on 24 अक्तूबर 2019. Retrieved 2018-10-02. {{cite news}}: Check date values in: |archive-date= (help)
  3. "Metropolis' Chain of Diagnostics Labs Pushes for Growth Across India and Africa". forbes.com. Archived from the original on 24 अक्तूबर 2019. Retrieved 3 मार्च 2020. {{cite news}}: Check date values in: |access-date= and |archive-date= (help)